Advertisment

ସେନା ନିଯୁକ୍ତି ଅଭିଯାନରେ ଦଳାଚକଟା; ୩୭ ମୃତ, ୧୪୦ରୁ ଊର୍ଦ୍ଧ୍ୱ ଆହତ

ବ୍ରାଜାଭିଲେର ଏକ ଷ୍ଟାଡିୟମରେ ନଭେମ୍ବର ୧୪ରୁ ନିଯୁକ୍ତି ଡ୍ରାଇଭ୍ ଆରମ୍ଭ ହୋଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ସେନା ନିଯୁକ୍ତି ଡ୍ରାଇଭ୍(ଅଭିଯାନ) ଚାଲିଥିବା ସମୟରେ ଦୁଃଖଦ ଘଟଣା। ଦଳଚକଟାରେ ୩୭ ଜଣ ଚାକିରି ଆଶାୟୀଙ୍କ ମୃତ୍ୟୁ। ଏଥିସହ ୧୪୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର କଙ୍ଗୋ ରାଜଧାନୀ ବ୍ରାଜାଭିଲେର ଘଟିଛି ଏହି ଅଘଟଣ।

Advertisment

ସୂଚନା ଅନୁସାରେ, ବ୍ରାଜାଭିଲେର ଏକ ଷ୍ଟାଡିୟମରେ ନଭେମ୍ବର ୧୪ରୁ ନିଯୁକ୍ତି ଡ୍ରାଇଭ୍ ଆରମ୍ଭ ହୋଇଥିଲା। ୧୮ରୁ ୨୫ ବର୍ଷ ବୟସର ପିଲାମାନେ ସେନାରେ ଯୋଗଦେବାକୁ ଏଠାରେ ପହଞ୍ଚିଥିଲେ। ମଙ୍ଗଳବାର ଶେଷ ଦିନ ଥିବାରୁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଏତେ ସଂଖ୍ୟକ ଆଶାୟୀ ଆସିଥିଲେ ଯେ ସେମାନଙ୍କୁ ନିୟନ୍ତ୍ରଣ କରିବା ଆୟୋଜକଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା।

ଧାଡ଼ିରେ ଛିଡା ହୋଇଥିବା ସମୟରେ ଆଶାୟୀଙ୍କ ମଧ୍ୟରେ ଦଳାଚକଟା ହୋଇ ୩୭ ଜଣ ପ୍ରାଣ ହରାଇଛନ୍ତି। ଏଥିସହ ୧୪୦ ଜଣ ଆହତ ହୋଇଛନ୍ତି। ଏହି ଅଘଟଣ ପରେ ନିଯୁକ୍ତି ଡ୍ରାଇଭକୁ ସ୍ଥଗିତ ରଖାଯାଇଛି। ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକ ଦିବସୀୟ ଶୋକ ଘୋଷଣା କରାଯାଇଛି। 

Advertisment

ପ୍ରକାଶ ଥାଉ କି, ବିଶ୍ୱ ବ୍ୟାଙ୍କ ପରିସଂଖ୍ୟାନ ଅନୁଯାୟୀ, କଙ୍ଗୋରେ ଯୁବ ବେକାରୀ ହାର ପ୍ରାୟ ୪୨ ପ୍ରତିଶତ। 

Army Recruitment Drive Stampede In Army Recruitment Drive Stampede