Advertisment

ଏୟାରପୋର୍ଟ ହମଲାର ମାଷ୍ଟରମାଇଣ୍ଡକୁ ଖତମ କଲା ତାଲିବାନ

୨୦୨୧ ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ କାବୁଲ ଏୟାରପୋର୍ଟରୁ ଲୋକମାନେ ଅନ୍ୟତ୍ର ଚାଲିଯିବାକୁ ଚେଷ୍ଟା କରିଥିଲେ।

Kabul

Kabul

Advertisment

ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆଇଏସ ଆତଙ୍କବାଦୀ ସଂଗଠନ ବିରୋଧରେ ବଡ଼ ପଦକ୍ଷେପ ନେଇଛି। ୨୦୨୧ ମସିହା କାବୁଲ ଏୟାରପୋର୍ଟରେ ହୋଇଥିବା ଭୟଙ୍କର ଆତତ୍ମଘାତୀ ହମଲାର ମାଷ୍ଟରମାଇଣ୍ଡକୁ ତାଲିବାନ ସ୍ୱତନ୍ତ୍ର ଅପରେସନ ଦ୍ୱାରା ଖତମ କରିଛି।

Advertisment

୨୦୨୧ ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ କାବୁଲ ଏୟାରପୋର୍ଟରୁ ଲୋକମାନେ ଅନ୍ୟତ୍ର ଚାଲିଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେଠାରେ ପ୍ରବଳ ଭିଡ଼ ଜମି ଥିଲା। ଏହାର ଫାଇଦା ନେଇ ଏୟାରପୋର୍ଟ ନିକଟରେ ହୋଇଥିଲା ଭୟଙ୍କର ଆତ୍ମଘାତୀ ହମଲା। ଏଥିରେ ଆମେରିକାର ୧୩ ଜଣ ଯବାନ ଓ ୧୭୦ ଜଣ ଆଫଗାନ ନାଗରିକ ପ୍ରାଣ ହରାଇଥିଲେ।

କିନ୍ତୁ ଏବେ ଆମେରିକା ନିଶ୍ଚିତ କରିଛି ଯେ ଉକ୍ତ ହମଲାର ମାଷ୍ଟରମାଇଣ୍ଡ ତାଲିବାନ ଅପରେସନରେ ପ୍ରାଣ ହରାଇଛି। ମାଷ୍ଟରମାଇଣ୍ଡ ପ୍ରାଣ ହରାଇଥିବା କଥା ଆମେରିକା କିମ୍ବା ତାଲିବାନ ପ୍ରଥମେ ଜାଣି ପାରି ନଥିଲେ। ତେବେ ଚଳିତ ମାସରେ ଆଫଗାନିସ୍ତାନର ଦକ୍ଷିଣପ୍ରାନ୍ତରେ ତାଲିବାନ ଓ ଆଇଏସ୍‌ ସହ ଲିଙ୍କ ରହିଥିବା ସଂଗଠନ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା।

Advertisment

ଏହି ସମୟରେ ଆଇଏସର ଅନେକ ସଦସ୍ୟ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ କାବୁଲ ଏୟାରପୋର୍ଟ ଆତ୍ମଘାତୀ ହମଲାର ମାଷ୍ଟରମାଇଣ୍ଡ ରହିଥିଲା। ଆମେରିକା ଗୁଇନ୍ଦା ସଂସ୍ଥା ଭଲ ଭାବେ ସ୍ଥିତିକୁ ଯାଞ୍ଚ କରିବା ପରେ ଏପରି ଖବର ଦେଇଛି।

Taliban Taliban Recapture Afghanistan Afganistan Blast In Kabul Kabul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe