Advertisment

ଜାରି ହେଲା ନୂଆ ନିର୍ଦ୍ଦେଶ: ଶିକ୍ଷାନୁଷ୍ଠାନକୁ ମୋବାଇଲ ମନା

ଶିକ୍ଷାନୁଷ୍ଠାନକୁ କେହି ବି ସ୍ମାର୍ଟ ଫୋନ ନେଇପାରିବେ ନାହିଁ।

taliban

taliban

Advertisment

ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସରକାର ପ୍ରତିଦିନ ନୂଆନୂଆ ନିର୍ଦ୍ଦେଶ ଜାରି କରିବାରେ ଲାଗିଛନ୍ତି। ଏହିକ୍ରମରେ ଏବେ ତାଲିବାନ ସରକାର ସମସ୍ତ ଶିକ୍ଷାନୁଷ୍ଠାନରେ ସ୍ମାର୍ଟଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Advertisment

ଅର୍ଥାତ ଶିକ୍ଷାନୁଷ୍ଠାନକୁ କେହି ବି ସ୍ମାର୍ଟ ଫୋନ ନେଇପାରିବେ ନାହିଁ। ଏହା ଇସଲାମ ବିରୋଧୀ। ଏଥିସହ ଶିକ୍ଷାନୁଷ୍ଠାନରେ ମୋବାଇଲ ବ୍ୟବହାର ଦ୍ୱାରା ଏହା ପବିତ୍ରା ମଧ୍ୟ ନଷ୍ଟ ହେବ। ତେଣୁ କେହି ବି ଶିକ୍ଷାନୁଷ୍ଠାନରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ ବୋଲି ତାଲିବାନ ସରକାର କହିଛନ୍ତି। 

ତାଲିବାନର ସର୍ବୋଚ୍ଚ ନେତା ଶେଖ୍ ହିବାତୁଲ୍ଲା ଅଖୁଣ୍ଡଜାଦା ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାପୂର୍ବରୁ ତାଲିବାନ ସରକାର ଅନେକ ନିର୍ଦ୍ଦେଶ ଜାରି କରିଛନ୍ତି ଯେଉଁଥିରେ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଯାଇଛି।

Advertisment

ଆଫଗାନିସ୍ତାନର ତାଲିବାନ ସରକାର ମହିଳାଙ୍କ ଉପରେ ମଧ୍ୟ ଏକାଧିକ କଟକଣା ଲଗାଇବାର ନିଜର ରହିଛି। ଜଣେ ମହିଳା ସର୍ବଦା ସର୍ବସାଧାରଣରେ ନିଜ ଶରୀରକୁ ଆଚ୍ଛାଦନ କରିବା ବାଧ୍ୟତାମୂଳକ କରାଯାଇଛି। ମହିଳାମାନଙ୍କ ପୋଷାକ ପତଳା, କିମ୍ବା ଛୋଟ ହୋଇପାରିବ ନାହିଁ।

ସେହିପରି ମହିଳାମାନେ ଅଣ ମୁସଲମାନ ପୁରୁଷଙ୍କ ଆଗରେ ନିଜ ମୁହଁ ଘୋଡ଼ାଇ ରହିବେ। ମହିଳାମାନେ ସର୍ବସାଧାରଣରେ ଗୀତ ଗାଇ ପାରିବେ ନାହିଁ କିମ୍ବା ପାଠ ପଢ଼ାଇ ପାରିବେ ନାହିଁ। ସେମାନଙ୍କ ସ୍ୱର ସବୁବେଳେ ଧୀମା କରି ରହିବେ। ଯେଉଁ ପୁରୁଷମାନଙ୍କ ସହିତ ସେମାନେ ରକ୍ତ କିମ୍ବା ବିବାହ ସମ୍ପର୍କ ନାହିଁ, ସେମାନଙ୍କୁ ମହିଳାମାନେ ମୁହଁ ଦେଖାଇ ପାରିବେ ନାହିଁ।

Afganistan Taliban Recapture Afghanistan Taliban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe