Advertisment

Arjuna Ranatunga: ଗିରଫ ହେବେ ଶ୍ରୀଲଙ୍କା ପାଇଁ କ୍ରିକେଟ ବିଶ୍ୱକପ ଜିତିଥିବା ଟିମର କ୍ୟାପ୍ଟେନ

ରଣତୁଙ୍ଗାଙ୍କ ବେଆଇନ କାର୍ଯ୍ୟକଳାପ ଯୋଗୁ ଶ୍ରୀଲଙ୍କା ରାଜସ୍ୱକୁ ୨୩.୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ୨୦୧୭ ଡିଲ ବେଳେ ଏପରି ଘଟଣା ଘଟିଥିଲା। ଏଥିପାଇଁ କୋର୍ଟ ତାଙ୍କୁ ଗିରଫ କରିବାକୁ ଅନୁମତି ଦେଇଛନ୍ତି।

author-image
Hemant Lenka
arjun

ଅର୍ଜୁନ ରଣତୁଙ୍ଗା (ଫାଇଲ ଫଟୋ)

ଗିରଫ ହେବେ ବିଶ୍ୱ ବିଜେତା ଶ୍ରୀଲଙ୍କା(Srilanka) କ୍ରିକେଟ ଟିମର ଅଧିନାୟକ ଅର୍ଜୁନ ରଣତୁଙ୍ଗା। ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଶ୍ରୀଲଙ୍କା ସରକାର। ସେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ବ୍ୟାପକ ଦୁର୍ନୀତି କରିଥିବା କୋର୍ଟ କହିଛନ୍ତି।

Advertisment

ରଣତୁଙ୍ଗା ଓ ତାଙ୍କ ଭାଇ ଦୀର୍ଘ କାଳୀନ ତୈଳ ସଂଗ୍ରହ କଣ୍ଟ୍ରାକ୍ଟ ପାଇଁ ପ୍ରଚଳିତ ନିୟମରେ ବେଆଇନ ଭାବେ ପରିବର୍ତ୍ତନ କରିଥିଲେ। ଏହାର ଦାମକୁ ବଢ଼ାଇ ବ୍ୟାପକ ଦୁର୍ନୀତି କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। 

ରଣତୁଙ୍ଗାଙ୍କ ବେଆଇନ କାର୍ଯ୍ୟକଳାପ ଯୋଗୁ ଶ୍ରୀଲଙ୍କା ରାଜସ୍ୱକୁ ୨୩.୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ୨୦୧୭ ଡିଲ ବେଳେ ଏପରି ଘଟଣା ଘଟିଥିଲା। ଏଥିପାଇଁ କୋର୍ଟ ତାଙ୍କୁ ଗିରଫ କରିବାକୁ ଅନୁମତି ଦେଇଛନ୍ତି। 

Advertisment

ତଦନ୍ତ କମିଶନ ପକ୍ଷରୁ କଲମ୍ବୋ ମାଜିଷ୍ଟ୍ରେଟ ଅସାଙ୍ଗା ବୋଡ୍ରାଗାମାଙ୍କୁ କୁହାଯାଇଛି ଯେ ଅର୍ଜୁନ ରଣତୁଙ୍ଗା ଏବେ ବିଦେଶରେ ରହିଛନ୍ତି। ସେ ଦେଶକୁ ଫେରିବା କ୍ଷଣୀ ତାଙ୍କୁ ଗିରଫ କରାଯିବ। ସୋମବାର ରଣତୁଙ୍ଗାଙ୍କ ବଡ଼ ଭାଇ ଧାମିକା ରଣତୁଙ୍ଗାଙ୍କୁ ଗିରଫ କରାଯାଇଥିଲେ। ଠକେଇ ସମୟରେ ସେ ସରକାରଙ୍କ ଅଧୀନରେ ଥିବା ସେୟଲୋନ ପେଟ୍ରୋଲିୟମ କର୍ପୋରେସନର ଅଧ୍ୟ ଭାବେ କାର୍ଯ୍ୟ କରୁଥିଲେ। ସୋମବାର ତାଙ୍କୁ ଗିରଫ କରାଯିବା ପରେ ସେ ଜାମିନରେ ମୁକୁଳିଛନ୍ତି।

ତେବେ ଧାମିକାଙ୍କ ବିଦେଶ ଯାତ୍ରା ଉପରେ ରୋକ ଲଗାଇଛନ୍ତି ମାଜିଷ୍ଟ୍ରେଟ। ଧାମିକାଙ୍କ ପାଖରେ ଶ୍ରୀଲଙ୍କା ଓ ଆମେରିକା ନାଗରିକତା ରହିଥିଲେ ହେଁ ସେ ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେ ନାହିଁ। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩ରେ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

୬୨ ବର୍ଷୀୟ ଅର୍ଜୁନ ରଣତୁଙ୍ଗା ହେଉଛନ୍ତି ବାମହାତୀ ବ୍ୟାଟର। ୧୯୯୬ରେ ଶ୍ରୀଲଙ୍କା ଟିମ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମଥର ଚାମ୍ପିୟନ ହୋଇଥିଲା। ଏହି ଟିମର ଅଧିନାୟକ ରହିଥିଲେ ରଣତୁଙ୍ଗା। ପରବର୍ତ୍ତୀ ଅବସ୍ଥାରେ ଅର୍ଜୁନ ରଣତୁଙ୍ଗା ଶ୍ରୀଲଙ୍କା ରାଜନୀତିରେ ପ୍ରବେଶ କରି ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ। ଏବେ ସେ ଦୁର୍ନୀତି ଘଟଣାରେ ଗିରଫ ହେବାକୁ ଯାଉଛନ୍ତି।

ପେଟ୍ରୋଲିୟମ କ୍ଷେତ୍ରରେ ହୋଇଥିବା ଦୁର୍ନୀତିରେ ଅର୍ଜୁନ ଓ ଧାମିକା ରଣତୁଙ୍ଗା ଫସିଥିବା ବେଳେ ଏମାନଙ୍କ ଆଉ ଜଣେ ଭାଇ ପ୍ରସନ୍ନାଙ୍କ ବିରୋଧରେ ମଧ୍ୟ ଠକେଇ ଅଭିଯୋଗ ରହିଛି। ବୀମା ଠକେଇ ମାମଲାରେ ଗତ ମାସରେ ପ୍ରସନ୍ନାଙ୍କୁ ଗିରଫ କରାଯାଇଥିଲେ। ସେ ଏକଦା ଶ୍ରୀଲଙ୍କାର ପର୍ଯ୍ୟଟନ ମନ୍ତ୍ରୀ ଭାବେ କାମ କରିଥିଲେ। 

Srilanka