Advertisment

ମହାକାଶରେ ଖ୍ରୀଷ୍ଟମାସ ପାଳିଲେ ସୁନୀତା, ଉଠିଲା ପ୍ରଶ୍ନ

ସୁନୀତା ଏବଂ ବୁଚ୍‌ କେବଳ ଆଠ ଦିନର ଯାତ୍ରା ପାଇଁ ମହାକାଶକୁ ଯାଇଥିଲେ। କିନ୍ତୁ ଟେକ୍‌ନିକାଲ ତ୍ରୁଟି ଓ ଅନ୍ୟାନ୍ୟ ବାଧା ଯୋଗୁ ଉଭୟ ପ୍ରାୟ ଏକ ବର୍ଷ ମହାକାଶରେ ବିତାଇକୁ ବାଧ୍ୟ ହୋଇଛନ୍ତି।

ଅଦ୍ୟତନ ହୋଇଛି
Sunita Williams

Sunita Williams

Advertisment

ମହାକାଶରେ ନିଆରା ଅନ୍ଦାଜରେ ଖ୍ରୀଷ୍ଟମାସ ପାଳନ କଲେ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ(ISS)ରେ ଫସିଥିବା ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍‌ ବିଲମୋର। ପିନ୍ଧିଲେ ସାଣ୍ଟା ଟୋପି। ସାଣ୍ଟା ଟୋପି ଓ ଖ୍ରୀଷ୍ଟମାସର ଅନ୍ୟ ସାଜସଜ୍ଜା ପିନ୍ଧି ଏହି ଦୁଇ ମହାକାଶ ଯାତ୍ରୀଙ୍କ ଫଟୋ ନିକଟରେ ସାମ୍ନାକୁ ଆସିଛି। ଏଥିରେ ଉଭୟ ପାର୍ଟି ମୁଡ୍‌ରେ ନଜର ଆସିଛନ୍ତି। ଏହି ଫଟୋଗୁଡିକୁ ଦେଖି ଯେଉଁଠି ଗୋଟିଏ ପଟେ ଲୋକଙ୍କ ମୁହଁରେ ହସ ଫୁଟିଛି ସେଠି ଅନ୍ୟପଟେ ଏହାକୁ ନେଇ ଉଠିଛି ବିବାଦ। ସୋଶାଲ ମିଡିଆରେ ଅନେକ ୟୁଜର୍ସ ସୁନୀତା ଓ୍ୱିଲିୟମ୍ସଙ୍କ ମହାକାଶରେ ଖ୍ରୀଷ୍ଟମାସ ପାଳନକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Advertisment

ସୁନୀତା ଏବଂ ବୁଚ୍‌ କେବଳ ଆଠ ଦିନର ଯାତ୍ରା ପାଇଁ ମହାକାଶକୁ ଯାଇଥିଲେ। କିନ୍ତୁ ଟେକ୍‌ନିକାଲ ତ୍ରୁଟି ଓ ଅନ୍ୟାନ୍ୟ ବାଧା ଯୋଗୁ ଉଭୟ ପ୍ରାୟ ଏକ ବର୍ଷ ମହାକାଶରେ ବିତାଇକୁ ବାଧ୍ୟ ହୋଇଛନ୍ତି। ୨୦୨୫ରେ ମଧ୍ୟ ତାଙ୍କ ଫେରିବା କାର୍ଯ୍ୟକ୍ରମ ବାତିଲ ହୋଇଛି। ଏଭଳି ସ୍ଥିତିରେ ଆଠ ଦିନ ପାଇଁ ଯାଇଥିବା ଉଭୟ ମହାକାଶ ଯାତ୍ରୀ ସେଠାରେ କିଭଳି ଖ୍ରୀଷ୍ଟମାସ ପାଳନ କରିଲେ ତାକୁ ନେଇ ପ୍ରଶ୍ନ କରୁଛନ୍ତି ଲୋକେ। ସେମାନେ ମହାକାଶରେ ଖ୍ରୀଷ୍ଟମାସ ପାଳନ କରିବାକୁ ଯୋଜନା କରି ଯାଇଥିଲେ କି ବେଲି ୟୁଜର୍ସ ପଚାରିଛନ୍ତି।

ସାଣ୍ଟା ଟୋପି ଓ ଖ୍ରୀଷ୍ଟମାସ ଟ୍ରି'କୁ ସୁନୀତା ଓ୍ୱିଲିୟମ୍ସ ନିଜ ସାଙ୍ଗରେ ନେଇ ଯାଇଥିଲେ ନା ମହାକାଶରେ ଏହାକୁ ତିଆରି କରିଛନ୍ତି ବୋଲି ଜଣେ ୟୁଜର୍ସ ପ୍ରଶ୍ନ କରିଛନ୍ତି। ସେହିପରି ଅନ୍ୟ କିଛି ୟୁଜର୍ସ ଏହାକୁ ବଡ଼ ଷଡ଼ଯନ୍ତ୍ର ବୋଲି କହୁଛନ୍ତି।

Advertisment

ତେବେ ସମସ୍ତ ଅଭିଯୋଗକୁ ନାସା ଖଣ୍ଡନ କରିବା ସହ ସଫେଇ ଦେଇଛି। ISS ଜରିଆରେ ମହାକାଶକୁ ନିକଟରେ କିଛି ତାଜା ସାମଗ୍ରୀ ପଠାଯାଇଥିଲା। ଏଥିରେ ଖ୍ରୀଷ୍ଟମାସ ପାଇଁ ସାଜ୍ଜସଜ୍ଜା ସାମଗ୍ରୀ, ବିଶେଷ ଉପହାର କିଛି ସ୍ୱାଦଷ୍ଟ ଖାଦ୍ୟ ସାମିଲ ଥିଲା। ନଭେମ୍ବର ଶେଷ ଆଡକୁ ଏକ ସ୍ପେସ୍‌ଏକ୍ସ ଜରିଆରେ ଏ ସମସ୍ତ ସାମଗ୍ରୀ ପଠାଯାଇଥିଲା। ପ୍ରତିବର୍ଷ ISSକୁ ତାଜା ରାସନ ଓ ଆବଶ୍ୟକୀୟ ସାମଗ୍ରୀ ସହ ପର୍ବପର୍ବାଣୀ ପାଇଁ ବିଶେଷ ଜିନିଷ ପଠାଯାଏ ବୋଲି ନାସା ସଫେଇ ଦେଇଛି।

କହିରଖୁ ଯେ ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍‌ ଓ୍ୱିଲମୋର ଫେବ୍ରୁଆରୀ ୨୦୨୫ରେ ପୃଥିବୀକୁ ଫେରିବାର ଥିଲା, କିନ୍ତୁ ଏହା ବାତିଲ ହୋଇଛି। ଏବେ ଉଭୟ ୨୦୨୫ ମାର୍ଚ୍ଚ ମାସ ଶେଷ ଆଡକୁ ସ୍ପେସ୍‌ଏକ୍ସର କ୍ରୁ ଡ୍ରାଗନ କ୍ୟାପସୁଲ ଜରିଆରେ ଫେରିବେ ବୋଲି ଆଶା କରାଯାଉଛି।

NASA Christmas 2025 Sunita Williams
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe