Advertisment

ବଗିଚାରେ କ୍ରାଶ କଲା ବିମାନ

ଘର ଭିତରେ ପରିବାର ଲୋକ ରହିଥିବା ବେଳେ ସେମାନଙ୍କ ବଗିଚାରେ ଏପରି ଘଟଣା ଘଟିଛି।

Crash

Crash

Advertisment

ବଗିଚାରେ କ୍ରାଶ କରିଛି ଗୋଟିଏ ଛୋଟ ବିମାନ। ଘର ଭିତରେ ପରିବାର ଲୋକ ରହିଥିବା ବେଳେ ସେମାନଙ୍କ ବଗିଚାରେ ଏପରି ଘଟଣା ଘଟିଛି। ଆମେରିକାର ଉତାହ ଠାରେ ରହୁଥିବା ଗୋଟିଏ ପରିବାର ବର୍ଗଙ୍କ ବଗିଚାରେ ବିମାନ କ୍ରାଶ କରିବାରୁ ସେମାନେ ପୂରା ସ୍ତବ୍ଧ ହୋଇଯାଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ବୁଧବାର ସ୍ଥାନୀୟ ସମୟ ଅପରାହ୍ନ ୩.୩୫ରେ ଏହି ଘଟଣା ଘଟିଛି। ଦୁଇ ଇଞ୍ଜିନ ବିଶିଷ୍ଟ ପିପର ପିଏ-୩୪ ବିମାନଟି ହଠାତ ଘରର ସାମ୍ନା ପଟେ ଥିବା ବଗିଚାରେ କ୍ରାଶ କରିଯାଇଛି।

ବିମାନଟି ବଗିଚାରେ କ୍ରାଶ କରିବା ପରେ କିଛି ବାଟ ଘୋଷାଡ଼ି ହୋଇ ଯାଇଥିଲା। ଏହାପରେ ଏହା ଅଟକି ଯାଇଥିଲା। ସୌଭାଗ୍ୟବଶତଃ ବିମାନଟି କ୍ରାଶ ହୋଇଥିଲେ ହେଁ ଏଥିରେ ନିଆଁ ଲାଗି ନଥିଲା। କ୍ରାଶ ବେଳେ ବିରାଟ ଶବ୍ଦ ହୋଇଥିଲା। ଏହା ଶୁଣି ଘରରେ ରହୁଥିବା ଲୋକ ଓ ସେମାନଙ୍କ ପଡ଼ୋଶୀ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେମାନେ ମିଳିତ ଭାବେ ବିମାନ କ୍ରାଶ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସହଯୋଗ କରିଥିଲେ।

Advertisment

ଫେଡରାଲ ଆଭିଏସନ ଆଡମିନଷ୍ଟ୍ରେସନ କହିଛି ଯେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ଦୁଇ ଜଣ ଲୋକ ରହିଥିଲେ। କିନ୍ତୁ ସେମାନଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ। ଉଭୟ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପ୍ରଦାନ କରାଯାଉଛି।

ଦୁର୍ଘଟଣାରେ ବିମାନ ସହ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଛି। କିଛି ଗଛ ମଧ୍ୟ ଭାଙ୍ଗି ଯାଇଛି। ବିମାନରେ ଥିବା ଦୁଇ ଜଣଙ୍କ ବ୍ୟତୀତ ଆଉ କେହି ବି ଏଥିରେ ଆହତ ହୋଇ ନାହାନ୍ତି।

USA Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe