Advertisment

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତାଇୱାନ; ସୁନାମୀ ଆଲର୍ଟ ଜାରି

ଭୂକମ୍ପରେ ଥରିଲା ସାରା ତାଇୱାନ ସମେତ ରାଜଧାନୀ ତାଇପେଇ ଓ ହୁଆଲିଏନ୍ ସହର । ରିକ୍ଟର ସ୍କେଲରେ ଭୂକଂପ ତୀବ୍ରତା ୭.୪ ବୋଲି ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
Earthquack

Earthquack

Advertisment

ତାଇୱାନରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂକମ୍ପ ଝଟକା । ଭୂକମ୍ପରେ ଥରିଲା ସାରା ତାଇୱାନ ସମେତ ରାଜଧାନୀ ତାଇପେଇ ଓ ହୁଆଲିଏନ୍ ସହର । ରିକ୍ଟର ସ୍କେଲରେ ଭୂକଂପ ତୀବ୍ରତା ୭.୪ ବୋଲି ସୂଚନା ମିଳିଛି ।

Advertisment

ଗତ ୨୫ ବର୍ଷରେ ଏହା ତାଇୱାନରେ ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି ସୂଚନା ମିଳିଛି। ଏହି ଭୂମିକମ୍ପ ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ୫୦ ଜଣ ଆହତ ହୋଇଥିବା ଜଣାଯାଇଛି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।ତାଇୱାନରେ ହୋଇଥିବା ଏହି ଭୂକମ୍ପ ଏତେ ଶକ୍ତିଶଶାଳୀ ଥିଲା ଯେ ଚୀନ୍‌ର ସାଂଘାଇ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା।

ଏହି ଭୂମିକମ୍ପରେ ସହରର ଏକାଧିକ ବଡ଼ ବଡ଼ କୋଠା ଦିଆସିଲି ଖୋଳ ପରି ଭୁଶୁଡ଼ି ପଡ଼ିଛି। ତେବେ ଭୁଶୁଡ଼ି ପଡ଼ିଥିବା ବିଲ୍ଡିଂରେ ବହୁ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି। ଏଥିସହ ଦେଶର ବହୁ ଟ୍ରେନ୍‌ ସେବାକୁ ବାତିଲ କରି ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରେ ବିଜୁଳି ସଂଯୋଗ ତଥା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି।

Advertisment

ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଜାପାନର ଦୁଇଟି ଦ୍ୱୀପରେ ସୁନାମୀ ଆସିଥିବା ଜଣାଯାଇଛି। ତେଣୁ ଆଗାମୀ ଦିନରେ ତାଇୱାନ, ଜାପାନ ଓ ଫିଲିପାଇନ୍ସରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଜୁଆର ୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଏଥିସହ ଆସନ୍ତା କିଛି ଦିନରେ ଦେଶରେ ଆହୁରି କିଛି ଭୂମିକମ୍ପ ଝଟକା ଅନୁଭୂତ ହେବ ବୋଲି ତାଇୱାନର ସେଣ୍ଟ୍ରାଲ ସିସମୋଲୋଜି ସେଣ୍ଟର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଆମେରିକା ଜିଓଲୋଜିକାଲ ସର୍ଭେ ସୂଚନା ଅନୁଯାୟୀ, ହୁଆଲିଆନ ସହରର ଦକ୍ଷିଣ ପଟୁ ୧୮ କିଲୋମିଟର ଦୂରରେ ଭୂକଂପର କେନ୍ଦ୍ରସ୍ଥଳ ଥିଲା ।  ଏହା ପୂର୍ବରୁ ୧୯୯୯ ସେପ୍ଟେମ୍ବର ମାସରେ ତାଇୱାନରେ ହୋଇଥିବା ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୭.୬ । ସେତେବେଳେ ୨, ୪୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ହଜାର ବିଲଡିଂ ଭୁଶୁଡି ପଡିଥିଲା ।

Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe