Advertisment

ପଣବନ୍ଦୀଙ୍କ ଠିକଣା ପାଉନି ଇସ୍ରାଏଲ, ଏବେ ଗାଜାବାସୀଙ୍କୁ ଦେଖାଇଲା ଆର୍ଥିକ ପୁରସ୍କାରର ଲୋଭ

ଇସ୍ରାଏଲର ଲୋକମାନଙ୍କୁ ହମାସ କେଉଁଠି ଲୁଚାଇ ରଖିଛି, ତା’ର ଉପଯୁକ୍ତ ଠିକଣା ଦେବାକୁ ଇସ୍ରାଏଲ ଗାଜାବାସୀଙ୍କୁ ଅନୁରୋଧ କରିଛି। ଏଥିସହ ସେମାନଙ୍କୁ ଆର୍ଥିକ ପୁରସ୍କାରର ଲୋଭ ମଧ୍ୟ ଦେଖାଇଛି।

author-image
Hemant Lenka
Gaza

Gaza

ଅକ୍ଟୋବର ୭ରୁ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ ପ୍ରାୟ ୨୨୦ ଜଣ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିବା ସହ ପଣବନ୍ଦୀ କରି ରଖିଛି। ଗାଜା ଷ୍ଟ୍ରିପର କୌଣସି ଟନେଲରେ ହମାସ ଆତଙ୍କବାଦୀମାନେ ଲୋକମାନଙ୍କୁ ପଣବନ୍ଦୀ କରି ରଖିଥିଲେ ହେଁ ଇସ୍ରାଏଲ ସେନା ଏହାର ଠିକଣା ପାଉନାହିଁ।

Advertisment

ଏବେ କୌଣସି ଉପାୟ ନ ପାଇ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପର ଲୋକମାନଙ୍କୁ ସହାୟତା ମାଗିଛି। ଇସ୍ରାଏଲର ଲୋକମାନଙ୍କୁ ହମାସ କେଉଁଠି ଲୁଚାଇ ରଖିଛି, ତା’ର ଉପଯୁକ୍ତ ଠିକଣା ଦେବାକୁ ଇସ୍ରାଏଲ ଗାଜାବାସୀଙ୍କୁ ଅନୁରୋଧ କରିଛି। ଏଥିସହ ସେମାନଙ୍କୁ ଆର୍ଥିକ ପୁରସ୍କାରର ଲୋଭ ମଧ୍ୟ ଦେଖାଇଛି।

ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ) କହିଛି ଯେ ପଣବନ୍ଦୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାର ବାଟ ଦେଖାଇଲେ ଗାଜାବାସୀଙ୍କୁ ଆର୍ଥିକ ପୁରସ୍କାର ଦିଆଯିବ। ସେହିପରି ଯେଉଁମାନେ ସୂଚନା ଦେବେ ସେମାନଙ୍କୁ ସବୁ ପ୍ରକାରର ସୁରକ୍ଷା ମଧ୍ୟ ଇସ୍ରାଏଲ ସେନା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।

Advertisment

ଆଇଡିଏଫ କହିଛି ଯେ “ଯଦି ଆପଣମାନେ ଶାନ୍ତିରେ ରହିବାକୁ ଚାହୁଁଛନ୍ତି, ଆପଣମାନେ ଯଦି ନିଜ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଚାହୁଁଛନ୍ତି, ତା’ହେଲେ ତୁରନ୍ତ ମାନବୀୟ ସହାୟତା କରନ୍ତୁ। ଦୟା କରି ଆପଣମାନଙ୍କ ଅଞ୍ଚଳରେ ପଣବନ୍ଦୀ ହୋଇ ରହିଥିବା ଲୋକଙ୍କ ଠିକଣା ସମ୍ପର୍କରେ ନିର୍ଦ୍ଦିଷ୍ଟ ଓ ମୂଲ୍ୟବାନ ତଥ୍ୟ ଦିଅନ୍ତୁ।

ଇସ୍ରାଏଲ ମିଲିଟାରୀ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ସୂଚନାଦାତାଙ୍କ ସୁରକ୍ଷା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯିବ। ଆପଣଙ୍କର ଓ ଆପଣମାନଙ୍କର ଘରର ସୁରକ୍ଷା ସହ ଆର୍ଥିକ ପୁରସ୍କାର ମଧ୍ୟ ମିଳିବ। ଆପଣମାନଙ୍କ ପରିଚୟ ଅତ୍ୟନ୍ତ ଗୋପନ ରଖାଯିବ। ଆପଣମାନେ ସୁରକ୍ଷିତ ଫୋନ ଲାଇନ ୮୬୧୯ କିମ୍ବା +୯୭୨୫୦୩୯୫୭୯୯୨କୁ ଯୋଗାଯୋଗ କରି ସୂଚନା ଦେଇ ପାରିବେ।”

ଅକ୍ଟୋବର ୭ରୁ ହମାସ ଆତଙ୍କୀମାନେ ୨୨୨ ଜଣ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ରଖିଥିଲା। ସେମାନଙ୍କ ମଧ୍ୟରୁ ଆଜି ୨ ଜଣ ମହିଳା ବୟସ୍କଙ୍କୁ ହମାସ ମୁକ୍ତ କରିଛି। ଏବେ ବି ସେମାଦଙ୍କ କବଳରେ ୨୨୦ ଜଣ ଲୋକ ରହିଛନ୍ତି।

Israel War Israel-Palestine War