Advertisment

ଆକ୍ସନ ମୁଡ୍‌ରେ ତାଲିବାନ, IS ଖୁରାସାନ ମିଲିଟାରୀ ମୁଖ୍ୟକୁ କଲା ହତ୍ୟା

ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦଙ୍କ କହିବା ମୁତାବକ, ସୋମବାର କାବୁଲରେ ହୋଇଥିବା ଅପରେସନ୍‌ରେ କାରୀ ଫତେହକୁୁ ହତ୍ୟା କରାଯାଇଛି।

Quari Fateh Killed

Quari Fateh Killed

Advertisment

ଇସ୍‌ଲାମିକ ଷ୍ଟେଟ୍ ଖୁରାସାନ ଉପରେ ବଡ଼ ଆକ୍ସନ ନେଇଛି ଆଫଗାନିସ୍ତାନର ତାଲିବାନ ସରକାର। ISKPର ମିନିଷ୍ଟର ଅଫ୍ ୱାର ତଥା ମିଲିଟାରୀ ଚିଫ୍ କାରୀ ଫତେହକୁ ହତ୍ୟା କରିଛି ତାଲିବାନ୍। କାରୀ ଫତେହକୁ ୟୁଏନ୍‌ଏସ୍‌ସି ମନିଟରିଂ ଟିମ୍ ମେ’ ୨୦୨୨ରେ ISKPର ମିଲିଟାରୀ ଚିଫ କରିଥିଲା। 

Advertisment

ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦଙ୍କ କହିବା ମୁତାବକ, ସୋମବାର କାବୁଲରେ ହୋଇଥିବା ଅପରେସନ୍‌ରେ କାରୀ ଫତେହକୁୁ ହତ୍ୟା କରାଯାଇଛି। ତା’ ସହ ଖୁରାସାନର ଆଉ କିଛି କର୍ମୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ତାଲିବାନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆଇଏସ୍‌କେପି ହେଉଛି ଇସଲାମିକ୍ ଷ୍ଟେଟର ଆଫଗାନିସ୍ତାନ ସହଯୋଗୀ ତଥା ତାଲିବାନର ଏକ ପ୍ରମୁଖ ବିରୋଧୀ। କାବୁଲରେ କାରୀ ଫତେହ ହେଉଛି ଆଇଏସ୍‌କେପିର ଜଣେ ମୁଖ୍ୟ ରଣନୀତିଜ୍ଞ। ସେ ରୁଷ୍‌, ଚୀନ, ପାକିସ୍ତାନ ବିରୋଧରେ ହୋଇଥିବା ଅନେକ ଆକ୍ରମଣର ଯୋଜନା କରିଥିଲା।

Advertisment

ତାଲିବାନ ସରକାରର ଏହି ଆକ୍ସନ ଏଭଳି ଏକ ସମୟରେ ହୋଇଛି, ଯେତେବେଳେ ନିକଟରେ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଥିଲା ଯେ ଇସଲାମିକ୍ ଷ୍ଟେଟ୍ ଇନ୍ ଇରାକ୍ ଆଣ୍ଡ ଖୁରାସାନ ଆଫଗାନିସ୍ତାନରେ ଭାରତ, ଚୀନ୍ ଏବଂ ଇରାନର ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ଦେଇଛି। ଜାତିସଂଘ ଦାବି କରିଛି ଯେ ISIL-K ପାଖରେ ୧୦୦୦ରୁ ୩୦୦୦ ଯୁଦ୍ଧବିମାନ ଅଛି। 

Kabul Taliban Attack Afganistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe