Advertisment

ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ: ୬ ମୃତ, ୩୦ ଆହତ

ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା କୋଠାଗୁଡ଼ିକ ମଧ୍ୟ ଦୋହଲି ଯାଇଥିଲା।

author-image
Jitendra Garnayak
Explosion

Explosion

ବାଂଲାଦେଶର ଚଟଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ (କେଶବପୁର) ଅଞ୍ଚଳରେ ଏକ ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

Advertisment

ଶନିବାର ଅପରାହ୍ଣରେ ଘଟିଥିବା ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା କୋଠାଗୁଡ଼ିକ ମଧ୍ୟ ଦୋହଲି ଯାଇଥିଲା। ସେହିପରି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଅକ୍ସିଜେନ୍ ପ୍ଲାଣ୍ଟର ଜିନିଷ ଗୁଡ଼ିକ ଅନେକ କିଲୋମିଟର ଦୂରରେ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଥିଲା।

୬ ମୃତକଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ଅକ୍ସିଜେନ୍ ପ୍ଲାଣ୍ଟର କର୍ମଚାରୀ। ଅନ୍ୟ ଜଣେ ମୃତକ ବ୍ୟବସାୟୀ ଥିଲେ। ତାଙ୍କ ନାଁ ଶମଶୁଲ ଆଲମ (୬୫)। ଅକ୍ସିଜେନ୍ ପ୍ଲାଣ୍ଟ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ତାଙ୍କର ଏକ ଦୋକାନ ଥିଲା। ସେ ଦୋକାନରେ ବସିଥିବା ବେଳେ ବିସ୍ଫୋରଣରେ ଅକ୍ସିଜେନ୍ ପ୍ଲାଣ୍ଟରୁ ଉଡ଼ି ଆସିଥିବା ଏକ ଶକ୍ତ ଧାତୁ ତାଙ୍କ ଉପରେ ପଡ଼ି ଯାଇଥିଲା ଓ ସେ ସେହିଠାରେ ହିଁ ପ୍ରାଣ ହରାଇଥିଲେ। ଉକ୍ତ ଶକ୍ତ ଧାତୁର ଓଜନ ପ୍ରାୟ ୨୫୦ରୁ ୩୦୦ କେଜି ହେବ ବୋଲି ଆଲମଙ୍କ ଭାଇ କହିଛନ୍ତି।

Advertisment

ବିସ୍ଫୋରଣ ପରେ ଅକ୍ସିଜେନ୍ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ୯ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀକୁ ଘଣ୍ଟେରୁ ଅଧିକ ସମୟ ଲାଗିଥିଲା।

Accident Bangladesh