Advertisment

Indian-origin businessman killed: କାର୍‌ ଉପରେ ପରିସ୍ରାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ହତ୍ୟା

ଘଟଣା ଦିନ ସାଗୋ ଓ ତାଙ୍କ ଗର୍ଲଫ୍ରେଣ୍ଡ ଡିନର କରି ଚାଲିଚାଲି ନିଜର କାର ପାଖକୁ ଆସୁଥିଲେ। ଏହି ସମୟରେ ଅଭିଯୁକ୍ତ ପାପିନ ସେମାନଙ୍କ କାର ଉପରେ ପରିସ୍ରା କରୁଥିବା ଦେଖିବାକୁ ପାଇଥିଲେ।

Canada

୫୫ ବର୍ଷୀୟ ବ୍ୟବସାୟୀ (ଫାଇଲ ଫଟୋ)

Advertisment

କାନାଡା( Canada)ରେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା। କାନାଡାର କେନ୍ଦ୍ରୀୟ ଇମୋଣ୍ଟୋନ ଠାରେ ୫୫ ବର୍ଷୀୟ ବ୍ୟବସାୟୀଙ୍କୁ ଭୟଙ୍କର ଢଙ୍ଗରେ ଆକ୍ରମଣ କରି ହତ୍ୟା କରାଯାଇଛି। ବ୍ୟବସାୟୀଙ୍କ କାର ଉପରେ ଜଣେ ଯୁବକ ପରିସ୍ରା କରୁଥିଲା। ବାସ୍‌ ସେ ଏହାକୁ ବିରୋଧ କରିବାରୁ ତାଙ୍କୁ ଜୀବନ ହରାଇବାକୁ ପଡ଼ିଛି। 

Advertisment

ଇଡମୋଣ୍ଟୋନ ପୁଲିସ ସେବା(ଇପିଏସ୍‌)ଙ୍କ କହିବା କଥା ଯେ ୧୦୯ ଷ୍ଟ୍ରିଟ ଓ ୧୦୦ ଆଭିନ୍ୟୁ ନିକଟରେ ଆକ୍ରମଣ ସମ୍ପର୍କରେ ଖବର ମିଳିଥିଲା। ପୁଲିସ୍‌ ଅଧିକାରୀମାନେ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଅଚେତ ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ। ତାଙ୍କ ଶରୀରରେ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଭଳି କ୍ଷତ ଚିହ୍ନ ସବୁ ରହିଥିଲା।

ଆହତ ୫୫ ବର୍ଷୀୟ ବ୍ୟକ୍ତି ଅର୍ବି ସିଂହ ସାଗୋ(India)ଙ୍କୁ ତୁରନ୍ତ ପୁଲିସ୍‌ ଅଧିକାରୀ ହସ୍ପିଟାଲ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। କିନ୍ତୁ ୫ ଦିନର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୂରା ଘଟଣା ଅକ୍ଟୋବର ୧୯ରେ ଘଟିଥିଲା। ଘଟଣା ପରେ ୪୦ ବର୍ଷୀୟ ଅଭିଯୁକ୍ତ କୟଲେ ପାପିନକୁ ଗିରଫ କରାଯାଇଛି। 
ଘଟଣା ଦିନ ସାଗୋ ଓ ତାଙ୍କ ଗର୍ଲଫ୍ରେଣ୍ଡ ଡିନର କରି ଚାଲିଚାଲି ନିଜର କାର ପାଖକୁ ଆସୁଥିଲେ। ଏହି ସମୟରେ ଅଭିଯୁକ୍ତ ପାପିନ ସେମାନଙ୍କ କାର ଉପରେ ପରିସ୍ରା କରୁଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ସାଗୋ ତାକୁ ପ୍ରଶ୍ନ କରିଥିଲେ।

Advertisment

ଏଠାରେ କ’ଣ ଚାଲିଛି ବୋଲି ସେ ପଚାରିଥିଲେ। ବାସ ଏତିକି କଥାରେ ପାପିନ ତାଙ୍କୁ ଭୟଙ୍କର ଢଙ୍ଗରେ ଆକ୍ରମଣ କରିଥିଲା। ଏଥିଯୋଗୁ ସାଗୋଙ୍କ ମୃତ୍ୟୁ ହୋଇଛି। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ଶୁଣାଣି ନଭେମ୍ବର ୪ରେ ହେବ। ସେହିପରି ଘଟଣା ପଛରେ ଆଉ କିଛି କାରଣ ରହିଛି କି ନାହିଁ, ତା’ର ଯାଞ୍ଚ ମଧ୍ୟ ପୁଲିସ୍‌ କରୁଛି। ସାଗୋଙ୍କ ଗର୍ଲଫ୍ରେଣ୍ଡଙ୍କ ଠାରୁ ପୁଲିସ୍‌ ଘଟଣା ସମ୍ପର୍କରେ ତଥ୍ୟ ମଧ୍ୟ ନେଇଛି। 

India Canada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe