Advertisment

Student Dies: ଆମେରିକା ଆପାର୍ଟମେଣ୍ଟରୁ ମିଳିଲା ଭାରତୀୟ ଛାତ୍ରୀଙ୍କ ମୃତଦେହ, ୨ ଦିନ ଧରି ସାମ୍ନା କରୁଥିଲେ ଏହି ସମସ୍ୟା

ରାଜିଙ୍କ ସମ୍ପର୍କୀୟ ଭାଇ ଚୈତନ୍ୟ ୱାଭିକେଙ୍କ କହିବା କଥା ଯେ ୨ ଦିନ ହେଲା ତାଙ୍କ ଭଉଣୀ ସାଂଘାତିକ କାଶ ଓ ଛାତି ଯନ୍ତ୍ରଣା ଅନୁଭବ କରୁଥିଲେ। ନଭେମ୍ବର ୭ ସକାଳେ ରାଜିଙ୍କ ଆଲାରାମ ବାଜିଥିଲେ ହେଁ ସେ ଉଠି ନଥିଲେ।

USA

ରାଜି (ଫାଇଲ ଫଟୋ)

Advertisment

ଆମେରିକା(USA)ର ଟେକ୍ସାସର ଥିବା ଆପାର୍ଟମେଣ୍ଟର ରୁମରୁ ମିଳିଛି ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରୀଙ୍କ ମୃତଦେହ। ଛାତ୍ରୀଙ୍କ ମୃତଦେହ ମିଳିବା ପରେ ତାଙ୍କ ପରିବାର ଓ ବନ୍ଧୁମାନେ ପୂରା ସ୍ତବ୍ଧ ହୋଇଯାଇଛନ୍ତି। 

Advertisment

ମୃତ ଛାତ୍ରୀ ଜଣଙ୍କ ହେଲେ ରାଜଲକ୍ଷ୍ମୀ(ରାଜି) ୟାରଲାଗାଡ୍ଡା। ତାଙ୍କ ଘର ଆନ୍ଧ୍ର ପ୍ରଦେଶରେ। ସେ ଟେକ୍ସାସରେ ଥିବା ଗୋଟିଏ ଆପାର୍ଟମେଣ୍ଟର ଫ୍ଲାଟରେ ରହୁଥିଲେ। ନିକଟରେ ସେ from Texas A&M University-Corpus Christiରୁ ଗ୍ରାଜ୍ୟୁଏଟ ହୋଇଥିଲେ ଓ ଆମେରିକାରେ ଚାକିରି ଅନ୍ୱେଷଣରେ ରହିଥିଲେ। 

କିନ୍ତୁ ନଭେମ୍ବର ୭ରେ ତାଙ୍କ ମୃତଦେହ ସେ ରହୁଥିବା ରୁମରୁ ମିଳିଛି। ରାଜିଙ୍କ ସମ୍ପର୍କୀୟ ଭାଇ ଚୈତନ୍ୟ ୱାଭିକେଙ୍କ କହିବା କଥା ଯେ ୨ ଦିନ ହେଲା ତାଙ୍କ ଭଉଣୀ ସାଂଘାତିକ କାଶ ଓ ଛାତି ଯନ୍ତ୍ରଣା ଅନୁଭବ କରୁଥିଲେ। ନଭେମ୍ବର ୭ ସକାଳେ ରାଜିଙ୍କ ଆଲାରାମ ବାଜିଥିଲେ ହେଁ ସେ ଉଠି ନଥିଲେ। ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ବୋଲି ଚୈତନ୍ୟ କହିଛନ୍ତି। 

Advertisment

ମୃତ୍ୟୁର କାରଣ ଜାଣିବା ପାଇଁ ଆମେରିକାରେ ଶବ ବ୍ୟବଚ୍ଛେଦ କରାଯାଉଛି। ଏସବୁ ଭିତରେ ଚୈତନ୍ୟ ଝିଅକୁ ହରାଇ ପୂରା ଭାଙ୍ଗି ପଡ଼ିଥିବା ବାପା ମା’ଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି। ଆନ୍ଧ୍ର ପ୍ରଦେଶ(Andhra Pradesh)ର କରମେଚେଡୁ ଗାଁରେ ଚାଷ କାମ କରନ୍ତି ରାଜିଙ୍କ ବାପା। ଅନେକ ସ୍ୱପ୍ନ ନେଇ ରାଜି ଆମେରିକା ଆସିଥିଲେ। ଚାକିରି କରି ବାପା ମା’ଙ୍କୁ ସହ ସହଯୋଗ କରି ଥାଆନ୍ତେ। 

କିନ୍ତୁ ଏବେ ତାଙ୍କ ବାପା ମା’ ପୂରା ଏକା ହୋଇଯାଇଛନ୍ତି। ତେଣୁ ସେମାନଙ୍କୁ ସମସ୍ତଙ୍କ ସହାୟତା ଆବଶ୍ୟକ ବୋଲି ଚୈତନ୍ୟ ପାଣ୍ଠି ଯୋଗାଡ଼ ଉଦ୍ଦେଶ୍ୟରେ ଉଲ୍ଲେଖ କରିଛନ୍ତି।

ରାଜିଙ୍କ ଅନ୍ତିମ ସଂସ୍କାର, ଆମେରିକାରୁ ଭାରତକୁ ପାର୍ଥିବ ଶରୀରକୁ ପଠାଇବା, ତାଙ୍କ ଶିକ୍ଷା ଋଣ ପୈଠ କରିବା ଓ ବାପା ମା’ଙ୍କୁ କିଛି ଆର୍ଥିକ ସହାୟତା କରିବାକୁ ଏପରି ପାଣ୍ଠି ଯୋଗାଡ଼ କରୁଛନ୍ତି ଚୈତନ୍ୟ। ସେ ସମସ୍ତଙ୍କୁ ଆର୍ଥିକ ସହାୟତା କରିବାକୁ ସୋଶାଲ ମିଡିଆରେ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି।  

USA Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe