Advertisment

ହିନ୍ଦୁ ଡାକ୍ତରଙ୍କ ପରେ ଶିଖ୍ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ଗୁରୁବାର କରାଚିର ଲାୟାରି ଏକ୍ସପ୍ରେସ ୱେରେ ହିନ୍ଦୁ ଡାକ୍ତର ବିରବଲ ଜେନାନିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏବେ ଦୟାଲ ସିଂହଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଛି।

author-image
Hemant Lenka
Pakistan

Pakistan

ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଟାର୍ଗେଟ କିଲିଂ ବଢ଼ିବାରେ ଲାଗିଛି। ଶୁକ୍ରବାର ଜଣେ ହିନ୍ଦୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଏବେ ଜଣେ ଶିଖ ବ୍ୟବସାୟୀଙ୍କ ସହ ସମାନ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ପାକିସ୍ତାନର ଖାୟବର ପାଖତୁନଖୱାରେ ଜଣେ ବାଇକଧାରୀ ଶିଖ ବ୍ୟବସାୟୀ ଦୟାଲ ସିଂହଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପେଶୱାର ସହରରେ ଦିନ ୩.୩୦ରେ ହତ୍ୟା କାଣ୍ଡ ଘଟିଥିଲେ ହେଁ ହତ୍ୟାକାରୀ ବିରୋଧରେ କେହି ମୁହଁ ଖୋଲି ନାହାନ୍ତି।

Advertisment

ଶିଖ ସ୍ୱେଚ୍ଛାସେବୀ ରାଦେଶ ସିଂହ ଟୋନି କହିଛନ୍ତି, ଗୁରୁବାର କରାଚିର ଲାୟାରି ଏକ୍ସପ୍ରେସ ୱେରେ ହିନ୍ଦୁ ଡାକ୍ତର ବିରବଲ ଜେନାନିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏବେ ଦୟାଲ ସିଂହଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଛି।

ପେଶୱାର ନିକଟ ଜାମିଲ ଛକ ନିକଟରେ ଦୟାଲଙ୍କର ଗୋଟିଏ ତେଜରାତି ଦୋକାନ ରହିଥିଲା। ସେ ଶିଖ ସଂପ୍ରଦାୟର ହୋଇଥିଲେ ହେଁ ମୁସଲିମମାନଙ୍କୁ ରମଜାନ ଅବସରରେ ଇଫିର ପାର୍ଟି ଦେଉଥିଲେ। ତଥାପି ତାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହାକୁ ମିଶାଇ ପେଶୱାରରେ ଗତ ୨ ବର୍ଷ ମଧ୍ୟରେ ୧୦ ଜଣ ଶିଖଙ୍କ ଜୀବନ ଗଲାଣି। ଏଠାରେ ରହୁଥିବା ଶିଖମାନେ ମୁସଲିମମାନଙ୍କୁ ଇଫତାର ପାର୍ଟି ଦିଅନ୍ତି। କିନ୍ତୁ ରମଜାନ ସମୟରେ ହିଁ ସେମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଏ ବୋଲି ସେ କହିଛନ୍ତି।

Advertisment

ଦୟାଲ ସିଂହ ଏଠାରେ ତାଙ୍କ ପତ୍ନୀ, ୩ ପିଲା ଓ ୨ ଭାଇଙ୍କ ସହ ପେଶୱାରରେ ରହୁଥିଲେ। ଏନସିଏମର ଶିଖ ସଦସ୍ୟମାନେ କହିଛନ୍ତି, ପାକିସ୍ତାନରେ ସଂଖ୍ୟାଲଘୁମାନେ ଭୟଭୀତ ହୋଇ ରହୁଛନ୍ତି। ଭୟରେ କିଛି ଲୋକ ଏଠାରୁ ଅଧିକାଂଶ ଶିଖ ରହୁଥିବା ନାନକନା ସାହିବ, ହାସାନ ଅବଦାଏ ଓ ଲାହୋରରେ ଚାଲି ଯାଉଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୨୨ ମେ’ ୧୫ରେ ଦୟାଲଙ୍କ ସମ୍ପକୀୟ ତଥା ଦୁଇ ଶିଖ ବ୍ୟବସାୟୀ କୁଲଜିତ ସିଂହ ଓ ରଣଜୀତ ସିଂହଙ୍କୁ ମଧ୍ୟ ଅଜଣା ଆତତାୟୀମାନେ ଗୁଳି କରି ହତ୍ୟା କରିଥିଲେ।

Pakistan