Advertisment

ସିରିଆ ସରକାରଙ୍କ ହାତରୁ ଖସିଲା ଦାରା; ରାଜଧାନୀ ମୁହାଁ ବିଦ୍ରୋହୀ

ସପ୍ତାହେ ମଧ୍ୟରେ ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ହାତରୁ ଖସିଲାଣି ଚାରୋଟି ପ୍ରମୁଖ ସହର। ରାଜଧାନୀ ଡାମସକସ ଉପରେ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି କଲେଣି ବିଦ୍ରୋହୀ।

author-image
Debadatta Aryashrestha
Syria Violence

Syria Violence

ସିରିଆରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ସପ୍ତାହେ ହେବ ଦେଶରେ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ବିରୋଧରେ ଇସଲାମବାଦୀ ହୟାତ ତହରିର ଅଲ୍-ଶାମ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଏହି ଗୃହଯୁଦ୍ଧ ଆରମ୍ଭ ହୋଇଛି। ତେବେ ବିଦ୍ରୋହ ଆରମ୍ଭ ହେବାର କେବଳ ସପ୍ତାହେ ମଧ୍ୟରେ ବିଦ୍ରୋହୀ ଗୋଷ୍ଠୀ ଦେଶର ଅନ୍ୟତମ ପ୍ରମୁଖ ସହର ଦାରାକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଛନ୍ତି। ଏହାପରେ ଦେଶର ରାଜଧାନୀ ଡାମସକସ ଅଭିମୁଖେ ବାହାରିଛନ୍ତି ବିଦ୍ରୋହୀ।

Advertisment

ହୟାତ ତହରିର ଅଲ୍-ଶାମ ଇସଲାମିକ୍ ସଂଗଠନ ବିଦ୍ରୋହ ପରେ ଦେଶର ତିନୋଟି ପ୍ରମୁଖ ସହର ଆଲପ୍ପୋ, ହମା ଓ ହୋମ୍ସ ଉପରେ କବଜା କରି ନେଇଥିଲେ। ଏବେ ଦାରା ଉପରୁ ମଧ୍ୟ ସରକାର ନିଜର ନିୟନ୍ତ୍ରଣ ସଂପୂର୍ଣ୍ଣ ଭାବେ ହରାଇଛନ୍ତି। ହେଲେ ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ବିରୋଧରେ ୨୦୧୧ରେ ହୋଇଥିବା ବିଦ୍ରୋହ ଏହି ଦାରା ସହରରୁ ଆରମ୍ଭ ହୋଇଥିଲା। ଗୋଟିଏ ସପ୍ତାହରେ ସିରିଆ ସରକାରଙ୍କ ହାତରୁ ଦେଶର ପ୍ରମୁଖ ଚାରୋଟି ସହର ଖସିଗଲାଣି। 

ସିରିଆର 'ଅବଜରଭେଟରୀ ଫର ହ୍ୟୁମାନ୍ ରାଇଟ୍ସ' ରିପୋର୍ଟ ଅନୁଯାୟୀ, ବିଦ୍ରୋହୀ ଗୋଷ୍ଠୀ ଦାରା ସହରର ୯୦ ପ୍ରତିଶତରୁ ଅଧିକ ସ୍ଥାନକୁ ନିୟନ୍ତ୍ରଣ କରିଛନ୍ତି, କାରଣ ଏଠାରୁ ସୁରକ୍ଷା ବାହିନୀକୁ ସରକାର ଧୀରେ ଧୀରେ ପ୍ରତ୍ୟାହାର କରି ନେଇଛନ୍ତି। ବିଦ୍ରୋହ କରୁଥିବା ଇସଲାମବାଦୀ 'ହୟାତ ତହରିର ଅଲ୍-ଶାମ'ର ନେତା ଅବୁ ମହମ୍ମଦ ଅଲ-ଜୋଲାନି କହିଛନ୍ତି ଯେ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ହଟାଇବା ଏହି ଆକ୍ରମଣର ଏକମାତ୍ର ଉଦ୍ଦେଶ୍ୟ। ସେହି ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ଉପଲବ୍ଧ ଉପାୟ ବ୍ୟବହାର କରିବା ଆମର ଅଧିକାର। ସେପଟେ ଭୟଙ୍କର ହିଂସାକୁ ଦୃଷ୍ଟିରେ ରଖି ସିରିଆରେ ଥିବା ଭାରତୀୟ ଛାତ୍ରଙ୍କୁ ଦେଶ ଛାଡ଼ିବାକୁ ଭାରତୀୟ ବିଦେଶ ମନ୍ତ୍ରାଳୟ ଶୁକ୍ରବାର ରାତିଅଧିଆ ନିର୍ଦ୍ଦେଶନାମା ଜାରି କରିଛି।

Advertisment
Syria Damascus Daraa Bashar Al-Assad Tahrir Al-Sham Syria Violence