Advertisment

ଫେବୃଆରୀ ୨୦୨୫ରେ ବି ମହାକାଶରୁ ଫେରିବେନି ସୁନୀତା ୱିଲିୟମ୍ସ

ସୁନୀତା ଓ ୱିଲମୋର ୮ ଦିନିଆ ମିଶନରେ ଜୁନ ୫ରେ ବାହାରିଥିଲେ। ଉଭୟ ଜୁନ ୧୩ରେ ଫେରିବାର ଥିଲା।

Sunita Williams

Sunita Williams

Advertisment

ଦୀର୍ଘ ୯ ମାସରୁ ଅଧିକ ଦିନ ହେଲା ମହାକାଶରେ ‍ଫସି ରହିଥିବା ସୁନୀତା ୱିଲିୟମ୍ସ ଓ ସାଥୀ ବଚ ୱିଲମୋରଙ୍କ ପୃଥିବୀକୁ ଫେରିବା ପୁଣି ବିଳମ୍ବିତ ହୋଇଛି। ବୈଷୟିକ ତ୍ରୁଟି କାରଣରୁ ଉଭୟ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସରେ ଫସି ରହିଛନ୍ତି।

Advertisment

ସେମାନେ ୨୦୨୫ ଫେବୃଆରୀ ମାସରେ ପୃଥିବୀ ପୃଷ୍ଠକୁ ଫେରିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଏବେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ସମ୍ଭବ ନୁହେଁ ବୋଲି ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୁନୀତା ଓ ୱିଲମୋର ୮ ଦିନିଆ ମିଶନରେ ଜୁନ ୫ରେ ବାହାରିଥିଲେ। ଉଭୟ ଜୁନ ୧୩ରେ ଫେରିବାର ଥିଲା। କିନ୍ତୁ ସେମାନେ ଯାଇଥିବା ବୋଇଂର ଷ୍ଟାରଲାଇନରରେ ତ୍ରୁଟି ଦେଖାଯାଇଥିଲା। ଫଳରେ ଉଭୟ ସେହି ଠାରେ ହିଁ ଫସି ରହିଛନ୍ତି।

Advertisment

ଷ୍ଟାରଲାଇନରରେ ତ୍ରୁଟି ଦେଖାଯିବାରୁ ନାସା ବାଧ୍ୟ ହୋଇ ସୁନୀତା ଓ ୱିଲମୋରଙ୍କୁ ସେଠାରେ ରହିବାକୁ କହିଥିଲା। ସେହିପରି ବିନା କ୍ରୁରେ ଷ୍ଟାରଲାଇନରକୁ ନାସା ସେପ୍ଟେମ୍ବର ମାସରେ ପୃଥିବୀ ପୃଷ୍ଠକୁ ଫେରାଇ ଆଣିଥିଲା।

ଏହାପରେ ସୁନୀତା ଓ ୱିଲମୋରଙ୍କୁ ଆଣିବା ପାଇଁ ନାସା ପକ୍ଷରୁ ସ୍ପେଶ ଏକ୍ସ କ୍ରୁ-୧୦ ମିଶନ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହି ମିଶନ ଫେବୃଆରୀ ୨୦୨୫ରେ ଆରମ୍ଭ ହେବାର ଥିଲା। କିନ୍ତୁ ଏବେ ମିଶନ ୨୦୨୫ ମାର୍ଚ୍ଚ ଶେଷ ପୂର୍ବରୁ ଆରମ୍ଭ ହେବାର ସମ୍ଭାବନା ନଥିବା ଜଣାପଡ଼ିଛି।

ନାସାର ବ୍ୟବସାୟିକ କ୍ରୁ କାର୍ଯ୍ୟକ୍ରମର ମ୍ୟାନେଜର ଷ୍ଟିଭ ଷ୍ଟିଚ୍‌ଙ୍କ କହିବା କଥା ଯେ ମିଶନରେ ବିଳମ୍ବ ହୋଇଥିବାରୁ ଟିମର ସଦସ୍ୟମାନଙ୍କୁ ଡ୍ରାଗନ ସ୍ପେଶକ୍ରାଫ୍ଟକୁ ଭଲ ଭାବେ ପ୍ରସ୍ତୁତ କରିବାକୁ ସମୟ ପାଇଛନ୍ତି। ସ୍ପେଶକ୍ରାଫ୍ଟ ପ୍ରସ୍ତୁତି କାମକୁ ଭଲ ଭାବେ ଯାଞ୍ଚ କରାଯିବା ପରେ ମିଶନ ଆରମ୍ଭ କରାଯିବ। ଆମେ ତରବରିଆ ଭାବେ କୌଣସି କାମ କରିବାକୁ ଚାହୁଁନାହୁଁ। ମହାକାଶଚାରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।

କ୍ରୁ-୧୦ ମିଶିନରେ ନାସାର ମହାକାଶଚାରୀ ଆନ୍ନେ ମ୍ୟାକକ୍ଲେନ ଓ ନିକୋଲ ଆୟେର୍ସ, ଜାକ୍ସା ମହାକାଶଚା ତାକୁୟା ଓନିଶି ଓ ରୋସକୋମସର କିରିଲ୍ଲ ପେସକୋଭ ସାମିଲ ହେବ। ସେମାନେ ଏବେ ନାସାର ଜନସନ ସ୍ପେଶ ସେଣ୍ଟରରେ ତାମିଲ ନେଉଛନ୍ତି।

Sunita Williams Sunita Williams Space Mission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe