Advertisment

ମାର୍କେଟ ମଝିରେ ଫୁଟିଲା କାର୍‌ ବୋମା, ୮ ମୃତ

ଏହି ବିସ୍ଫୋରଣରେ ୨୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି।

ଅଦ୍ୟତନ ହୋଇଛି
Syria Bomb Blast

Syria Bomb Blast

Advertisment

ମାର୍କେଟ ମଝିରେ ହେଲା ଭୟଙ୍କର ବିସ୍ଫୋରଣ। ଫୁଟିଲା କାର୍‌ ବୋମା। ଫଳରେ ଘଟଣାସ୍ଥଳରେ ହିଁ ଆଖିବୁଜିଲେ ୮ ଜଣ। ସେହିପରି ୨୩ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରବିବାର ସକାଳେ ତୁର୍କୀ ସମର୍ଥକ ବାହିନୀ ଦ୍ୱାରା ଦଖଲ ଉତ୍ତର ସିରିଆର ଘଟିଛି ଏଭଳି କିଛି ଅଘଟଣ।

Advertisment

ସିରିୟା ଅବଜରଭେଟରୀ ଫର୍‌ ହ୍ୟୁମନ ରାଇଟସ୍‌ର କହିବା ମୁତାବକ, ଆଲେପ୍ପୋ ପ୍ରଦେଶର ଆଜାଜର ଏକ ଜନଗହଳିପୂର୍ଣ୍ଣ ବଜାରର କେନ୍ଦ୍ର ସ୍ଥଳରେ ଏକ କାର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି।

ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସିରିଆରେ ନେଟୱାର୍କ ଥିବା ବ୍ରିଟେନ ସ୍ଥିତ ଅବଜରଭେଟୋରୀ ଏ ସମ୍ପର୍କରେ ସୂଚନା ଦେଇଛି।

Advertisment

ସୂଚନାଯୋଗ୍ୟ, ୨୦୧୧ ରେ ସରକାର ଶାନ୍ତିପୂର୍ଣ୍ଣ ବିରୋଧକୁ ଦମନ କରିବା ପରେ ସିରିଆର ଗୃହଯୁଦ୍ଧ ଆରମ୍ଭ ହୋଇଥିଲା। ଜିହାଦୀ ତଥା ବିଦେଶୀ ବାହିନୀ ଏଥିରେ ସାମିଲ ହୋଇଥିଲେ। ଫଳରେ ଗୃହଯୁଦ୍ଧ ଏକ ବିପଜ୍ଜନକ ବିବାଦରେ ପରିଣତ ହୋଇଥିଲା। ଏହି ଗୃହଯୁଦ୍ଧରେ ୫୦୭,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ଦେଶର ଭିତ୍ତିଭୂମି ଏବଂ ଶିଳ୍ପକୁ ବ୍ୟାହତ କରିଛନ୍ତି।

ତୁର୍କୀ ସିରିଆରେ କ୍ରମାଗତ ସାମରିକ ଆକ୍ରମଣ ଜାରି ରଖିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ କୁର୍ଦ୍ଦ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଛନ୍ତି। ତୁର୍କୀ ସୈନ୍ୟବାହିନୀ ଓ ସେମାନଙ୍କ ସିରିୟା ପ୍ରତିନିଧିମାନେ ସିରିୟା ସୀମାର ଏକ ବଡ ଭାଗକୁ କବ୍‌ଜା କରିନେଇଛନ୍ତି। ଯେଉଁଥିରେ ଅଜାଜ ଭଳି ଅନେକ ପ୍ରମୁଖ ସହର ସାମିଲ ଅଛି।

Bomb Blast Syria Middle East
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe