Advertisment

କାନାଡାର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ୩ ଗିରଫ, ଜଣେ ପୁଲିସକର୍ମୀ ସସ୍‌ପେଣ୍ଡ

କାନାଡାର ବ୍ରାମ୍ପଟନ୍‌ ସହରରେ ହିନ୍ଦୁ ମନ୍ଦିର ଉପରେ ଗତକାଲି ଆକ୍ରମଣ ହୋଇଥିଲା। ଖଲିସ୍ତାନୀ ସମର୍ଥକମାନେ ଠେଙ୍ଗା ବାଡ଼ି ଧରି ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଥିବା ଭକ୍ତମାନଙ୍କୁ ପ୍ରବଳ ମାଡ଼ ମଧ୍ୟ ମାରିଥିଲେ।

Khalistani Goons Attack

Khalistani Goons Attack

Advertisment

କାନାଡାର ବ୍ରମ୍ପଟନ୍‌ରେ ଥିବା ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କ ଉପରେ ଖଲିସ୍ତାନୀଙ୍କ ଆକ୍ରମଣରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ହିନ୍ଦୁ ମନ୍ଦିର ବାହାରେ ଖାଲିସ୍ତାନୀଙ୍କ ବିରୋଧରେ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ଜଣେ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

Advertisment

ପିଲ୍ ଆଞ୍ଚଳିକ ପୁଲିସ ଏହି ସୂଚନା ପ୍ରଦାନ କରିଛି। ଏହି ଗିରଫ ତିନିଜଣଙ୍କୁ ବ୍ରମ୍ପଟନ୍‌ର ଓଣ୍ଟୋରିଓ କୋର୍ଟରେ ହାଜର କରାଯିବ। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ୨୩ ବର୍ଷୀୟ ବିକାଶ ଏବଂ ୩୧ ବର୍ଷୀୟ ଅମୃତପାଲ ସିଂହ। ସେହିପରି ନିଲମ୍ବିତ ପୁଲିସକର୍ମୀ ହେଉଛନ୍ତି ହରିନ୍ଦର ସୋହି। ଏହି ମାମଲାରେ ଜଣେ ଚତୁର୍ଥ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା କିନ୍ତୁ ପରେ ତାଙ୍କୁ ଛାଡ଼ି ଦିଆଯାଇଛି।

ଇଣ୍ଟରନେଟରେ ଭାଇରାଲ୍ ହୋଇଥିବା ଭିଡିଓକୁ ଯାଞ୍ଚ କରାଯାଇଛି। ଯେଉଁଥିରେ ଜଣେ ଅନ୍-ଡ୍ୟୁଟି ପୁଲିସକର୍ମୀ ମନ୍ଦିର ବାହାରେ ଖଲିସ୍ତାନୀ ସମର୍ଥକଙ୍କ ସହ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଏହା କମ୍ୟୁନିଟି ସେଫ୍ଟି ଆଣ୍ଡ୍ ପୋଲିସିଂ ଆକ୍ଟର ଉଲ୍ଲଙ୍ଘନ ହୋଇଛି। ତେଣୁ ପୁଲିସକର୍ମୀ ହରିନ୍ଦର ସୋହିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ପିଲ୍ ପୁଲିସ ସୂଚନା ଦେଇଛି।

Advertisment

କାନାଡାର ବ୍ରାମ୍ପଟନ୍‌ ସହରରେ ହିନ୍ଦୁ ମନ୍ଦିର ଉପରେ ଗତକାଲି ଆକ୍ରମଣ ହୋଇଥିଲା। ଖଲିସ୍ତାନୀ ସମର୍ଥକମାନେ ଠେଙ୍ଗା ବାଡ଼ି ଧରି ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଥିବା ଭକ୍ତମାନଙ୍କୁ ପ୍ରବଳ ମାଡ଼ ମଧ୍ୟ ମାରିଥିଲେ। ହମ୍‌ଲା ସମୟରେ ଆକ୍ରମଣକାରୀମାନେ ଖଲିସ୍ତାନୀ ପତକା ଦେଖାଇଥିଲେ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ଉପରେ ଆକ୍ସନ ନେବା ବଦଳରେ ଓଲଟା ଶ୍ରଦ୍ଧାଳୁଙ୍କୁ ମାରପିଟ୍ କରିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେହିନରି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି।

Canada Khalistani Attacked On Hindu Temple Brampton Hindu Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe