Advertisment

ଦାଢ଼ି ନ ବଢ଼ାଇବାରୁ ଚାକିରି ହରାଇଲେ ୨୮୧ ସୁରକ୍ଷାକର୍ମୀ

ଦାଢ଼ି ନ ବଢ଼ାଇବାରୁ ତାଲିବାନର ପାପ-ପୁଣ୍ୟ ମନ୍ତ୍ରଣାଳୟ ୨୮୧ ଜଣ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବିଦା କରି ଦେଇଛି।

Taliban

Taliban

Advertisment

ବନ୍ଧୁକ ମୁନରେ ୨୦୨୧ ମସିହା ଅଗଷ୍ଟ ମାସରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଆଉ ଏକ ନିଷ୍ଠୁର କାର୍ଯ୍ୟ ସାମ୍ନାକୁ ଆସିଛି। ପ୍ରଥମେ ମହିଳାମାନଙ୍କୁ ନିଜ ଘରର ଚାରି କାନ୍ଥ ମଧ୍ୟରେ ବନ୍ଦୀ କରି ଦେଇଥିବା ତାଲିବାନ ଏବେ କ୍ଲିନ୍ ସେଭ୍ ହୋଇ କାମ କରୁଥିବା ସୁରକ୍ଷାକର୍ମୀଙ୍କ ବିରୋଧରେ ନେଇଛି କାର୍ଯ୍ୟାନୁଷ୍ଠାନ।

Advertisment

ଦାଢ଼ି ନ ବଢ଼ାଇବାରୁ ତାଲିବାନର ପାପ-ପୁଣ୍ୟ ମନ୍ତ୍ରଣାଳୟ ୨୮୧ ଜଣ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବିଦା କରି ଦେଇଛି। ଏମାନେ ବିନା ଦାଢ଼ିରେ କାର୍ଯ୍ୟ କରୁଥିଲେ। ଦାଢ଼ି ନ ରଖିବା ଇସଲାମ ବିରୋଧୀ ବୋଲି ତାଲିବାନ ବିବେଚନା କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମଙ୍ଗଳବାର ତାଲିବାନ ସରକାରଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ସେହିପରି ଇସଲାମ ବିରୋଧୀ ବା ଅନୈତିକ କାର୍ଯ୍ୟ କରିବା ଅଭିଯୋଗରେ ତାଲିବାନ ସରକାର ୧୩ ହଜାରରୁ ଅଧିକ ଆଫଗାନୀଙ୍କୁ ଗୋଟିଏ ବର୍ଷ ମଧ୍ୟରେ ଅଟକ ରଖିଥିଲେ।

Advertisment

ତେବେ ଅଟକ ଥିବା ପ୍ରାୟ ଅର୍ଦ୍ଧେକଙ୍କୁ ୨୪ ଘଣ୍ଟା ମଧ୍ୟରେ ମୁକ୍ତ କରାଯାଇଥିଲା ବୋଲି ତାଲିବାନ ସରକାର ଏହାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କିନ୍ତୁ ଅଟକ ଥିବା ଲୋକଙ୍କ ମଧ୍ୟରେ କେତେ ପୁରୁଷ ଓ କେତେ ମହିଳା କିମ୍ବା ସେମାନଙ୍କ ଅପରାଧ ସମ୍ପର୍କରେ ମନ୍ତ୍ରଣାଳୟ ସୂଚନା ଦେଇ ନାହିଁ।

ମନ୍ତ୍ରଣାଳୟର ଯୋଜନା ଓ ଆଇନ ନିର୍ଦ୍ଦେଶକ ମୋହିବୁଲ୍ଲା ମୋଖଲିସ୍ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ବର୍ଷକ ମଧ୍ୟରେ ପ୍ରଶାସନ ୨୧,୩୨୮ଟି ବାଦ୍ୟଯନ୍ତ୍ର ନଷ୍ଟ କରାଯାଇଛି। ସେହିପରି ହଜାର ହଜାର କମ୍ପ୍ୟୁଟର ଅପରେଟରଙ୍କ ଅନୈତିକ ଫିଲ୍ମ ବିକ୍ରି ଉପରେ ରୋକ ଲଗାଇଯାଇଛି।

Taliban Recapture Afghanistan Taliban Attack Afganistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe