ସ୍ଲୋବାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ଉପରକୁ ହୋଇଛି ଗୁଳିମାଡ଼। ତାଙ୍କ ଶରୀରରେ ବାଜିଛି ଏକାଧିକ ଗୁଳି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସ୍ଲୋବାକିଆର ରାଜଧାନୀ ବ୍ରାଟିସ୍ଲାବାରୁ ପ୍ରାୟ ୧୫୦ କିଲୋମିଟର ଦୂର ହ୍ୟାଣ୍ଡଲୋବା ସହରରେ ଏହି ଘଟଣା ଘଟିଛି। ସେଠାରେ କ୍ୟାବିନେଟ୍ ବୈଠକ ପରେ ପ୍ରଧାନମନ୍ତ୍ରୀ ହାଉସ୍ ଅଫ୍ କଲ୍ଚର ବାହାରେ ଲୋକଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସୋଶାଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି।
Also Read
ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ସ୍ଥାନୀୟ ପୁଲିସ ନିଜ କବଜାକୁ ନେଇଛି। ସେ ଜଣେ ଋଷ ସମର୍ଥକ ବୋଲି ଜଣାପଡ଼ିଛି। ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୂଚନା ଅନୁଯାୟୀ ସେମାନେ ଏକାଧିକ ରାଉଣ୍ଡ ଗୁଳି ଫୁଟିଥିବା ଶୁଣିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ସମସ୍ତେ ସମାଲୋଚନା କରିଛନ୍ତି। ସ୍ଲୋବାକିଆ ରାଷ୍ଟ୍ରପତି ଜୁଜାନା ସାପୁତୋବା କହିଛନ୍ତି ଯେ ସେ ଏଭଳି ନୃଶଂସ ଆକ୍ରମଣରେ ସ୍ତବ୍ଧ ହୋଇଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

International
କେବଳ ଫ୍ରାଙ୍କଲିନ ରୁଜଭେଲ୍ଟ ୨ରୁ ଅଧିକ ଥର ଆମେରିକାର ରାଷ୍ଟ୍ରପତି ହୋଇଥିଲେ, ଏହା ପଛର କାରଣ ଜାଣନ୍ତି କି?
ଆମେରିକାରେ ଜଣେ ବ୍ୟକ୍ତି କେବଳ ଦୁଇଟି ଟର୍ମ ବା ଦୁଇ ଥର ରାଷ୍ଟ୍ରପତି ହେବାର ପରମ୍ପରା ଆରମ୍ଭ କରିଥିଲେ ଜର୍ଜ ୱାଶିଂଟନ, ଥୋମାସ ଜେଫରସନ ଓ ଜେମ୍ସ ମ୍ୟାଡିସନ୍ଙ୍କ ଭଳି ପୂର୍ବତନ ରାଷ୍ଟ୍ରପତିମାନେ।

International
ନେପାଳରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଲଢ଼େଇ କରିଥିବା ପୂର୍ବତନ ମାଓବାଦୀ ଏବେ ରାଜତନ୍ତ୍ର ସପକ୍ଷରେ କରୁଛନ୍ତି ଆନ୍ଦୋଳନ
ନେପାଳରୁ ରାଜା ଜ୍ଞାନେନ୍ଦ୍ର ଶାହଙ୍କୁ ଗାଦିଚ୍ୟୁତ କରି ସାମ୍ବିଧାନିକ ରାଜତନ୍ତ୍ରର ଅନ୍ତ କରିବାରେ ଓ ଏହାକୁ ହିନ୍ଦୁ ରାଷ୍ଟ୍ରରୁ ଏକ ଧର୍ମନିରପେକ୍ଷ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବାରେ ଜଣେ ମାଓବାଦୀ ଭାବେ ସଂଘର୍ଷ କରିଥିବା ଦୁର୍ଗା ପ୍ରସାଇ ଏବେ ପୁଣି ଥରେ ନେପାଳର ରାଜାଙ୍କୁ ସାମ୍ବିଧାନିକ ମୁଖ୍ୟ କରି ହିନ୍ଦୁ ରାଜତନ୍ତ୍ର ପ୍ରତିଷ୍ଠା କରିବାକୁ ଅଣ୍ଟା ଭିଡ଼ିଛନ୍ତି।

International
ଭୂକମ୍ପରେ ମିଆଁମାର ଓ ଥାଇଲ୍ୟାଣ୍ଡ ଛାରଖାର: ୧୦ ହଜାର ଟପିବ ମୃତ୍ୟୁସଂଖ୍ୟା! ଭାରତ ଆରମ୍ଭ କଲା ଅପରେସନ ବ୍ରହ୍ମା
ଆମେରିକା ଏଜେନ୍ସି କହିଛି ଯେ ଯେତିକି କ୍ଷୟକ୍ଷତି ହୋଇଛି, ତା’କୁ ଦେଖିଲେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିବାର ଯଥେଷ୍ଟ ଆଶଙ୍କା ରହିଛି।

International
ବିଧ୍ୱଂସୀ ଭୂକମ୍ପ: ଛିନଛତ୍ର ମିଆଁମାର ଓ ଥାଇଲ୍ୟାଣ୍ଡ
ତାସର ଘର ଭଳି ଭୁଶୁଡ଼ି ପଡ଼ିଛି ବଡ଼ବଡ଼ ଅଟ୍ଟାଳିକା। ଅଟ୍ଟାଳିକା ଠାରୁ ଆରମ୍ଭ କରି ବ୍ରିଜ ଭୁଶୁଡ଼ିବା ବେଳର ଭୟଙ୍କର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି।

International
ଆତ୍ମଘାତୀ ହମଲା କରି ପାକିସ୍ତାନର ନିଦ ହଜାଇ ସାରିଲେଣି ବେଲୁଚି ମହିଳା!
ଣିଜ ସମ୍ପଦରେ ଭରପୂର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ମହିଳା ଆତ୍ମଘାତୀ ହମଲାରେ ସାମିଲ ହେବା ଗୋଟିଏ ବିରଳ ଘଟଣା।