Advertisment

ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ଼ କଲା ଛାତ୍ର, ଜଣେ ମୃତ

ଉକ୍ତ ସ୍କୁଲରେ ପ୍ରାୟ ୮୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ଏଥିସହ ଏଠାରେ ୯୦ ଜଣ କର୍ମଚାରୀ ଅଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Gun Firing

Gun Firing

ସ୍କୁଲ ଭିତରେ ଫୁଟିଲା ଗୁଳି। ଆଖିବୁଜା ଗୁଳିମାଡ କଲା ଜଣେ ୧୨ ବର୍ଷୀୟ ଛାତ୍ର। ଏଥିରେ ଜଣେ ସ୍କୁଲ ପିଲାର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦକ୍ଷିଣ ଫିନଲାଣ୍ଡ ସ୍ଥିତ ସ୍କୁଲରେ ଏଭଳି କିଛି ଘଟଣା ଘଟିଛି।

Advertisment

ଫିନଲାଣ୍ଡର ରାଜଧାନୀ ହେଲସିଙ୍କିର ବାହ୍ୟ ଅଞ୍ଚଳରେ ଥିବା ଏକ ମାଧ୍ୟମିକ ସ୍କୁଲରେ ଏହି ଗୁଳିମାଡ ହୋଇଛି। ଜଣେ ୧୨ ବର୍ଷୀୟ ନାବାଳକ ସ୍କୁଲ ପିଲାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଛି। ଫଳରେ ଏଥିରେ ଜଣେ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଫିନଲାଣ୍ଡର ବାଣ୍ଟା ସ୍ଥିତ ଭିଆର୍ଟୋଲା ସ୍କୁଲରେ ଏହି ଘଟଣା ଘଟିଛି। ପୁଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି।

ଏହି ଘଟଣାକୁ ନେଇ ପୁଲିସ କହିଛି, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି। ଅଜଣା ବ୍ୟକ୍ତିଙ୍କ ପାଇଁ ସ୍କୁଲର କବାଟ ନ ଖୋଲିବା ପାଇଁ ପୁଲିସ ପରାମର୍ଶ ଦେଇଛି। ବାଣ୍ଟା ସ୍ଥିତ ଭିଆର୍ଟୋଲା ସ୍କୁଲରେ ପ୍ରାୟ ୮୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ଏଥିସହ ଏଠାରେ ୯୦ ଜଣ କର୍ମଚାରୀ ଅଛନ୍ତି। ପ୍ରଥମରୁ ୯ମ ଶ୍ରେଣୀ ଯାଏଁ ୭ରୁ ୧୫ ବର୍ଷ ବୟସ୍କ ଯାଏଁ ଏଠାରେ ପିଲା ପାଠ ପଢ଼ନ୍ତି।

Advertisment

ପୂର୍ବରୁ ମଧ୍ୟ ଫିନଲ୍ୟାଣ୍ଡରେ ସ୍କୁଲରେ ଗୁଳି ବିନିମୟ ହୋଇଛି। ୨୦୦୭ରେ ଜଣେ ୧୮ ବର୍ଷ ବୟସ୍କାଛାତ୍ରଙ୍କ ଗୁଳିମାଡ଼ରେ ୭ ଜଣ ଛାତ୍ର ପ୍ରାଣ ହରାଇଥିଲେ। ଏହା ବ୍ୟତୀତ, ୨୦୦୮ରେ ଗୁଳି ମାଡରେ ୯ ଜଣ ଛାତ୍ର ପ୍ରାଣ ହରାଇଥିଲେ।

Students Shooting In School  Finland Suspect Arrested