Advertisment

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌; ହମାସ ମୁଖ୍ୟଙ୍କ ୩ ପୁଅ ସମେତ ୬ ଆଖି ବୁଜିଲେ

ଇସ୍ରାଏଲ ସେନା ଆକ୍ରମଣରେ ଆତଙ୍କୀ ସଂଗଠନ ହମାସ ମୁଖ୍ୟ ଇସମାଇଲ୍ ହାନିୟେଙ୍କ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଇସମାଇଲ୍ ହାନିୟେଙ୍କ ୩ ପୁଅ ଓ ୩ ନାତିନାତୁଣୀ ଥିବା ଜଣାଯାଇଛି।

Hamas Leader

Hamas Leader

Advertisment

ଇସ୍ରାଏଲ-ହମାସ ମଧ୍ୟରେ ପୁଣି ଥରେ ତେଜିଲା ସଂଘର୍ଷ । ଇସ୍ରାଏଲ ସେନା ଆକ୍ରମଣରେ ଆତଙ୍କୀ ସଂଗଠନ ହମାସ ମୁଖ୍ୟ ଇସମାଇଲ୍ ହାନିୟେଙ୍କ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଇସମାଇଲ୍ ହାନିୟେଙ୍କ ୩ ପୁଅ ଓ ୩ ନାତିନାତୁଣୀ ଥିବା ଜଣାଯାଇଛି।

Advertisment

ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ଇସମାଇଲ୍ ହାନିୟେଙ୍କ ୩ ପୁଅ ହେଲେ ଆମିର, ହାଜେମ ଓ ମହମ୍ମଦ । ଅନ୍ୟମାନଙ୍କ ମଧ୍ୟରେ ହାଜେମଙ୍କ ଝିଅ ଓ ଆମିରଙ୍କ ପୁଅ, ଝିଅ ଥିବା ଜଣାଯାଇଛି।

ହମାସ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଇସମାଇଲ୍ ହାନିୟେଙ୍କ ପରିବାରର ସଦସ୍ୟ ଏକ ଗାଡ଼ିରେ ସେଣ୍ଟ୍ରାଲ ଗାଜାରେ ଯିବା ବାଟରେ ସେମାନଙ୍କ କାର୍‌ ଉପରକୁ ଅତର୍କିତ ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ସେନା। ଏଥିରେ ଘଟଣାସ୍ଥଳରେ ସମସ୍ତଙ୍କ ହିଁ ମୃତ୍ୟୁ ଘଟିଛି। ଖୋଦ ଇସମାଇଲ୍ ହାନିୟେ ମଧ୍ୟ ଏକ ସାକ୍ଷାତକାରର ଏହା ସ୍ୱୀକାର କରିଛନ୍ତି।

Advertisment

ମୋର ୪ ପୁଅଙ୍କ ମଧ୍ୟରୁ ୩ ଜଣଙ୍କର ଇସ୍ରାଏଲ ସେନା ଆକ୍ରମଣରେ ମୃତ୍ୟୁ ହୋଇ ସାରିଥିବା ସେ ସୂଚନା ଦେଇଛନ୍ତି। ଆମ ଶତ୍ରୁ ପକ୍ଷ ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ ଘଟାଉଥିବା ସେ କହିଛନ୍ତି। ମୋ’ ପୁଅମାନଙ୍କୁ ହତ୍ୟା କରି ସେମାନେ ମାନସିକ ସ୍ତରରେ ମୋତେ ଭାଙ୍ଗି ଦେଇଥିବା ବିଶ୍ୱାସ କରୁଛନ୍ତି। ମାତ୍ର ଯାହା ହେଲେବି ହମାସ ପଛଘୁଞ୍ଚା ଦେବନି ବୋଲି ସେ ଚେତାଇ ଦେଇଛନ୍ତି।

ଇସ୍ରାଏଲ ହାମଲାରେ ପ୍ରାଣ ହରାଇଥିବା ଇସମାଇଲ୍ ହାନିୟେଙ୍କ ୩ ପୁଅଙ୍କ ମଧ୍ୟରୁ ଆମିର ହାନିୟେ ହମାସ ମିଲଟାରିରେ ଜଣେ କମାଣ୍ଡର ଭାବେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ୨ ଜଣ ବି ସେନାରେ ସାମିଲ ହୋଇଥିଲେ।

Israeli Air Strike Israel Hamas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe