Advertisment

ଟାଇଟନ ଟ୍ରାଜେଡି: ଡରୁଥିଲେ ସୁଲେମାନ, କିନ୍ତୁ ବାପାଙ୍କୁ ଖୁସି କରିବାକୁ ଯାଇଥିଲେ

ସୁଲେମାନ ତାଙ୍କ ବାପାଙ୍କ ସହିତ ଟାଇଟାନିକ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Suleman Dawood

Suleman Dawood

Advertisment

ଟାଇଟାନିକ ଜାହାଜର ଧ୍ୱଂସାବଶେଷ ଦେଖିବା ପାଇଁ ଟାଇଟନ ବୁଡ଼ା ଜାହାଜରେ ଯାଇଥିବା ୫ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଥିଲେ ୧୯ ବର୍ଷର ସୁଲେମାନ ଦାଉଦ।

Advertisment

ସୁଲେମାନ ତାଙ୍କ ବାପାଙ୍କ ସହିତ ଟାଇଟାନିକ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଯାଇଥିଲେ। ତାଙ୍କ ବାପାଙ୍କ ନାଁ ଶହଜାଦା ଦାଉଦ (୪୮)। ସେ ଜଣେ ବ୍ରିଟିଶ-ପାକିସ୍ତାନୀ ବ୍ୟବସାୟୀ।

ସୁଲେମାନଙ୍କ ପିଉସୀଙ୍କ କହିବା ଅନୁଯାୟୀ ସେ ବୁଡ଼ାଜାହାଜରେ ଆଟଲାଣ୍ଟିକ ମହାସାଗରର ଗଭୀର ଜଳକୁ ଯିବାକୁ ଭୟ କରୁଥିଲେ। ସେ ଏହି ଯାତ୍ରା ପାଇଁ ବେଶ୍ ଉତ୍ସାହିତ ନଥିଲେ। ସେ ଖୋଲାଖୋଲି ତାଙ୍କ ଭୟ ପ୍ରକାଶ କରିଥିଲେ। କିନ୍ତୁ ତାଙ୍କ ବାପାଙ୍କୁ ଖୁସି କରିବାକୁ ସେ ଯାଇଥିଲେ। କାରଣ ଫାଦରସ ଡେ’ ସପ୍ତାହରେ ସେ ତାଙ୍କ ବାପାଙ୍କୁ ଦୁଃଖୀ କରିବାକୁ ଚାହୁଁ ନଥିଲେ। ତାଙ୍କ ବାପା ଶହଜାଦା ଦାଉଦ ଟାଇଟାନିକର ଧ୍ୱଂସାବଶେଷ ଦେଖିବା ପାଇଁ ବହୁତ ଉତ୍ସାହିତ ଥିଲେ।

Advertisment

ଶହଜାଦାଙ୍କ ପରିବାର ପାକିସ୍ତାନରେ ବେଶ୍ ଜଣାଶୁଣା। ଏହି ପରିବାରର କମ୍ପାନୀ ନାଁ ହେଉଛି ଦାଉଦ୍ ହର୍କୁଲସ କର୍ପ। ଏହି କମ୍ପାନୀ କୃଷି, ସ୍ୱାସ୍ଥ୍ୟ ଓ ଅନ୍ୟ ଶିଳ୍ପରେ ଅର୍ଥ ନିବେଶ କରେ।

ସୁଲେମାନ ଓ ଶହଜାଦାଙ୍କ ସହିତ OceanGate ର ସିଇଓ ତଥା ଟାଇଟନର ପାଇଲଟ ଷ୍ଟକଟନ ରଶ (୬୧), ବ୍ରିଟିଶ ବ୍ୟବସାୟୀ ହମିଶ ହାର୍ଡିଂ (୫୮) ଓ ଫ୍ରାନ୍ସର ପର୍ଯ୍ୟଟକ ହେନରୀ ନାର୍ଜିଓଲେ (୭୭) ଏହି ଘଟଣାରେ ପ୍ରାଣ ହରାଇଛନ୍ତି।

ଏମାନେ ସମସ୍ତେ ରବିବାର ଯାତ୍ରା ଆରମ୍ଭ କରିଥିଲେ। ତେବେ ମୁଖ୍ୟ ଜାହାଜ ସହିତ ବୁଡ଼ାଜାହାଜଟିର ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଅଘଟଣ ଆଶଙ୍କା କରି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବୁଡ଼ା ଜାହାଜଟିକୁ ଗତକାଲି ଟାଇଟାନିକ ଜାହାଜର ଧ୍ୱଂସାବଶେଷ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଠାବ କରାଯାଇଥିଲା। ପରେ ବୁଡ଼ା ଜାହାଜରେ ସବାର ସମସ୍ତ ୫ ଯାତ୍ରୀଙ୍କୁ ମୃତ ଘୋଷଣା କରାଯାଇଥିଲା।

Titanic Titan Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe