Advertisment

ସୁଦାନରେ ବ୍ୟାପକ ହିଂସାକାଣ୍ଡ; ୨ଶହ ମଲେଣି, ଘରୁ ନ ବାହାରିବାକୁ ଭାରତୀୟଙ୍କୁ ପରାମର୍ଶ

ପ୍ରାୟ ସପ୍ତାହେ ଧରି ଚାଲିଥିବା ଏହି ସଂଘର୍ଷରେ ଉଭୟ ପକ୍ଷରୁ ଗୁଳି ବର୍ଷା ସାଙ୍ଗକୁ ବୋମା ବି ଫିଙ୍ଗା ଯାଉଛି। ଏହି ସଂଘର୍ଷରେ ପ୍ରାୟ ୨ଶହ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୧୮ଶହ ଲୋକ ଗୁରୁତର ହୋଇ ପଡ଼ିଛନ୍ତି।

Violence

Violence

Advertisment

ଅଶାନ୍ତ ହୋଇ ପଡ଼ିଛି ସୁଦାନ । ଶାସନ କ୍ଷମତା ଅକ୍ତିଆର କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସେନା ଓ ଅର୍ଦ୍ଧ ସାମରିକ ବାହିନୀ। ଏହି ସଂଘର୍ଷରେ ପ୍ରାୟ ୨ଶହ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୧୮ଶହ ଲୋକ ଗୁରୁତର ହୋଇ ପଡ଼ିଛନ୍ତି। ଏପରି ସମୟରେ ସୁଦାନର ସ୍ଥିତି ଚିନ୍ତାଜନକ ଥିବା ବେଳେ ସେଠାରେ ରହୁଥିବା ଭାରତୀୟ ଘରୁ ନ ବାହାରିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Advertisment

ପ୍ରାୟ ସପ୍ତାହେ ଧରି ଚାଲିଥିବା ଏହି ସଂଘର୍ଷରେ ଉଭୟ ପକ୍ଷରୁ ଗୁଳି ବର୍ଷା ସାଙ୍ଗକୁ ବୋମା ବି ଫିଙ୍ଗା ଯାଉଛି। ଏଥିଯୋଗୁ ସୁଦାନର ପ୍ରଭୁତ କ୍ଷୟକ୍ଷତି ଘଟୁଥିବା ବେଳେ ବହୁ ମେଡିକାଲ ମାଟିରେ ମିଶି ଯାଇଛି। ଫଳରେ ଆହତଙ୍କୁ ଚିକିତ୍ସା ସେବା ଯୋଗାଇବା ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଏହା ସହିତ ଖାଦ୍ୟ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି।

କ୍ଷମତାକୁ ଅକ୍ତିଆର କରିବାକୁ ସଶସ୍ତ୍ର ବାହିନୀର କମାଣ୍ଡର ଅବଦେଲ ଫତେହ ଅଲ-ବୁରହାନ ଏବଂ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ର ପ୍ରମୁଖ ଜେନେରାଲ ମହମ୍ମଦ ହାମଦାନ ଦାଗଲୋଙ୍କ ମଧ୍ୟରେ ପ୍ରାୟ ସପ୍ତାହେ ହେଲା ଏହି ହିଂସାକାଣ୍ଡ ଘଟି ଚାଲିଛି।

Advertisment

ସୁଦାନ ରାଜଧାନୀ ଖାର୍ତୁମରେ ବ୍ୟାପକ ହିଂସା ଜାରି ରହିଥିବା ବେଳେ ସୋମବାର ଭାରତୀୟ ଦୂତାବାସ ପକ୍ଷରୁ ଏହାର ନାଗରିକଙ୍କ ପାଇଁ ପରାମର୍ଶ ଜାରି କରାଯାଇଛି। ଭାରତୀୟମାନେ ଯେଉଁଠି ଅଛନ୍ତି ସେଠାରେ ସତର୍କତା ଅବଲମ୍ବନ କରିବା ସହ ଘରେ ରହିବାକୁ କୁହାଯାଇଛି। ଏଥିସହ ବାହାରକୁ ନ ବାହାରିବାକୁ ଦୂତାବାସ ପରାମର୍ଶ ଦେଇଛି।

ସୁଦାନରେ ଦେଖାଦେଇଥିବା ହିଂସାକାଣ୍ଡ ଯୋଗୁ ରବିବାର ଗୁଳି ବାଜି ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଦୁଃଖବ୍ୟକ୍ତ କରିବା ସହ ଖାର୍ତୁମର ସ୍ଥିତି ଚିନ୍ତାଜନକ ରହିଥିବା କହିଛନ୍ତି। ଏଥିସହ ଭାରତ ଏହା ଉପରେ ନଜର ରଖିଥିବା ମଧ୍ୟ ସେ କହିଛନ୍ତି।

ସୂଚନା ଅନୁଯାୟୀ, ସୁଦାନରେ ପ୍ରାୟ ୪ହଜାର ଭାରତୀୟ ନାଗରିକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୨ଶହ ଜଣ ସେଠାକାର ସ୍ଥାନୀୟ ବାସିନ୍ଦା ହୋଇ ଯାଇଥିବା ଜଣାଯାଇଛି।

Political Violence Dead Body Sudan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe