Advertisment

ଅବତରଣ ପୂର୍ବରୁ ବିମାନରେ ମାଡ଼ ହୋଇଥିଲା ପକ୍ଷୀ, ଲ୍ୟାଣ୍ଡିଂ ଗିୟରରେ ଥିଲା ତ୍ରୁଟି

ଦକ୍ଷିଣ କୋରିଆର ଭୟଙ୍କର ବିମାନ ଦୁର୍ଘଟଣାର ଚାଲିଛି ତଦନ୍ତ। ଅବତରଣ ପୂର୍ବରୁ ବିସ୍ଫୋରଣ ହୋଇଥିଲା ବିମାନର ଗୋଟିଏ ଇଞ୍ଜିନ।

South Korea Plane Crash

South Korea Plane Crash

Advertisment

ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି। ଜେଜୁ ଏୟାରଲାଇନ୍ସର ଏହି ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ। ତେବେ ଏହି ଭୟଙ୍କର ଦୁର୍ଘଟଣାର କାରଣ ଖୋଜୁଛନ୍ତି ଦକ୍ଷିଣ କୋରିଆ ତଦନ୍ତକାରୀ ସଂସ୍ଥା।

Advertisment

ଜେଜୁ ଏୟାର ବୋଇଂ ୭୩୭-୮୦୦ ବିମାନଟି ବ୍ୟାଙ୍ଗକକରୁ ଫେରୁଥିବା ବେଳେ ଏହା ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ସାଢ଼େ ୮ଟାରେ ଲ୍ୟାଣ୍ଡିଂ କରିବାର ଥିଲା। ହେଲେ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ପକ୍ଷୀ ମାଡ଼ ହୋଇଯିବା କାରଣରୁ ବିମାନଟି ପ୍ରଥମ ପ୍ରୟାସରେ ଲ୍ୟାଣ୍ଡିଂ କରିବାକୁ ଅସମର୍ଥ ହୋଇଥିଲା। ଏହାପରେ ରନୱେରେ ଦ୍ରୁତ ଗତିର ଘୋଷାଡ଼ି ହୋଇଯିବା ସହ ଏକ ବିମାନବନ୍ଦର ବାଡ଼ରେ ଧକ୍କା ହୋଇ ଏହା ବିସ୍ଫୋରଣ ହୋଇଥିଲା। ଏହାପରଠାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଏହାର ତଦନ୍ତ ଆରମ୍ଭ ହୋଇଛି।

Advertisment

ତେବେ ବିମାନରେ ପକ୍ଷୀ ମାଡ଼ ହେବା ପୂର୍ବରୁ ଏହାର ସମ୍ଭାବନାକୁ ନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ଦ୍ୱାରା ଆଲର୍ଟ ମଧ୍ୟ ଜାରି କରାଯାଇଥିଲା। ହେଲେ ଆଲର୍ଟ ଜାରି ହେବାର କେବଳ ଦୁଇ ମିନିଟ ମଧ୍ୟରେ ପ୍ଲେନଟି ଧ୍ୱଂସ ହୋଇଯାଇଥିଲା ବୋଲି କହିଛନ୍ତି ଦକ୍ଷିଣ କୋରିଆର ଜଣେ ବିମାନ ସେବା ଅଧିକାରୀ ଜୁ ଜୋଙ୍ଗ-ୱାନ। ଏହି ଦୁର୍ଘଟଣା ସମୟର ଭୟଙ୍କର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ନ୍ୟୁୟର୍କ ଟାଇମ ରିପୋର୍ଟ ଅନୁସାରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣେ କ୍ରୁ ସଦସ୍ୟ ତଦନ୍ତକାରୀ ଅଧିକାରୀଙ୍କୁ କହିଛନ୍ତି ଯେ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିବାର କିଛି ସମୟ ପୂର୍ବରୁ ବିମାନର ଗୋଟିଏ ଇଞ୍ଜିନ ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ଏକ ଟିଭି ଚ୍ୟାନେଲ ମଧ୍ୟ ଏହି ସମୟର ଭିଡିଓ ଦେଖାଇଛି। 

ତେବେ ବିମାନରେ ପକ୍ଷୀ ଧକ୍କା ହେବା ସହ ଦୁର୍ଘଟଣା ପାଇଁ ଆଉ କଣ ସବୁ କାରଣ ଥାଇପାରେ, ସେନେଇ ତଦନ୍ତ ଚାଲିଛି। ମୁଆନ ଅଗ୍ନିଶମ ବିଭାଗ ମୁଖ୍ୟ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ପକ୍ଷୀଟିଏ ବିମାନରେ ଧକ୍କା ହେବା ଓ ପ୍ରତିକୂଳ ପାଗ କାରଣରୁ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।

Plane Crash South Korea Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe