Advertisment

ଆମେରିକାରେ ବ୍ରିଜ୍‌ ଭୁଶୁଡ଼ିବା ଘଟଣା, ଜାହାଜରେ ଥିବା ଭାରତୀୟ କ୍ରୁ ମେମ୍ବରଙ୍କୁ ମିଳିଲା ହିରୋ ଆଖ୍ୟା

ଦୁର୍ଘଟଣାଗ୍ରସ୍ତ କାର୍ଗୋ ଜାହାଜର ସମସ୍ତ ୨୨ କର୍ମଚାରୀ ହେଉଛନ୍ତି ଭାରତୀୟ । ସମସ୍ତେ ସୁରକ୍ଷିତ ଥିବା ଜାହାଜ କମ୍ପାନି ପକ୍ଷରୁ କୁହାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
BRIDGE COLLAPSE

BRIDGE COLLAPSE

ଆମେରିକାର ବାଲଟିମୋର ସହରରେ ଏକ ଜାହାଜ ଧକ୍କାରେ ଗତ ରାତିରେ ଏକ ଜନଗହଳୀପୂର୍ଣ୍ଣ ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ବ୍ରିଜ୍‌ର କିଛି ଅଂଶରେ  ଜାହାଜଟି ପିଟି ହେବାରୁ ଏହା ସଂପୂର୍ଣ୍ଣରୂପେ ଭାଙ୍ଗି ଯିବା ସହ ପାଣିରେ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ନିଖୋଜ ଥିବା ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହ ଉଦ୍ଧାର କଲା ପୁଲିସ । ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Advertisment

ମାତ୍ର ଜାହଜର କ୍ରୁ ମେମ୍ବରଙ୍କ ଯୋଗୁ ଆହୁରି ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଲା ବୋଲି ସ୍ଥାନୀୟ ଗଭର୍ନର କହିଛନ୍ତି। ତେଣୁ ଜାହଜର ସମସ୍ତ କ୍ରୁ ମେମ୍ବରଙ୍କୁ ସେ ହିରୋ ଆଖ୍ୟା ଦେଇଛନ୍ତି ।

ପ୍ରାୟ ୩୦୦ ମିଟର ଲମ୍ବର ଏହି କାର୍ଗୋ ସିପ୍ ଶ୍ରୀଲଙ୍କାର କଲମ୍ବୋ ଆସୁଥିଲା।

ପ୍ରାୟ ୩୦୦ ମିଟର ଲମ୍ବ ବିଶିଷ୍ଟ ଏହି କାର୍ଗୋ ସିପ୍‌ରେ ସିଙ୍ଗାପୁର ପତାକା ଲାଗିଥିଲା। ‘ଡଲି’ ନାମକ ଏହି ଜାହାଜଟି ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ଯାଉଥିଲା। ପାଲପସ୍କୋ ନଦୀରେ ଯାଉଥିବା ବେଳେ ବନ୍ଦର ଛାଡ଼ିବାର ମାତ୍ର ୩୦ ମିନିଟ ଭିତରେ ଦୁର୍ଘଟଣା ହୋଇଥିଲା।  ଦୁର୍ଘଟଣାଗ୍ରସ୍ତ କାର୍ଗୋ ଜାହାଜର ସମସ୍ତ ୨୨ କର୍ମଚାରୀ ହେଉଛନ୍ତି ଭାରତୀୟ । ସମସ୍ତେ ସୁରକ୍ଷିତ ଥିବା ଜାହାଜ କମ୍ପାନି ପକ୍ଷରୁ କୁହାଯାଇଛି।  

Advertisment

ଆମେରିକାର ମେରିଲ୍ୟାଣ୍ଡର ଗଭର୍ନର ବେସ ମୁରଙ୍କ କହିବାନୁଯାୟୀ, କ୍ରୁ ମେମ୍ବର ଠିକ୍‌ ସମୟରେ ଆଲର୍ଟ କଲ୍‌ (SOS) ଦେଇଥିବାରୁ ବହୁ ଲୋକଙ୍କ ଜୀବନ ବଞ୍ଚି ଯାଇଛି। ସିଙ୍ଗାପୁର ପତାକା ଥିବା କଣ୍ଟେନର ଜାହଜ ଘଣ୍ଟାକୁ ୮ କିମି ବେଗରେ ଯାତ୍ରା କରୁଥିଲା। ବ୍ରିଜରେ ଧକ୍କା ହେବାର କିଛି ମିନିଟ୍‌ ପୂର୍ବରୁ ଜାହଜ ପକ୍ଷରୁ ଆଲର୍ଟ କଲ୍‌ ଜାରି କରାଯାଇଥିଲା। ଫଳରେ ତୁରନ୍ତ ବ୍ରିଜର ଉଭୟ ପାର୍ଶ୍ୱର ଟ୍ରାଫିକକୁ ବନ୍ଦ କରି ଦିଆଯାଇଥିଲା ବୋଲି ସେ କହିଛନ୍ତି ।

ଏହି ଜାହଜଟି ମ୍ୟାନେଜମେଣ୍ଟ କମ୍ପାନୀ ସିନର୍ଜୀ ମରିନ ଗ୍ରୁପ୍‌ର ଅଟେ ବୋଲି ଜଣାଯାଇଛି। ଦୁର୍ଘଟଣା ସମୟରେ ବ୍ରିଜ ଉପରେ ଥିବା କିଛି ଗାଡ଼ି ତଳକୁ ଖସି ପଡ଼ିଥିଲା। ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୬ ମୃତଦେହ ସହ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।  ଉଦ୍ଧାର କାର୍ଯ୍ୟ ସରିବା ପର୍ଯ୍ୟନ୍ତ ବାଲଟିମୋର ପୋର୍ଟରେ ସମସ୍ତ ଜାହାଜ ଚଳାଚଳକୁ ବନ୍ଦ ରଖାଯାଇଛି ।

ଗତକାଲି ବ୍ରିଜରେ ଜାହାଜଟି ଧକ୍କା ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ବ୍ରିଜର ବହୁ ଭଗ୍ନାବଶେଷ ଜାହଜ ଉପରେ ପଡ଼ିଥିବା ବେଳେ ସୌଭାଗ୍ୟବଶଃତ ସମସ୍ତ କ୍ରୁ ମେମ୍ବର ବଞ୍ଚି ଯାଇଥିବା ଜଣାଯାଇଛି। ବ୍ରିଜ୍‌ ଭୁଶୁଡ଼ିବା ବେଳର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ସାମ୍ନାକୁ ଆସିଥିବା ଦୃଶ୍ୟ ଅନୁଯାୟୀ, ଫ୍ରାନ୍ସିସ ସ୍କଟ ମୁଖ୍ୟ ବ୍ରିଜ୍‌କୁ ଗୋଟିଏ କଣ୍ଟେନର ଜାହାଜ ଧକ୍କା ଦେଇଥିଲା। ଏହାପରେ ବ୍ରିଜ୍‌ଟି ସଂପୂର୍ଣ୍ଣ ଭାବେ ପାଲପସ୍କୋ ନଦୀରେ ଭାଙ୍ଗି ଖସି ପଡ଼ିଥିଲା। ବ୍ରିଜ ଭୁଶୁଡ଼ିବା ବେଳେ କିଛି ଗାଡ଼ି ମଧ୍ୟ ଏହା ଉପରେ ଯାଉଥିଲା। ସେଗୁଡ଼ିକ ବ୍ରିଜ ସହ ପାଣିରେ ବୁଡ଼ି ଯାଇଛି।

୨.୬ କିମି ଲମ୍ବ ୪ ଲାଇନ ବିଶିଷ୍ଟ ବ୍ରିଜ୍‌ଟି ପାଲପସ୍କୋ ନଦୀ ଉପରେ ରହିଥିଲା। ଏହା ୧୯୭୭ରୁ କାର୍ଯ୍ୟକ୍ରମ ହୋଇଥିବା ବେଳେ ପ୍ରତିବର୍ଷ ୧୧ ମିଲିୟନ ଗାଡ଼ି ବ୍ରିଜ ଉପରେ ଚଳାଚଳ କରନ୍ତି। ବାଲିଟମୋରର ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍‌ ଭାବେ ଏହା ଜଣାଶୁଣା। 

USA Bridge Collapse