Advertisment

ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା, ଚାଲିଗଲା ୯୫ ଜୀବନ

ଲଗାଣ ବର୍ଷା ଯୋଗୁ ସ୍ପେନର ବହୁ ଅଞ୍ଚଳ ପାଣି ଘେରରେ ରହିଛି। ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିସହ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଦେଖାଦେଇଛି।

Flood in Spain

Flood in Spain

Advertisment

ସ୍ପେନରେ ପ୍ରବଳ ବର୍ଷା ଯୋଗୁ ଆସିଛି ପ୍ରଳୟଙ୍କାରୀ ବନ୍ୟା। ଏଥିସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଏଥିଯୋଗୁ ୯୫ ଜଣଙ୍କ ମୃତ୍ୟୁ ଘଟିଛି। ଲଗାଣ ବର୍ଷା ଯୋଗୁ ସ୍ପେନର ବହୁ ଅଞ୍ଚଳ ପାଣି ଘେରରେ ରହିଛି। ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିସହ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଦେଖାଦେଇଛି।

Advertisment

ମଙ୍ଗଳବାର ସ୍ପେନରେ ମୂଷଳଧାରାରେ ବର୍ଷା ହୋଇଥିବା ବେଳେ ବୁଧବାର ଭୀଷଣ ବନ୍ୟା ସୃଷ୍ଟି ହୋଇଥିଲା। ଏଥିସହ ବହୁ ସ୍ଥାନରେ ଅତଡ଼ା ଖସି ଯାଇଥିଲା। ଫଳରେ ପ୍ରଖର ସ୍ରୋତରେ ପାଣି ମାଡ଼ିଆସି ଗାଁଠୁ ଆରମ୍ଭ କରି ସହରରେ ପଶି ଯାଇଥିଲା। ରେଳ ଲାନ୍‌ଠୁ ଆରମ୍ଭ କରି ବିମାନବନ୍ଦ ସବୁ ପାଣିରେ ବୁଡ଼ି ଯାଇଥିଲା। ଏଥିସହ କାର୍‌ଗୁଡ଼ିକ ଖେଳଣା ପରି ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା।

ଏହି ବନ୍ୟାରେ ଏଯାଏ ୯୫ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ଏଯାଏ ବହୁ ଲୋକ ନିଖୋଜ ଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି। ଏଥିସହ ଆଜି ସ୍ପେନରେ ଏକ ଭୟଙ୍କର ତୁଫାନ ହେବା ନେଇ ସେଠାକାର ପାଣିପାଗ ବିଭାଗ ଆକଳନ କରିଛି।

Advertisment

ଏହି ବନ୍ୟାକୁ ଚଳିତ ବର୍ଷରେ ୟୁରୋପର ସବୁଠୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଇଛି। ଏହି ଘଟଣା ପରେ ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ ଦେଶବାସୀଙ୍କୁ ସମ୍ବୋଧନ କରି ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବହୁ ଲୋକ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ଖୋଜୁଥିବା ବେଳେ ପାଉ ନାହାନ୍ତି ବୋଲି କହିଛନ୍ତି। ତେଣୁ ଏପରି ସମୟରେ ଦେଶବାସା ସେମାନଙ୍କ ସହ ଥିବା କହିଛନ୍ତି ରାଷ୍ଟ୍ରପତି। ଏହି ଭୀଷଣ ବନ୍ୟା ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଉଥିବା ବେଳେ ଏଥିରେ ସେନାକୁ ନିୟୋଜିତ କରାଯାଇଛି। ବିଭିନ୍ନ ସ୍ଥାନରେ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟଚାଲିଥିବା ବେଳେ ନିଖୋଜଙ୍କୁ ଖୋଜିବା କାର୍ଯ୍ୟ ମଧ୍ୟ ଜାରି ରହିଛି।

Flood Situation Flash Flood Spain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe