Advertisment

ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା: ୨୬ ମୃତ, ୧୦ ନିଖୋଜ

ଦକ୍ଷିଣ କୋରିଆରେ ପ୍ରାକୃତିକ ବିପର୍ଯ୍ୟୟ। ଭୂସ୍ଖଳନ, ବନ୍ୟା ପ୍ରଭାବରେ ୨୬ ମୃତ, ୧୦ ନିଖୋଜ।

ଅଦ୍ୟତନ ହୋଇଛି
Floods In South Korea

Floods In South Korea

Advertisment

ଦକ୍ଷିଣ କୋରିଆରେ ଲଗାତାର କିଛି ଦିନ ଧରି ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ, ବନ୍ୟା ଓ ଅନ୍ୟାନ୍ୟ ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ନିଖୋଜ ଅଛନ୍ତି।

Advertisment

ଆଭ୍ୟନ୍ତରୀଣ ଓ ସୁରକ୍ଷା ମନ୍ତ୍ରଣାଳୟ ଏକ ରିପୋର୍ଟ ଅନୁସାରେ ଦକ୍ଷିଣ କୋରିଆରେ ଶନିବାର ପ୍ରବଳ ବର୍ଷା ଯୋଗୁଁ ଘର ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଭୂସ୍ଖଳନ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ମନ୍ତ୍ରଣାଳୟ ପକ୍ଷରୁ ଅନ୍ୟ ମୃତକଙ୍କ ମୃତ୍ୟୁର କାରଣ ବାବଦରେ ରିପୋର୍ଟ କରାଯାଇ ନାହିଁ। ସମସ୍ତ ମୃତକ କେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ଅଞ୍ଚଳ। ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ଗୁରୁବାରଠାରୁ ୧୦ ଜଣ ନିଖୋଜ ଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି।

ଦକ୍ଷିଣ କୋରିଆରେ ଜୁଲାଇ ୯ରୁ ଲଗାଣ ବର୍ଷା ଜାରି ରହିଛି। ଫଳରେ ୨୦୦ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ବିମାନ ଓ ଟ୍ରେନ ଚଳାଚଳ ବାତିଲ ହୋଇଛି। ବିଦ୍ୟୁତ୍ ସେବା ମଧ୍ୟ ବିଚ୍ଛିନ୍ନ ହୋଇଛି। ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକେ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୫ ହଜାର ୫୭୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

Advertisment
Flood News International News Floods In South Koria South Korea Floods
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe