Advertisment

ସ୍ଲୋବାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼, ଅବସ୍ଥା ସଙ୍କଟାପନ୍ନ

ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ସମସ୍ତେ ସମାଲୋଚନା କରିଛନ୍ତି।

Slovakia's Prime Minister

Slovakia's Prime Minister

Advertisment

ସ୍ଲୋବାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ଉପରକୁ ହୋଇଛି ଗୁଳିମାଡ଼। ତାଙ୍କ ଶରୀରରେ ବାଜିଛି ଏକାଧିକ ଗୁଳି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସ୍ଲୋବାକିଆର ରାଜଧାନୀ ବ୍ରାଟିସ୍ଲାବାରୁ ପ୍ରାୟ ୧୫୦ କିଲୋମିଟର ଦୂର ହ୍ୟାଣ୍ଡଲୋବା ସହରରେ ଏହି ଘଟଣା ଘଟିଛି। ସେଠାରେ କ୍ୟାବିନେଟ୍ ବୈଠକ ପରେ ପ୍ରଧାନମନ୍ତ୍ରୀ ହାଉସ୍ ଅଫ୍ କଲ୍‌ଚର ବାହାରେ ଲୋକଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସୋଶାଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି।

ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ସ୍ଥାନୀୟ ପୁଲିସ ନିଜ କବଜାକୁ ନେଇଛି। ସେ ଜଣେ ଋଷ ସମର୍ଥକ ବୋଲି ଜଣାପଡ଼ିଛି। ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୂଚନା ଅନୁଯାୟୀ ସେମାନେ ଏକାଧିକ ରାଉଣ୍ଡ ଗୁଳି ଫୁଟିଥିବା ଶୁଣିଛନ୍ତି।

Advertisment

ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ସମସ୍ତେ ସମାଲୋଚନା କରିଛନ୍ତି। ସ୍ଲୋବାକିଆ ରାଷ୍ଟ୍ରପତି ଜୁଜାନା ସାପୁତୋବା କହିଛନ୍ତି ଯେ ସେ ଏଭଳି ନୃଶଂସ ଆକ୍ରମଣରେ ସ୍ତବ୍ଧ ହୋଇଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe