Advertisment

ବଞ୍ଚିବାକୁ ସଙ୍ଘର୍ଷ କରିଥିଲେ ହମାସ ମୁଖ୍ୟ ୟାହୟା, ରକ୍ତସ୍ରାବ ରୋକିବାକୁ ଗୁଡ଼ାଇଥିଲେ ତାର

ମୃତ୍ୟୁ ପୂର୍ବୁରୁ ୟାହୟା କିପରି ଜୀବନ-ମରଣ ସହ ସଂଙ୍ଘର୍ଷ କରିଥିଲେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Yahya Sinwar

Yahya Sinwar

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ନିପାତ ହୋଇଥିବା ହମାସ ମୁଖ୍ୟ ୟାହୟା ସିନୱାରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବୁରୁ ୟାହୟା କିପରି ଜୀବନ-ମରଣ ସହ ସଂଙ୍ଘର୍ଷ କରିଥିଲେ ରିପୋର୍ଟରୁ ଜଣାପଡ଼ିଛି।

Advertisment

ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ୟାହୟାଙ୍କ ମୁଣ୍ଡରେ ଗୁଳି ବାଜିବା ପୂର୍ବରୁ ଶରୀରରେ ଏକାଧିକ ଗୁରୁତର ଆଘାତ ପାଇଥିଲେ। ତାଙ୍କ ଗୋଟିଏ ହାତ ଏବଂ ଆଙ୍ଗୁଠି କଟି ଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ରକ୍ତସ୍ରାବ ରୋକିବା ପାଇଁ ସେ ବିଦ୍ୟୁତ୍ (କରେଣ୍ଟ ନଥିବା) ତାରକୁ ହାତରେ ଗୁଡାଇବାକୁ ଚେଷ୍ଟା କରିଥିବା ଜଣେ ଡାକ୍ତର କହିଛନ୍ତି।  

ଶରୀରରେ ଏପରି ଆଘାତ ଲାଗିଥିଲା ଯେ ମୃତ ଶରୀର ଚିହ୍ନଟ ହୋଇପାରି ନଥିଲା। ଡିଏନଏ ପରୀକ୍ଷା ପରେ ୟାହୟାଙ୍କ ମୃତଶରୀର ଚିହ୍ନଟ କରାଯାଇଛି। ଏଥିସହ କଟା ଯାଇଥିବା ଆଙ୍ଗୁଠି ପରୀକ୍ଷା ପାଇଁ ପଠା ଯାଇଛି। 

Advertisment

ଶବ ବ୍ୟବଚ୍ଛେଦ ଦାୟିତ୍ୱରେ ଥିବା ଇସ୍ରାଏଲର ଜାତୀୟ ଫୋରେନସିକ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଚେନ୍ କୁଗେଲ ନ୍ୟୁୟର୍କ ଟାଇମ୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସିନୱାରଙ୍କ ମୁଣ୍ଡରେ ଗୁଳି ବାଜିବା କାରଣରୁ ମୃତ୍ୟୁ ଘଟିଛି। କିନ୍ତୁ ଏହା ପୂର୍ବରୁ ତାଙ୍କ ଶରୀରରେ ଅନେକ ଗୁଡ଼ିଏ ଆଘାତ ଲାଗିଥିଲା। 

ହାତ କଟିଯିବା ପରେ ବୈଦ୍ୟୁତିକ ତାର ସାହାଯ୍ୟରେ ରକ୍ତସ୍ରାବ ରୋକିବାକୁ ଚେଷ୍ଟା କରିଥିଲେ, କିନ୍ତୁ କୌଣସି ସୁଫଳ ମିଳିନଥିଲା। ଏହାପରେ ମୁଣ୍ଡରେ ଗୁଳି ବାଜିବା ପରେ ୟାହିୟାଙ୍କ ମୃତ୍ୟୁ ହୋଇଥିବା ଡ଼ ଚେନ୍ କହିଛନ୍ତି। 

Hamas Chief Israel Air Strike Yahya Sinwar