Advertisment

କୋକା କୋଲା ପିଉଥିଲେ ସାବଧାନ, ହୋଇପାରେ କ୍ୟାନସର

ଏହି ମିଠା ଦ୍ୱାରା କ୍ୟାନସର ହେବାର ଆଶଙ୍କା ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା କରିଛି। ଏଥିପାଇଁ ସଂଗଠନର କ୍ୟାନସର ରିସର୍ଚ୍ଚ ସଂସ୍ଥା ଆସପାର୍ଟେମ୍‌କୁ ବିପଦଜନକ ତାଲିକାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି।

Coke

Coke

Advertisment

ଯଦି ଆପଣ କୋକା କୋଲା ପିଉଉଛନ୍ତି, ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏହାକୁ ପିଇବା ଦ୍ୱାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇପାରେ। ଡାଏଟ କୋକୋ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ପଦାର୍ଥରେ ବ୍ୟବହାର ହେଉଥିବା କୃତ୍ରିମ ମିଠା ଆସପାର୍ଟେମ୍‌ ଶରୀର ପାଇଁ ଘାତକ।

Advertisment

ଏହି ମିଠା ଦ୍ୱାରା କ୍ୟାନସର ହେବାର ଆଶଙ୍କା ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା କରିଛି। ଏଥିପାଇଁ ସଂଗଠନର କ୍ୟାନସର ରିସର୍ଚ୍ଚ ସଂସ୍ଥା ଆସପାର୍ଟେମ୍‌କୁ ବିପଦଜନକ ତାଲିକାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଖୁବଶୀଘ୍ର ସଂଗଠନ ପକ୍ଷରୁ ଏହାର ବିଧିବଦ୍ଧ ଘୋଷଣା କରାଯିବ।

ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆସପାର୍ଟେମର ବ୍ୟବହାର ଦୀର୍ଘ ଦଶନ୍ଧି ହେଲା କୋକ ପ୍ରସ୍ତୁତିରେ ବ୍ୟବହୃତ ହୋଇ ଆସୁଛି। କୋକା କୋଲା ସମେତ ଅନ୍ୟ କିଛି କୋଲ୍ଡ ଡ୍ରିଙ୍କ୍ସ ଓ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ବେଳେ ମଧ୍ୟ କୃତ୍ରିମ ମିଠା ଆସପାର୍ଟେମର ବ୍ୟବହାର କରାଯାଉଛି।

Advertisment

ବିଶେଷ କରି ଡାଏଟ କୋକ, କିଛି ଚୁଇଁଙ୍ଗମ ଓ ଆଇସକ୍ରିମରେ ମଧ୍ୟ ଆସପାର୍ଟେମ୍‌ର ବ୍ୟବହାର ହେଉଛି। ଚିନିର ବିକଳ୍ପ ଭାବେ ଆସପାର୍ଟେମ୍‌କୁ ବ୍ୟବହାର କରାଯାଏ। ଏଥିରେ କୋଲୋଷ୍ଟର କିମ୍ବା ଫ୍ୟାଟ ନଥାଏ ବୋଲି କୁହାଯାଏ। କେବଳ ସେତିକି ନୁହେଁ, କିଛି କଫ ସିରପ ଓ ଟୁଥପେଷ୍ଟରେ ମଧ୍ୟ ଆସପାର୍ଟେମର ରହିଛି।

ଅନେକ ଦେଶ ଏହାକୁ ବହୁଳ ଭାବେ ବ୍ୟବହାର ମଧ୍ୟ କରୁଛନ୍ତି। ହେଲେ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ ଆସପାର୍ଟେମ୍‌ ଦ୍ୱାରା କ୍ୟାନସର ହେବାର ଆଶଙ୍କା ରହିଛି। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିପଦଜନକ ତାଲିକାରେ ସାମିଲ କରିବାକୁ ଯାଉଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଜଣେ ବ୍ୟକ୍ତି କେତେ ମାତ୍ରାରେ ଆସପାର୍ଟେମ୍‌ର ବ୍ୟବହାର କରିପାରିବ, ସମ୍ଭବତଃ ସେ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇପାରେ।

WHO Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe