Advertisment

Middle East War: ଇରାନୀୟ ଶିପକୁ ଉଡ଼ାଇଲା ବୁଡ଼ାଜାହାଜ, ୧୦୧ ଜଣଙ୍କ ପତ୍ତା ମିଳୁନି

ଶ୍ରୀଲଙ୍କାର ନୌସେନା ପ୍ରଥମେ ଆଇଆରଆଇଏସ ଡେନା ନାମକ ଶିପ ବିପଦରେ ଥିବା ଖବର ପାଇଥିଲା। ଏଥିରେ ୧୮୦ ଜଣ ସଦସ୍ୟ ଥିବା ଖବର ମିଳିବା ପରେ ଶ୍ରୀଲଙ୍କା ସେନା ପକ୍ଷରୁ ଏକାଧିକ ଜାହାଜ ଓ ଏୟାର ଫୋର୍ସ ବିମାନକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠା ଯାଇଥିଲା।

Iran1

ଶିପ ଉପରେ ହମଲା

Advertisment

Middle East War Updates: ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୫ମ ଦିନରେ ପହଞ୍ଚିଛି। ଏସବୁ ଭିତରେ ଶ୍ରୀଲଙ୍କା ଉପକୂଳ ଠାରୁ କିଛି ଦୂରରେ ଗୋଟିଏ ଇରାନୀୟ ଶିପ ଉପରେ ହୋଇଛି ଭୟଙ୍କର ହମଲା। ଗୋଟିଏ ବୁଡ଼ାଜାହଜ ଇରାନୀୟ ଶିପକୁ ଆକ୍ରମଣ କରିବାରୁ ୧୦୧ ଜଣ ଗଭୀର ସମୁଦ୍ରରେ ନିଖୋଜ ହୋଇ ଯାଇଛନ୍ତି। ସେହିପରି ୭୮ ଜଣ ଆହତଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। 

Advertisment

ଏହାପୂର୍ବରୁ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ଦେଶର ସେନା ବାହିନୀ ବୁଡ଼ି ଯାଉଥିବା ଗୋଟିଏ ଇରାନୀୟ ଶିପରୁ ୩୨ ଜଣଙ୍କୁ ଉଦ୍ଧାର କରିଛନ୍ତି। ଶ୍ରୀଲଙ୍କାର ବରିଷ୍ଠ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଅନୀଲ ଜୟସିଂହେ କହିଛନ୍ତି ଯେ ଉଦ୍ଧାର ହୋଇଥିବା ୩୨ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ୭ ଜଣଙ୍କୁ ଜରୁରୀ ଚିକିତ୍ସା ପ୍ରଦାନ କରାଯାଉଥିବା ବେଳେ ଅନ୍ୟମାନେ ସମାନ୍ୟ ଆହତ ହୋଇଛନ୍ତି। 

ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ ସଂସଦକୁ ଜଣାଇଛନ୍ତି ଯେ ଶ୍ରୀଲଙ୍କାର ନୌସେନା ପ୍ରଥମେ ଆଇଆରଆଇଏସ ଡେନା ନାମକ ଶିପ ବିପଦରେ ଥିବା ଖବର ପାଇଥିଲା। ଏଥିରେ ୧୮୦ ଜଣ ସଦସ୍ୟ ଥିବା ଖବର ମିଳିବା ପରେ ଶ୍ରୀଲଙ୍କା ସେନା ପକ୍ଷରୁ ଏକାଧିକ ଜାହାଜ ଓ ଏୟାର ଫୋର୍ସ ବିମାନକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠା ଯାଇଥିଲା। ସେମାନେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। 

Advertisment

ଶ୍ରୀଲଙ୍କା ସରକାର ଇରାନୀୟ ଶିପ ବୁଡ଼ି ଯାଇଥିବା କହିଥିଲେ ହେଁ କେତେ ସଂଖ୍ୟକ କ୍ରୁ ସଦସ୍ୟ ନିଖୋଜ ହୋଇଛନ୍ତି, ତା’ର ତଥ୍ୟ ସାର୍ବଜନୀନ କରି ନାହାନ୍ତି। କିନ୍ତୁ ୧୦୧ ଜଣ ଇରାନୀ ଶିପର ସଦସ୍ୟ ନିଖୋଜ ଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ କେଉଁ ଦେଶର ବୁଡ଼ା ଜାହାଜ ଇରାନୀ ଶିପ ଉପରେ ଏପରି ହମଲା କରିଛି, ସେକଥା ମଧ୍ୟ ଏଯାଏ ସ୍ପଷ୍ଟ ହୋଇନି। ଜାହାଜଟି ଶ୍ରୀଲଙ୍କା ଉପକୂଳ ଠାରୁ ସାମାନ୍ୟ ଦୂରରେ କ’ଣ କରୁଥିଲା, ସେକଥା ମଧ୍ୟ ଜଣାପଡ଼ିନି। 

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe