Advertisment

ମାର୍ଶଲ ଲ'କୁ ନେଇ ହଙ୍ଗାମା, ରାଷ୍ଟ୍ରପତିଙ୍କ ଅଫିସ୍‌ରେ ପଶିଲା ପୁଲିସ୍‌

ରାଷ୍ଟ୍ରପତି ୟୁନ୍‌ ସୁକ୍‌-ୟୋଲଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାର ଯାଞ୍ଚ ପାଇଁ ତାଙ୍କ ଅଫିସ୍‌ରେ ଚଢ଼ାଉ କରିଛି ପୁଲିସ।

author-image
Madhupriya Mistry
South Korea President

South Korea President

ଦକ୍ଷିଣ କରୋଆରେ ମାର୍ଶଲ ଲ'କୁ ନେଇ ଜାରି ରହିଛି ହଙ୍ଗାମା। ଏହାକୁ ନେଇ ରାଜନୈତିକ ଅଶାନ୍ତି ଦେଖାଦେଇଛି। ଏହାରି ଭିତରେ ପୁଲିସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ପଶିଛି। ରାଷ୍ଟ୍ରପତି ୟୁନ୍‌ ସୁକ୍‌-ୟୋଲଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାର ଯାଞ୍ଚ ପାଇଁ ତାଙ୍କ ଅଫିସ୍‌ରେ ଚଢ଼ାଉ କରିଛି ପୁଲିସ। ତେବେ ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତି ୟୁନ୍‌ଙ୍କୁ ଗିରଫ କରାଯାଇ ନାହିଁ କି ତାଙ୍କୁ ପଚରାଉଚରା କରାଯାଇ ନାହିଁ।

Advertisment

ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ତଦନ୍ତ ମାମଲାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ଜାତୀୟ ପୁଲିସ ଏଜେନ୍ସି, ସିଓଲ ମହାନଗର ନିଗମ ପୁଲିସ ଏଜେନ୍ସି ଏବଂ ଜାତୀୟ ବିଧାନସଭା ସୁରକ୍ଷା ସେବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲା ଦେଶର ସୁରକ୍ଷା ଏବଂ ପ୍ରଶାସନିକ ବ୍ୟବସ୍ଥା ସହ ଜଡିତ ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି ବୋଲି ଅନୁସନ୍ଧାନକାରୀ ଦଳ କହିଛି।

ଡିସେମ୍ବର ୯ ତାରିଖରେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ଉପରେ ପ୍ରତିବନ୍ଧକ ଲାଗିଥିଲା। ରାଷ୍ଟ୍ରପତି ୟୁନ ସୁକ୍ ୟୋଲଙ୍କ ମାର୍ଶାଲ ଲ’ ବିରୋଧରେ ତଦନ୍ତ ଆରମ୍ଭ ହେବା ପରେ ତାଙ୍କ ବିଦେଶ ଯାତ୍ରା ଉପରେ ରୋକ୍ ଲଗାଇଛି ନ୍ୟାୟ ମନ୍ତ୍ରାଳୟ।

Advertisment

ନ୍ୟାୟ ମନ୍ତ୍ରାଳୟ କହିଛି, ରାଷ୍ଟ୍ରପତିଙ୍କ ମାର୍ଶଲ ଲ’ ଦେଶକୁ ଅରାଜକତା ଭିତରକୁ ଠେଲି ଦେଇଥିଲା। ମାର୍ଶଲ ଲ’କୁ ଗୋଟିଏ ସପ୍ତାହ ନପୁରୁଣୁ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ୟୁନ ସୁକ୍ ୟୋଲଙ୍କୁ ହଟାଇାବା ପାଇଁ ବିରୋଧୀ ସାଂସଦ ମାନେ ସଂସଦରେ ମହା-ଅଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି।

ରାଷ୍ଟ୍ରପତି ଡିସେମ୍ବର ୩ ତାରିଖ ରାତିରେ ଅଚାନକ ଦେଶରେ ମାର୍ଶଲ ଲ’ ଲାଗୁ କରିବାକୁ ଘୋଷଣା କରିଥିଲେ ଏବଂ ସଂସଦକୁ ସ୍ୱତନ୍ତ୍ର ସୁରକ୍ଷାବଳ ଏବଂ ହେଲିକପ୍ଟର ପଠାଇଥିଲେ। ବିରୋଧୀ ସାଂସଦ ସମେତ ତାଙ୍କ ପାର୍ଟିର ସାଂସଦ ଏହାକୁ ଅସ୍ୱୀକାର କରିବା ପରେ ମାର୍ଶଲ ଲ’ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ।

ଏବେ ୟୁନ୍‌ଙ୍କୁ ସତ୍ତାରୁ ହଟାଇବା ପାଇଁ ବିରୋଧୀ ତାଙ୍କ ବିରୋଧରେ ପୁଣି ଥରେ ସଂଦରେ ମହାଭିଯୋଗ ପ୍ରସ୍ତାବା ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି।ସେପଟେ  ତାଙ୍କ ବିରୋଧ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଦକ୍ଷିଣ କୋରିଆ ପୁଲିସ।

ସେପଟେ ମାର୍ଶଲ ଲ'କୁ ବିରୋଧ କରି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ସିଓଲ୍‌ରେ ବଢ଼ିବାରେ ଲାଗିଛି ବିରୋଧ ପ୍ରଦର୍ଶନ। ରାଷ୍ଟ୍ରପତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ତାଙ୍କୁ ସତ୍ତାରୁ ହଟାଇବା ଦାବିରେ ସଂସଦ ବାହାରେ ଶହ ଶହ ଲୋକ ଏକାଠି ହୋଇଛନ୍ତି।  

South Korea Martial Law Police Raid South Korean President