Advertisment

ପୋଲିଓ ଟିକାକରଣ ଅଭିଯାନକୁ ବନ୍ଦ କରି ଦେଲା ଏହି ଦେଶ

ପୋଲିଓ ଭୂତାଣୁ ବ୍ୟାପିଥିବା ୨ଟି ଦେଶ ହେଉଛନ୍ତି ଆଫଗାନିସ୍ତାନ ଓ ପାକିସ୍ତାନ। ଏଠାରେ ପ୍ରତିବର୍ଷ ସର୍ବାଧିକ ପିଲା ପୋଲିଓ ଯୋଗୁ ପାରାଲିସିସ ଭଳି ସମସ୍ୟାରେ ପଡ଼ୁଛନ୍ତି।

 polio vaccination

polio vaccination

Advertisment

ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନର ଆଉ ଏକ ଭୟଙ୍କର ରୂପ ସାମ୍ନାକୁ ଆସିଛି। ଆଫଗାନିସ୍ତାନରେ ପିଲାମାନଙ୍କୁ ଦିଆଯାଉଥିବା ପୋଲିଓ ବିରୋଧୀ ଟିକା କାର୍ଯ୍ୟକ୍ରମକୁ ତାଲିବାନ ବନ୍ଦ କରିଦେଇଛି।

Advertisment

ପୋଲିଓ ଭୂତାଣୁ ବ୍ୟାପିଥିବା ୨ଟି ଦେଶ ହେଉଛନ୍ତି ଆଫଗାନିସ୍ତାନ ଓ ପାକିସ୍ତାନ। ଏଠାରେ ପ୍ରତିବର୍ଷ ସର୍ବାଧିକ ପିଲା ପୋଲିଓ ଯୋଗୁ ପାରାଲିସିସ ଭଳି ସମସ୍ୟାରେ ପଡ଼ୁଛନ୍ତି। ତଥାପି ଆଫଗାନିସ୍ତାନରେ ଟିକାକରଣ ଅଭିଯାନକୁ ତାଲିବାନ ବାତିଲ କରିଦେବା ସମସ୍ତଙ୍କୁ ଚକିତ କରିଛି।

ତାଲିବାନ ପକ୍ଷରୁ ପୋଲିଓ ଟିକାକରଣ ଅଭିଯାନକୁ ବାତିଲ କରାଯାଇଥିବା ଆଜି ମିଳିତ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି। ମିଳିତ ଜାତିସଂଘ ପକ୍ଷରୁ ଆଫଗାନିସ୍ତାନରେ ପୋଲିଓ ବିରୋଧୀ ଟିକାକରଣ ଆରମ୍ଭ ହେବାର ଥିଲା।

Advertisment

ସେପ୍ଟେମ୍ବର ମାସର ମଧ୍ୟ ଭାଗରୁ ଏହା ଆରମ୍ଭ ହେବାକୁ ଥିବା ବେଳେ ହଠାତ୍‌ ତାଲିବାନ ଏହାକୁ ବାତିଲ କରି ଦେଇଛି। ବାତିଲର କାରଣ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। ସେହିପରି ଆଫଗାନରେ ଶାସନ କରୁଥିବା ତାଲିବାନ ସରକାର ମଧ୍ୟ ଏହା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି।

ପୋଲିଓ ବିରୋଧୀ ଅଭିଯାନ ବେଳେ ପଡ଼ୋଶୀ ପାକିସ୍ତାନରେ ହିଂସା ସୃଷ୍ଟି ହେବାର ନଜିର ରହିଛି। ବିଭିନ୍ନ ଆତଙ୍କବାଦୀମାନେ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ଥିବା ଅଧିକାରୀଙ୍କୁ ଟାର୍ଗେଟ କରନ୍ତି। ସେହିପରି ଏହି ଟିମକୁ ସୁରକ୍ଷା ଦେଉଥିବା ପୁଲିସ ମଧ୍ୟ ଆତଙ୍କୀଙ୍କ ଆକ୍ରମଣର ଶିକାର ହୋଇଥାଏ।

ଆତଙ୍କବାଦୀଙ୍କ କହିବା କଥା ଯେ ଏଠାକାର ପିଲାଙ୍କ ବନ୍ଧ୍ୟାକରଣ କରିବା ପାଇଁ ଏହା ପଶ୍ଚିମ ଦେଶର ଏକ ଷଡ଼ଯନ୍ତ୍ର। ଏବେ ପାକିସ୍ତାନ ଭଳି ଆଫଗାନିସ୍ତାନରେ ମଧ୍ୟ ସମାନ କଥା ପ୍ରଚାର ହେବାରେ ଲାଗିଛି।

Afganistan Taliban Recapture Afghanistan World Polio Day Polio
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe