Advertisment

ପୋଲିଓ ଟିକା ନେଇ ଯାଉଥିବା ପୁଲିସ ଟିମ୍‌ ଉପରେ ଆକ୍ରମଣ, ୬ ମୃତ

ଆକ୍ରମଣରେ ୨୨ ଜଣ ପୁଲିସ ଆହତ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

author-image
Madhupriya Mistry
Attack on Police Team

Attack on Police Team

ଭୟଙ୍କର ବିସ୍ଫୋରଣ। ପୋଲିଓ ଟିମ୍‌ର ସୁରକ୍ଷାରେ ଥିବା ପୁଲିସ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୨ ଜଣ ଆହତ ହୋଇଛନ୍ତି।

Advertisment

ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଖୋଦ୍‌ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି। ଆଜି ଉତ୍ତରପଶ୍ଚିମ ପାକିସ୍ତାନରେ ଏକ ପୁଲିସ ଗାଡିକୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି। ଏଥିରେ ଘଟଣାସ୍ଥଳରେ ୬ଜଣ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି।

ସୂଚନା ମୁତାବକ, ପାକିସ୍ତାନ ପୁଲିସର ଏକ ଟିମ୍‌ ପୋଲିଓ ଟିକା ନେଇ ଉକ୍ତ ଗାଡିରେ ଯାଉଥିଲା। ଏହି ସମୟରେ ସେମାନେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛନ୍ତି। ଆଗକୁ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୁଲିସ କହିଛି। ସେପଟେ ଆହତ ପୁଲିସଙ୍କୁ ଯେଉଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେଠାର ଏମରଜେନ୍ସି ଲାଗୁ କରାଯାଇଛି। କିଛି ଆହତଙ୍କ ଅବସ୍ଥା ସଙ୍କଟା ପନ୍ନ ରହଛି।

Advertisment

ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ପ୍ରାୟତଃ ପୋଲିଓ ଟିମ୍‌ ଉପରେ ଆକ୍ରମଣ ହେଉଛି। ଇସଲାମିକ ଆତଙ୍କବାଦୀମାନେ ପୋଲିଓ ଟିମ୍‌ଙ୍କୁ ଟାର୍ଗେଟ କରୁଛନ୍ତି। ତାଙ୍କ କହିବା ମୁତାବକ, ଏହି ଭ୍ୟାକ୍‌ସିନ୍‌ ଲୋକଙ୍କୁ ନପୁସଂକ କରିଦେଉଛି। ବଂଶବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ଇସଲାମର ଶତ୍ରୁମାନେ ଏହି ଭ୍ୟାକ୍‌ସିନ୍‌ ବ୍ୟବହାର କରୁଥିବା ସେମାନେ ଅଭିଯୋଗ କରୁଛନ୍ତି।

ଚଳିତ ବର୍ଷ ପ୍ରଥମଥର ପାଇଁ ପାକିସ୍ତାନ ସରକାର ପୋଲିଓ ଅଭିଯାନ ଆରମ୍ଭ କରିଥିଲେ।

Pakistan Terrorist Attack In Pakistan Police Team