Advertisment

ସୁଦାନ ହିଂସାକାଣ୍ଡକୁ ନେଇ ଭାରତରେ ବୟାନବାଜି; ଜୟଶଙ୍କର- ସିଦ୍ଦରମେୟା ମୁହାଁମୁହିଁ

ସିଦ୍ଦରମେୟା ଗତକାଲି କରିଥିବା ଟ୍ୱିଟକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭଡ଼କିବା ସହ ଏହାକୁ ନେଇ ରାଜନୀତି ନ କରିବାକୁ କହିଛନ୍ତି।

Siddaramaiah & Jaysankar

Siddaramaiah & Jaysankar

Advertisment

ସୁଦାନରେ ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ମୁହାଁମୁହିଁ ହୋଇ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଅଶାନ୍ତ ସୁଦାନରେ ବହୁ ସଂଖ୍ୟାରେ ଭାରତୀୟ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ କର୍ଣ୍ଣାଟକା ବାସିନ୍ଦା। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ନେଇ ଉଭୟ କେନ୍ଦ୍ର ସରକାର ଓ କର୍ଣ୍ଣାଟକାର ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟାଙ୍କ ମଧ୍ୟରେ ଆରମ୍ଭ ହେଲାଣି ଭାଷଣବାଜି । ସିଦ୍ଦରମେୟା ଗତକାଲି କରିଥିବା ଟ୍ୱିଟକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭଡ଼କିବା ସହ ଏହାକୁ ନେଇ ରାଜନୀତି ନ କରିବାକୁ କହିଛନ୍ତି। 

Advertisment

ସିଦ୍ଧାରମେୟା ଗତକାଲି କରିଥିବା ଟ୍ୱିଟ ଅନୁଯାୟୀ, ସୁଦାନର ପରିସ୍ଥିତି ଅଶାନ୍ତ ହୋଇ ପଡ଼ିଥିବା ବେଳେ କର୍ଣ୍ଣାଟକାର ୩୧ ନାଗରିକ ସେଠାରେ ଫସି ରହିଛନ୍ତି। ମାତ୍ର ସେମାନଙ୍କୁ ଉଦ୍ଧାର କରିବାକୁ ଭାରତ ସରକାର ତତ୍ପରତା ପ୍ରକାଶ କରୁ ନାହାନ୍ତି।

ଏହାକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି ବୈଦିଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର। ଏପରି ବୟାନବାଜି ଦ୍ୱାରା କୌଣସି ରାଜନୈତିକ ଫାଇଦା ମିଳିବନି । ବରଂ ଏହାଦ୍ୱାରା ସୁଦାନରେ ଫସିଥିବା ଭାରତୀୟଙ୍କ ଜୀବନ ପ୍ରତି ଅଧିକ ବିପଦ ଦେଖାଯିବ ବୋଲି ସେ କହିଛନ୍ତି ।

Advertisment

ଏପରି ପରିସ୍ଥିତିରେ ଟ୍ୱିଟ କରି ସୁଦାନରେ ଫସିଥିବା ଭାରତୀୟଙ୍କ ଜୀବନକୁ ଅଧିକ ବିପଦକୁ ଠେଲନ୍ତୁ ନାହିଁ ବୋଲି କହିଛନ୍ତି ଜୟଶଙ୍କର। ସୁଦାନ ଅବସ୍ଥା ବିଗିଡ଼ିବା ପରଠୁ ଭାରତୀୟ ଦୂତାବାସୀ ସେଠାରେ ଫସିଥିବା ଭାରତୀୟ ନାଗରିକଙ୍କ ସହ ଯୋଗାଯୋଗରେ ରହିଛି। ସେମାନଙ୍କୁ ସୁରକ୍ଷିତ ରହିବାକୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ସ୍ଥିତି ନିୟନ୍ତ୍ରଣକୁ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ  ବୋଲି କହିଛନ୍ତି ଜୟଶଙ୍କର ।

ଏଥିସହ ଏବେ ସୁଦାନ ଯିବାକୁ ଯୋଜନା କରୁଥିବା ଭାରତୀୟ ସେଠାକୁ ଯିବାକୁ ବାରଣ କରାଯାଇଛି। ସେଠାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ତେଣୁ ଏପରି ସ୍ଥିତିରେ ସୁଦାନ ଯାଇ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ଟ୍ୱିଟ କରିଛି।

ସୂଚନାଯୋଗ୍ୟ, ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଘଟିଥିବା ସଂଘର୍ଷ ଯୋଗୁ ସୁଦାନ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଏଯାଏ ମୃତକଙ୍କ ସଂଖ୍ୟା ୨ଶହରୁ ଅଧିକ ଥିବା ବେଳେ ପ୍ରାୟ ୨ ହଜାରରୁ ଅଧିକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି। 

ଉଭୟ ପକ୍ଷରୁ ଗୁଳି ବର୍ଷା ସାଙ୍ଗକୁ ବୋମା ବି ଫିଙ୍ଗା ଯାଉଥିବାରୁ ସୁଦାନର ଭିତ୍ତିଭୂମି ଭୁଶୁଡ଼ିବାରେ ଲାଗିଛି। ଫଳରେ ଆହତଙ୍କୁ ଚିକିତ୍ସା ସେବା ଯୋଗାଇବା ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି

Political Violence India Sudan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe