Advertisment

Suicide Attack: ଦୋହଲିଗଲା ପାକିସ୍ତାନର ରାଜଧାନୀ; ଆତ୍ମଘାତୀ ବିସ୍ଫୋରଣରେ ୩୧ ମୃତ, ୧୬୯ ଆହତ

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମସଜିଦ କ୍ଷତିଗ୍ରସ୍ତ ହେବା ସହିତ ଆଖପାଖରେ ଥିବା ଘର ଓ କୋଠାଗୁଡ଼ିକ ମଧ୍ୟ ଦୋହଲି ଯାଇଥିଲା। ଆଖପାଖ ଘରର କାଚ ଝରକା ଭାଙ୍ଗି ଯାଇଛି। ଅନେକ ମୃତକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା।

Explosion
Advertisment

ପାକିସ୍ତାନର ରାଜଧାନୀ ଇସଲାମାବାଦର ଏକ ମସଜିଦରେ ଶୁକ୍ରବାର ଅପରାହ୍ନରେ ଆତ୍ମଘାତୀ ବିସ୍ଫୋରଣରେ ୩୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। 

Advertisment

ଇସଲାମାବାଦର ଶେଜାଦ ସହର ଅଞ୍ଚଳରେ ଥିବା ଏହି ମସଜିଦରେ ନମାଜ ପାଠ ଚାଲିଥିବା ବେଳେ ମୁଖ୍ୟ ଦ୍ୱାର ନିକଟରେ ଘଟିଥିଲା ଏହି ବିସ୍ଫୋରଣ। ‘ଦ ଟାଇମ୍ସ ଅଫ ଇସଲାମାବାଦ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମସଜିଦର ମୁଖ୍ୟ ଦ୍ୱାର ନିକଟରେ ଆକ୍ରମଣକାରୀଙ୍କୁ ଅଟକାଇଥିଲେ ସୁରକ୍ଷା କର୍ମଚାରୀ। ସେମାନେ ତାଙ୍କୁ ନମାଜ ପାଠ ଚାଲିଥିବା ମୁଖ୍ୟ ହଲ୍‌କୁ ଛାଡ଼ିବାକୁ ଅନୁମତି ଦେଇ ନଥିଲେ। ଆଉ ଏହା ପରେ ହୋଇଥିଲା ଆତ୍ମଘାତୀ ବିସ୍ଫୋରଣ। ଆକ୍ରମଣକାରୀ ନିଜକୁ ଉଡ଼ାଇ ଦେଇଥିଲେ। 

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମସଜିଦ କ୍ଷତିଗ୍ରସ୍ତ ହେବା ସହିତ ଆଖପାଖରେ ଥିବା ଘର ଓ କୋଠାଗୁଡ଼ିକ ମଧ୍ୟ ଦୋହଲି ଯାଇଥିଲା। ଆଖପାଖ ଘରର କାଚ ଝରକା ଭାଙ୍ଗି ଯାଇଛି। ଅନେକ ମୃତକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା।

Advertisment

ଏହି ଘଟଣା ପରେ ଇସଲାମାବାଦରେ ଜରୁରୀ ପରିସ୍ଥିତି ଜାରି ହୋଇଛି। ଘଟଣାସ୍ଥଳରେ ପୁଲିସ ସହିତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କୁ ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ୍‌ (PIMS) ଓ ପଲରକ୍ଲିନିକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। 

ଏହା ପୂର୍ବରୁ ତିନି ମାସ ତଳେ ୨୦୨୫ ନଭେମ୍ବର ୧୧ ତାରିଖରେ ଇସଲାମାବାଦରେ ଏକ କୋର୍ଟ ବାହାରେ କାର ବିସ୍ଫୋରଣ ହୋଇଥିଲା। ସେଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାର ଦିନକୁ ପୂର୍ବରୁ ଭାରତର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଆତ୍ମଘାତୀ ହମଲା ହୋଇଥିଲା। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। 
ପାକିସ୍ତାନ ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଓ ଗଭୀର ଶୋକ ପ୍ରକାଶ କରିଛନ୍ତି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe