Advertisment

କାନାଡାରେ ନର ସଂହାର; ଛୋଟ ଛୁଆଙ୍କ ସମେତ ୬ ଜଣଙ୍କୁ ଛୁରୀ ଭୁଷି ହତ୍ୟା

ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କ ୪ ଛୁଆ ଓ ଜଣେ ସମ୍ପର୍କୀୟ ଥିବା ଜଣାଯାଇଛି। ମୃତା ମହିଳାଙ୍କ ସ୍ୱାମୀ ଏହି ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Niharika Rout
Canada Police

Canada Police

କାନାଡାରେ ଘଟିଛି ଜଘନ୍ୟ କାଣ୍ଡ । ଏକ ପରିବାରର ୬ ଜଣଙ୍କୁ ଜଣେ ୧୯ ବର୍ଷୀୟ ଛାତ୍ର ଛୁରୀ ଭୁଷି ହତ୍ୟା କରିଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କ ୪ ଛୁଆ ଓ ଜଣେ ସମ୍ପର୍କୀୟ ଥିବା ଜଣାଯାଇଛି। ମୃତା ମହିଳାଙ୍କ ସ୍ୱାମୀ ଏହି ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏପରି ଏକ ବୀଭତ୍ସ କାଣ୍ଡ କାନାଡାରେ ଘଟିଛି। ମୃତକମାନେ ଶ୍ରୀଲଙ୍କାର ବଂଶୋଦ୍ଭବ ବୋଲି ଜଣାଯାଇଛି। ଏହି ଘଟଣାରେ କାନାଡା ପୁଲିସ୍‌ ଶ୍ରୀଲଙ୍କାର ଜଣେ ୧୯ ବର୍ଷୀୟ ଛାତ୍ରଙ୍କୁ ଗିରଫ କରିଛି। ତାଙ୍କ ନାଁ ଫେବ୍ରିୟୋ ଡି ଜୋୟସା ବୋଲି ଜଣାଯାଇଛି।

କିଛି ଦିନ ପୂବେ ଶ୍ରୀଲଙ୍କାର ଏକ ପରିବାର କାନାଡା ରାଜଧାନୀ ଓଟାବାକୁ ରହିବା ନିମନ୍ତେ ଯାଇଥିଲେ। ସେମାନଙ୍କ ମଧ୍ୟରେ ପତିପତ୍ନୀ ଓ ତାଙ୍କ ୪ ଛୋଟ ଛୋଟ ଛୁଆ ଥିଲେ। ସେମାନଙ୍କ ସହ ଫେବ୍ରିୟୋ ବି ରହୁଥିଲେ। ତେବେ ହଠାତ୍‌ ଫେବ୍ରିୟୋ ରକ୍ତମୁଖା ହୋଇ ଏକ ଛୁରୀ ସାହାଯ୍ୟରେ ପରିବାରର ସମସ୍ତଙ୍କୁ ଜଣକ ପରେ ଜଣେ ହତ୍ୟା କରିଥିଲେ।

Advertisment

ମୃତକଙ୍କ ମଧ୍ୟରେ ୩୫ ବର୍ଷୀୟା ମହିଳା, ତାଙ୍କ ୭ ବର୍ଷୀୟ ପୁଅ , ୪ ବର୍ଷୀୟ, ୨ ବର୍ଷୀୟ ଓ ଅଢେଇ ମାସର ଝିଅ ଥିବା ଜଣାଯାଇଛି। ଅନ୍ୟ ଜଣେ ମୃତକ ଏହି ପରିବାରର ନିକଟ ସମ୍ପର୍କୀୟ ବୋଲି ଜଣାଯାଇଛି।

ମହିଳାଙ୍କ ସ୍ୱାମୀ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘର ବାହାରକୁ ଆସି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ତୁରନ୍ତ ପୁଲିସ୍‌ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହାପରେ ପୁଲିସ୍‌ ଅଧିକାରୀ ଘର ଭିତରେ ପ୍ରବେଶ କରିଥିବା ବେଳେ ଅତ୍ୟନ୍ତ ବୀଭତ୍ସ ଦୃଶ୍ୟ ଦେଖିବାକୁ ପାଇଥିଲେ। ଘରେ ଛୋଟ ଛୋଟ ଛୁଆଙ୍କ ସମେତ ୬ ଜଣଙ୍କ ରକ୍ତାକ୍ତ ମୃତଦେହ ଏଣେତେଣେ ପଡ଼ି ରହିଥିଲା। ତୁରନ୍ତ ମୃତଦେହ ସବୁକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏଥିସହ ଉକ୍ତ ଘରେ

ଏହି ଘଟଣାକୁ ଅତ୍ୟନ୍ତ ବୀଭତ୍ସ ତଥା ହୃଦୟ ବିଦାରକ ବୋଲି କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି। କାନାଡା ପରି ଶାନ୍ତିପ୍ରିୟ ରାଷ୍ଟ୍ରରେ ଏପରି ଘଟଣାକୁ କେବେ ବି ବରଦାସ୍ତ କରାଯିବନି। ସମାଜ ଉପରେ ଏହାର କୁ-ପ୍ରଭାବ ପଡ଼ିବ । ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Mass Murder Canada Srilanka