/odisha-reporter/media/post_attachments/uploadimage/library/16_9/16_9_0/Sushila_1757688344.jpg)
Sushila
ଅଶାନ୍ତ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶତଥ ନେଇଛନ୍ତି ଦେଶର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସୁଶୀଳା କାର୍କି। ଆଜି ନୂଆ କରି ତିଆରି ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଲଡିଂରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୭୨ ବର୍ଷ ସୁଶୀଳା ୨୦୧୬ରେ ନେପାଳର ପ୍ରଥମ ତଥା ଏକମାତ୍ର ମହିଳା ଭାବେ ପ୍ରଧାନ ବିଚାପତି ପଦ ସମ୍ଭାଳିଥିଲେ।
ଏବେ ଦେଶରେ ବିଧିବଦ୍ଧ ନିର୍ବାଚନ ନ ହେବା ଯାଏ ସେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ କାମ କରିବେ। ସେହିପରି ସେ ଦେଶର ଶାସନ ନୀତିକୁ ପରିଚାଳନା କରିବା ପାଇଁ ସେ ସ୍ୱତନ୍ତ୍ର ଟିମ ଗଠନ କରିବେ। ଏଥିରେ ଯୁବଗୋଷ୍ଠୀଙ୍କୁ ଅଧିକ ସୁଯୋଗ ମିଳିବ। ସେହିପରି ସେ ନିଯୁକ୍ତି ଉପରେ ମଧ୍ୟ କାମ କରିବେ ବୋଲି ଯୁବଗୋଷ୍ଠୀ ଆଶା ରଖିଛନ୍ତି।
ଆନ୍ଦୋଳନ ଦ୍ୱାରା ଦେଶର ଶାସନକୁ ପରିବର୍ତ୍ତନ କରି ଦେଇଥିବା ଜେନ ଜେଡ ପକ୍ଷରୁ ସୁଶୀଳାଙ୍କୁ ପ୍ରଥମେ ଅନ୍ତରୀଣ ନେତା ଭାବେ ବଛା ଯାଇଥିଲା। ସେମାନେ ଦେଶର ନେତୃତ୍ୱ ନେବାକୁ ସୁଶୀଳାଙ୍କୁ କହିଥିଲେ। ପ୍ରଥମେ ଏଥିରେ ରାଜି ହୋଇ ନଥିବା ସୁଶୀଳା ଶେଷରେ ଏହାକୁ ଗ୍ରହଣ କରିଛନ୍ତି।
ଶପଥ ପାଠ ଉତ୍ସବ ପୂର୍ବରୁ ଦେଶର ସେନା ମୁଖ୍ୟ ଜେନେରାଲ ଅଶୋକ ରାଷ୍ଟ୍ରପତିଙ୍କ ସହ ଦୀର୍ଘ ସମୟ ଧରି ବୈଠକ କରିଥିଲେ। ସେହିପରି ସୁଶୀଳା ପ୍ରଥମେ ସ୍ଥଳସେନା ମୁଖ୍ୟ ଓ ପରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଜେନ ଜେଡ ଆନ୍ଦୋଳନକାରୀଙ୍କ ଦାବି ମୁତାବକ ସୁଶୀଳା ଦାୟିତ୍ୱ ନେଇଥିବା ବେଳେ ଏବେ ଯୁବଗୋଷ୍ଠୀଙ୍କୁ ସୁହାଇଲା ଭଳି ପଦକ୍ଷେପ ନେବେ। ଗୋଟିଏ ସ୍ୱଚ୍ଛ, ନିରପେକ୍ଷ ଓ ଦୁର୍ନୀତି ମୁକ୍ତ ଶାସନ ସୁଶୀଳା ପ୍ରଦାନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।
ନେପାଳର ପ୍ରଥମ ତଥା ଏକମାତ୍ର ପ୍ରଧାନ ବିଚାରପତି ଭାବେ ସୁଶୀଳା କାର୍ଯ୍ୟ କରିଛନ୍ତି। ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିବା ସୁଶୀଳା ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବା ବେଳେ ଜଣେ ମନ୍ତ୍ରୀଙ୍କୁ ଦୁର୍ନୀତି ମାମଲାରେ ଜେଲ ପଠାଇଥିଲେ।
ନେପାଳର ଦାୟିତ୍ୱ ନେବାକୁ ଯୁବଗୋଷ୍ଠୀ ସୁଶୀଳାଙ୍କୁ ପ୍ରଥମେ ଯୋଗାଯୋଗ କରିଥିଲେ। ହେଲେ ସେ ତାଙ୍କ ସମର୍ଥନରେ ୧ ହଜାର ଦସ୍ତଖତ ଚାହିଁଥିଲେ। କିନ୍ତୁ ତାଙ୍କୁ ଏହା ଠାରୁ ଅଧିକ ଜେନ ଜେଡ ସମର୍ଥନ କରିଛନ୍ତି।
ସୁଶୀଳା କାର୍କି ସମସ୍ତଙ୍କ ପସନ୍ଦର ନେତା ଭାବେ ଆଗରେ ରହିଥିଲେ ହେଁ ଆଲୋଚନା ବେଳେ ନେପାଳ ବିଦ୍ୟୁତ ପ୍ରାଧିକରଣର ମୁଖ୍ୟ କୁଲମନ ଘିସିଂ, ସାଗର ଧାକଲ, କାଠମାଣ୍ତୁ ମେୟର ବାଲେନ ଶାହ ଓ ଧାରନ ମେୟର ହାରକା ସାମପାଙ୍ଗଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ୟୁଟ୍ୟୁବର ରାମଣ୍ଡମ ନେପାଳୀଙ୍କୁ ମଧ୍ୟ ଅନେକ ସମର୍ଥନ ମିଳିଥିଲା। କିନ୍ତୁ ସେ ଦାୟିତ୍ୱ ନେବାକୁ ରାଜି ହୋଇ ନଥିଲେ।
୭୨ ବର୍ଷୀୟ ସୁଶୀଳା କାର୍କି ନେପାଳ ଇତିହାସର ପ୍ରଥମ ମହିଳା ଭାବେ ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିଥିଲେ। ୨୦୧୬ରେ ତତ୍କାଳୀନ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ତାଙ୍କୁ ଏହି ପଦରେ ବସାଇଥିଲେ। ତାଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମାଙ୍କ କ୍ୟାବିନେଟ ପ୍ରସ୍ତାବ ଦେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
