Advertisment

ଆମେରିକା କୋର୍ଟର ବଡ଼ ରାୟ: ଭାରତକୁ ଫେରିବ ୨୦୦୮ ହମଲାର ମାଷ୍ଟରମାଇଣ୍ଡ!

ରାଣା ବିରୋଧରେ ଆସିଥିବା ଅଭିଯୋଗ ଦୁଇ ଦେଶ ମଧ୍ୟରେ ହୋଇଥିବା ପ୍ରର୍ତ୍ୟପଣ ଚୁକ୍ତି ଭିତରେ ଆସୁଛି। ତେଣୁ ତାକୁ ଭାରତ ପ୍ରର୍ତ୍ୟପଣ କରାଯାଉ।

Rana

Rana

Advertisment

ପାକିସ୍ତାନ ବଂଶୋଦ୍ଭବ କାନାଡା ବ୍ୟବସାୟୀ ତହବୁର ରାଣାକୁ ବଡ଼ ଝଟକା। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ରାଣାକୁ ଭାରତକୁ ଫେରାଇ ଦେବା ପାଇଁ ଆମେରିକାର ଗୋଟିଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

US Court of Appeals for the Ninth Circuit ଦୁଇ ଦେଶ ମଧ୍ୟରେ ହୋଇଥିବା ପ୍ରର୍ତ୍ୟପଣ ଚୁକ୍ତି ଅନୁସାରେ ରାଣାକୁ ଭାରତ ପଠାଇ ଦେବାକୁ କହିଛନ୍ତି। ଅଗଷ୍ଟ ୧୫ରେ କୋର୍ଟ ଚୁକ୍ତି ଆଧାରରେ ରାଣାର ପ୍ରର୍ତ୍ୟପଣ ନିର୍ଦ୍ଦେଶ ଦେଇଛନ୍ତି।

କାଲିଫର୍ଣ୍ଣିଆର ସେଣ୍ଟ୍ରାଲ ଡିଷ୍ଟ୍ରିକ ପ୍ରଥମେ ରାଣାର ପ୍ରର୍ତ୍ୟପଣ ପାଇଁ ଅନୁମତି ଦେଇଥିଲେ। ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ହମଲାରେ ସେ ସାମିଲ ଥିବାରୁ ତାକୁ ଭାରତ ପଠାଇ ଦେବାକୁ କହିଥିଲେ। ସେ ଏହା ବିରୋଧରେ US Court of Appeals for the Ninth Circuitରେ ଆବେଦନ କରିଥିଲା।

Advertisment

କିନ୍ତୁ ଏହା ଖାରଜ ହୋଇଯାଇଛି। ପ୍ୟାନେଲ କହିଛନ୍ତି ଯେ ରାଣା ବିରୋଧରେ ଆସିଥିବା ଅଭିଯୋଗ ଦୁଇ ଦେଶ ମଧ୍ୟରେ ହୋଇଥିବା ପ୍ରର୍ତ୍ୟପଣ ଚୁକ୍ତି ଭିତରେ ଆସୁଛି। ତେଣୁ ତାକୁ ଭାରତ ପ୍ରର୍ତ୍ୟପଣ କରାଯାଉ।

ପାକିସ୍ତାନୀ ନାଗରିକ ରାଣା ମୁମ୍ବାରରେ ହୋଇଥିବା ଆତଙ୍କବାଦୀ ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ। ସେ ଗୋଟିଏ ଆତଙ୍କବାଦୀ ସଂଗଠନକୁ ମୁମ୍ବାଇରେ ଆତଙ୍କୀ ହମଲା କରିବାକୁ ସବୁ ପ୍ରକାରର ସହଯୋଗ କରିଥିଲା ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ରାଣାକୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ରାୟ ଦେଇଥିଲେ ଯେ ସେ ଗୋଟିଏ ବିଦେଶୀ ଆତଙ୍କୀ ସଂଗଠନକୁ ସହଯୋଗ କରିଥିଲା। ଏଥିସହ ଡେନମାର୍କରେ ଆତଙ୍କବାଦୀ ହମଲା କରିବାକୁ ଷଡ଼ଯନ୍ତ୍ର କରିଥିଲା।

କିନ୍ତୁ ଭାରତର ମୁମ୍ବାଇରେ ଆତଙ୍କବାଦୀ ହମଲାରେ ସେ ସାମିଲ ନଥିବା ସେତେବେଳେ କୋର୍ଟ କହିଥିଲେ। ତଥାପି ଡେନମାର୍କ ଘଟଣା ପାଇଁ ତାକୁ ୭ ବର୍ଷ ଜେଲଦଣ୍ଡ ମିଳିଥିଲା। ସେ ସଜା କାଟି ଜେଲରୁ ବାହାରିବାକୁ ଥିବା ବେଳେ ଭାରତ ତା’ର ପ୍ରର୍ତ୍ୟପଣ ପାଇଁ ଅନୁରୋଧ କରିଥିଲା। ମୁମ୍ବାଇ ଆକ୍ରମଣ ଘଟଣାରେ ତା’ର ବିଚାର କରାଯିବ।

ମାଜିଷ୍ଟ୍ରେଟ କୋର୍ଟ ରାଣାର ପ୍ରର୍ତ୍ୟପଣ ଉପରେ ରାୟ ଶୁଣାଇବା ପୂର୍ବରୁ ସେ ନିଜ ଯୁକ୍ତିରେ କହିଥିଲା ଯେ ମୁମ୍ବାଇ ଆକ୍ରମଣ ପାଇଁ ସହାୟତା କରିଥିବାର ଉପଯୁକ୍ତ ପ୍ରମାଣ ନୂଆଦିଲ୍ଲୀ ଦାଖଲ କରି ନାହିଁ। ସେହିପରି ପ୍ରର୍ତ୍ୟପଣ ଚୁକ୍ତିରେ ଥିବା ନିୟମାବଳିର ବିଭିନ୍ନ ଦିଗ ଦେଖାଇ ସେ ଭାରତର ଦାବିକୁ କାଟିବାକୁ ଚେଷ୍ଟା କରିଥିଲା। କିନ୍ତୁ ପ୍ରର୍ତ୍ୟପଣ କୋର୍ଟ ରାଣାର ସବୁ ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଥିଲେ। ଏଥିସହ ତା’କୁ ଭାରତ ପଠାଇ ଦେବାକୁ କହିଥିଲେ। 

ସମାନ ଯୁକ୍ତି ସେ ଜିଲ୍ଲା କୋର୍ଟରେ ମଧ୍ୟ ରଖିଥିଲା। କିନ୍ତୁ ସେଠାରେ ମଧ୍ୟ ତା’କୁ ନିରାଶ ହେବାକୁ ପଡ଼ିଥିଲା। ହେଲେ ଏବେ ବି ତା’ ପାଖରେ ଉପର କୋର୍ଟରେ ମଧ୍ୟ ଏହା ବିରୋଧରେ ଆବେଦନ କରିବାର ସୁଯୋଗ ରହିଛି।

MUMBAI ATTACK 26/11 Mumbai Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe