/odisha-reporter/media/media_files/2025/10/17/attack1-2025-10-17-15-37-49.jpg)
ଘଟଣାସ୍ଥଳର ଦୃଶ୍ୟ
ଆଫଗାନିସ୍ତାନ ସହ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ରକ୍ତରଞ୍ଜିତ ହୋଇଛି ପାକିସ୍ତାନ। ପାକିସ୍ତାନର ଉତ୍ତର ୱାଜିରସ୍ତାନ ଅନ୍ତର୍ଗତ ମୀର ଅଲୀ ଜିଲ୍ଲାରେ ଥିବା ସେନା କ୍ୟାମ୍ପକୁ ଟାର୍ଗେଟ କରି ହୋଇଛି ଆତ୍ମଘାତୀ ହମଲା।
ଆଫଗାନିସ୍ତାନ ସୀମାନ୍ତରେ ହୋଇଥିବା ଏହି ବଡ଼ଧରଣର ଆତ୍ମଘାତୀ ହମଲାରେ ବର୍ତ୍ତମାନ ସୁଦ୍ଧା ୭ ଜଣ ପାକିସ୍ତାନ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେହରିକ ଇ ତାଲିବାନ ପାକିସ୍ତାନ(ଟିଟିପି) ପକ୍ଷରୁ ଏପରି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।
କିନ୍ତୁ ଟିଟିପି ପକ୍ଷରୁ ଏଯାଏ ଏଥିପାଇଁ ନିଜକୁ ଦାୟୀ କରାଯାଇ ନାହିଁ। କିନ୍ତୁ ବେଶ କିଛି ଦିନ ହେବ ଟିଟିପିର ବିଭିନ୍ନ ଆଡ୍ଡା ଉପରେ ପାକିସ୍ତାନ ତଥାକଥିତ ଆକ୍ରମଣ କରୁଥିବାରୁ ଏହାର ଜବାବରେ ଏପରି ଆତ୍ମଘାତୀ ହମଲା କରାଯାଇଥିବା କୁହାଯାଉଛି।
ସୂଚନା ଅନୁସାରେ, ସେନା କ୍ୟାମ୍ପ ନିକଟରେ ଗୋଟିଏ ବିସ୍ଫୋରକ ଖଚିତ ଗାଡ଼ି ରହିଥିଲା। ଏହି ସମୟରେ ଜଣେ ଆତ୍ମଘାତୀ ହମଲାକାରୀ ସେଠାରେ ପହଞ୍ଚିଥିଲା। କେହି କିଛି ବୁଝିବା ଆଗରୁ ସେ ଆସିଥିବା ଗାଡ଼ିକୁ ବିସ୍ଫୋରକ ଖଚିତ ଟ୍ରକରେ ପିଟି ଦେଇଥିଲା। ଫଳରେ ସେନା କ୍ୟାମ୍ପର ପାଚେରି ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି।
ବିସ୍ଫୋରଣ(Multiple Suicide Attacks) ବେଳେ କ୍ୟାମ୍ପରେ ଶତାଧିକ ପାକିସ୍ତାନ ସୈନ୍ୟ ରହିଥିଲେ। ଆକ୍ରମଣ ପରେ କିଛି ସ୍ଥାନରେ ନିଆଁ ଲାଗି ଯିବା ସହ ପୂରା ଅଞ୍ଚଳ ଧୂଆଁମୟ ହୋଇ ଯାଇଥିବାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।
Two powerful suicide bombings target Pakistan Army camps in North Waziristan. pic.twitter.com/iu1aCMZFur
— WLVN (@TheLegateIN) October 17, 2025
ଆଫଗାନିସ୍ତାନର କ୍ଷମତାସୀନ ତାଲିବାନ ସହ ପାକିସ୍ତାନ ସେନାର ଲଢ଼େଇ ଗୋଟିଏ ସପ୍ତାହ ହେଲା ଜାରି ରହିଛି। ଏଥିରେ ଅନେକ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ବୁଧବାର ୪୮ ଘଣ୍ଟା ପାଇଁ ଯୁଦ୍ଧ ବିରତି ଲାଗୁ ହେଉଛି। ଏହି ଅବଧି ଆଜି ସନ୍ଧ୍ୟା ୬ଟାରେ ଶେଷ ହେବ। ଏହାପୂର୍ବରୁ ଆତ୍ମଘାତୀ ହମଲାରେ ପାକିସ୍ତାନର ସୀମାନ୍ତ ଜିଲ୍ଲା ଥରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
