Advertisment

ପୂର୍ବାପେକ୍ଷା ଭାରତ ସହ ଆମେରିକାର ସମ୍ପର୍କ ଅଧିକ ନିବିଡ଼: ବାଇଡେନ୍‌

କ୍ୱାଡ୍‌ ସମ୍ମିଳନୀରେ ଯୋଗ ଦେବା ଲାଗି ମୋଦିଙ୍କ ଆମେରିକା ଗସ୍ତ ବେଳେ ମୋଦିଙ୍କ ସହ ସାକ୍ଷାତ ପରେ ଏଭଳି କିଛି କହିଛନ୍ତି ଜୋ ବାଇଡେନ୍‌।

Biden and Modi

Biden and Modi

Advertisment

ପୂର୍ବାପେକ୍ଷା ଭାରତ ସହ ଆମେରିକାର ସମ୍ପର୍କ ଅଧିକ ଶକ୍ତିଶାଳୀ, ନିକଟତର ଓ ଗତିଶୀଳ ହୋଇଛି। ଇତିହାସରେ ଯେ କୌଣସି ସମୟ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ ଏହି ସମ୍ପର୍କ ଅତି ନିବିଡ଼ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

Advertisment

କ୍ୱାଡ୍‌ ସମ୍ମିଳନୀରେ ଯୋଗ ଦେବା ଲାଗି ମୋଦିଙ୍କ ଆମେରିକା ଗସ୍ତ ବେଳେ ମୋଦିଙ୍କ ସହ ସାକ୍ଷାତ ପରେ ଏଭଳି କିଛି କହିଛନ୍ତି ଜୋ ବାଇଡେନ୍‌। ଏଥିସହ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହାକୁ ସେୟାର ମଧ୍ୟ କରିଛନ୍ତି ଆମେରିକା ରାଷ୍ଟ୍ରପତି।

ସେ ନିଜ ସୋଶଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛନ୍ତି ଯେ, ମୋଦିଙ୍କ ସହ ଯେତେବେଳେ ଏକାଠି ହେଉ, ସେତେବେଳେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗିତାର ଅନ୍ୟ ଦିଗ ସମ୍ପର୍କରେ ଆଲୋଚନା କରୁ। ଆଉ ଆଜି ମଧ୍ୟ ସେଇୟା ହୋଇଛି।

Advertisment

ଗତକାଲି ବାଇଡେନଙ୍କ ହୋମ୍ ଟାଉନ୍ ୱିଲିଂଟନ୍ ଡେଲାୱେରରେ ପହଞ୍ଚିବା ପରେ ମୋଦିଙ୍କୁ ନିଜ ବାସଭବନକୁ ପାଛୋଟି ନେଇଥିଲେ ବାଇଡେନ। ପରେ ୨ ରାଷ୍ଟ୍ର ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ସେପଟେ ଆମେରିକାର ଭାରତୀୟ ସମୁଦାୟ ପକ୍ଷରୁ ମଧ୍ୟ ମୋଦିଙ୍କୁ ପାରମ୍ପରିକ ଢଙ୍ଗରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି।

Joe Biden PM Modi Quad Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe