Advertisment

Blast in Pakistan: ପାକିସ୍ତାନରେ ବଡ଼ଧରଣର ଆତ୍ମଘାତୀ ହମଲା, ୧୩ ମୃତ

କାର ବିସ୍ଫୋରଣରେ ଥରିଛି ବାଲୋଚିସ୍ତାନ ପ୍ରଦେଶର କ୍ୱେଟ୍ଟା। ଏହି ଶକ୍ତିଶାଳୀ ବିସ୍ଫୋରଣରେ ଏଯାଏ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ୩୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Blast

ବିସ୍ଫୋରଣ

Advertisment

ଆତଙ୍କୀସ୍ତାନ ପାକିସ୍ତାନ(Pakistan)ରେ ହୋଇଛି ବଡ଼ଧରଣର ଆତ୍ମଘାତୀ ହମଲା। କାର ବିସ୍ଫୋରଣ(Blast in Car)ରେ ଥରିଛି ବାଲୋଚିସ୍ତାନ ପ୍ରଦେଶର କ୍ୱେଟ୍ଟା। ଏହି ଶକ୍ତିଶାଳୀ ବିସ୍ଫୋରଣରେ ଏଯାଏ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ୩୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

କ୍ୱେଟ୍ଟାର ଜାରଗହୁନ ରୋଡରେ ଥିବା ଫ୍ରଣ୍ଟିଇର କ୍ରପ୍ସ ମୁଖ୍ୟାଳୟ ସାମ୍ନା ବିଚ୍ ରାସ୍ତାରେ ଏହି ବିସ୍ଫୋରଣ ହୋଇଥିବାରୁ  ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବିସ୍ଫୋରଣ ପରେ ଗୁଳି ମାଡ଼ର ଶବ୍ଦ ଶୁଣିବାକୁ ମିଳିଛି।

ସେହିପରି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପୂରା ମଡେଲ ଟାଉନ ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଏହାକୁ ଅନୁଭବ କରିଛନ୍ତି। ନିକଟସ୍ଥ ଘର ଓ ବିଲଡିଂଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିସ୍ଫୋରଣ ପରେ ପରେ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏତିକି ବେଳେ ଲୋକମାନେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣିଛନ୍ତି।

Advertisment

ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଉଦ୍ଧାରକାରୀ ଦଳ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ କର୍ଡନ କରିଛନ୍ତି। ସେହିପରି ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହୋଇଛି। ବିସ୍ଫୋରଣର ଭିଡିଓ ବି ସାମ୍ନାକୁ ଆସିଛି। 

କ୍ୱେଟ୍ଟା ଏସଏସପି ମହମ୍ମଦ ବାଲୋଚନ କହିଛନ୍ତି, ମଡେଲ ଟାଉନରୁ ହାଲି ରୋଡକୁ ଯାଉଥିବା ଗୋଟିଏ କାରରେ ବିସ୍ଫୋରକ ଖଞ୍ଜା ଯାଇଥିଲା। ଏଫସି ମୁଖ୍ୟାଳୟ ନିକଟରେ ଗାଡ଼ିଟି ପହଞ୍ଚିବା ପରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଏହା ଏକ ଆତ୍ମଘାତୀ ହମଲା। ବିସ୍ଫୋରଣର ତୀବ୍ରତା ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ସହରରେ ଥିବା ସମସ୍ତ ହସ୍ପିଟାଲରେ ଏମର୍ଜେନ୍ସି ଘୋଷଣା କରାଯାଇଛି।

 ସେହିପରି ଅଧିକାରୀମାନେ ବିସ୍ଫୋରଣ କେଉଁ ପ୍ରକାରର ଥିଲା, ତା’ର ଯାଞ୍ଚ ଆରମ୍ଭ କରିଛନ୍ତି। ବିସ୍ଫୋରଣ ପରେ ଗୁଳି ମାଡ଼ କିଏ କରିଥିଲା, ତା’ର ମଧ୍ୟ ତଦନ୍ତ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ କିଛି ବନ୍ଧୁକଧାରୀ ରହିଛନ୍ତି କି ନାହିଁ, ତା’କୁ ମଧ୍ୟ ନିଶ୍ଚିତ କରିବାରେ ସୁରକ୍ଷାକର୍ମୀ ଲାଗି ପଡ଼ିଛନ୍ତି।

Pakistan Blast In Car
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe