Advertisment

Taliban: ଭାରତ ଆସିବେ ତାଲିବାନ ସରକାରର ମନ୍ତ୍ରୀ

କ୍ଷମତା ଦଖଲ କରିବାର ୪ ବର୍ଷ ପରେ ଭାରତ ଓ ତାଲିବାନ ମଧ୍ୟରେ କୌଣସି ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି। ଏହି ଉଚ୍ଚସ୍ତରୀୟ ବୈଠକ ପାଇଁ ତାଲିବାନ ମନ୍ତ୍ରୀ ମୁତାକୀ ଭାରତ ଗସ୍ତରେ ଆସୁଛନ୍ତି।

author-image
Hemant Lenka
Taliban

ଆମୀର ଖାନ ମୁତାକୀ

ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ(Taliban) ସହ ସମ୍ପର୍କକୁ ମଜବୁତ କରିବ ଭାରତ। ଖାସ ଏହି କାରଣ ପାଇଁ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି ତାଲିବାନର ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତାକୀ। ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ଜଣାପଡ଼ିଛି। 

Advertisment

୨୦୨୧ ଅଗଷ୍ଟ ୧୫ରେ ତାଲିବାନ ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିଲା। ଅଶର୍ଫ ଘନି ସରକାରକୁ ଗାଦିଚ୍ୟୁତ କରି ତାଲିବାନ ଏବେ ଆଫାଗନିସ୍ତାନରେ ଶାସନ କରୁଛି। କ୍ଷମତା ଦଖଲ କରିବାର ୪ ବର୍ଷ ପରେ ଭାରତ ଓ ତାଲିବାନ ମଧ୍ୟରେ କୌଣସି ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି। ଏହି ଉଚ୍ଚସ୍ତରୀୟ ବୈଠକ ପାଇଁ ତାଲିବାନ ମନ୍ତ୍ରୀ ମୁତାକୀ ଭାରତ ଗସ୍ତରେ ଆସୁଛନ୍ତି। 

ଯୋଜନା ଅନୁସାରେ ଯଦି ମୁତାକୀ ଭାରତ ଗସ୍ତରେ ଆସିବେ, ତା’ହେଲେ କୂଟନୀତିକ ସ୍ତରରେ ଏହା ଏକ ବଡ଼ ଖବର। କାରଣ ତାଲିବାନ ଶାସନ ସହ ଭାରତ କେବଳ ସୀମିତ ସମ୍ପର୍କ ରଖି ଆସିଛି। କେବଳ ମାନବିକ ସହାୟତା ଓ ସାଧାରଣ ନାଗରିକଙ୍କୁ ଆବଶ୍ୟକତା ସହାୟତା ଭାରତ ଯୋଗାଇ ଆସିଛି।

Advertisment

ତାଲିବାନ ଶାସନରେ ମହିଳା ଓ ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଥିବାରୁ ଏହାକୁ ନେଇ ଭାରତ(India) ଚିନ୍ତା ପ୍ରକଟ କରି ଚାଲିଛି। ଆଫଗାନିସ୍ତାନର ସାଧାରଣ ଲୋକଙ୍କୁ ଭାରତ ସହାୟତା କରୁଥିବା ବେଳେ ତାଲିବାନ ଶାସନ ସହ ଏଯାଏ ସିଧାଳସଲ କୌଣସି କୂଟନୀତିକ ସମ୍ପର୍କ ସ୍ଥାପନ କରିନାହିଁ। ତଥାପି ମୁତାକୀ ଭାରତ ଗସ୍ତରେ ଆସୁଥିବାରୁ ଏହାର ବେଶ ଗୁରୁତ୍ୱ ରହିଛି। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ମୁତାକୀଙ୍କ ବିଦେଶ ଗସ୍ତ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର କଟକଣା ରହିଛି। ତାଙ୍କୁ ବିଦେଶ ଗସ୍ତ ପାଇଁ ସ୍ୱତନ୍ତ୍ର ଅନୁମତିର ଆବଶ୍ୟକ। ଅତୀତରେ ଏହି କଟକଣା ପାଇଁ ବିଭିନ୍ନ ଦେଶ ସହ ତାଲିବାନର କୂଟନୀତିକ ସମ୍ପର୍କ ସ୍ଥାପନ ପ୍ରୟାସ ଲାଇନଚ୍ୟୁତ ହୋଇଥିଲା। 

ଚଳିତ ବର୍ଷ ଅଗଷ୍ଟରେ ମୁତାକୀ ପାକିସ୍ତାନ ଗସ୍ତରେ ଯିବାର ଥିଲା। କିନ୍ତୁ ସୁରକ୍ଷା ପରିଷଦ କଟକଣାକୁ କୋହଳ କରିବାକୁ ମିଳିତ ଜାତିସଂଘ ଅନୁମତି ଦେଇ ନଥିଲା। ଏଥିଯୋଗୁ ତାଙ୍କ ଗସ୍ତ ବାତିଲ ହୋଇଥିଲା। ତେଣୁ ଭାରତ ଗସ୍ତରେ ସେ ଆସିପାରୁଛନ୍ତି କି ନାହିଁ, ତା’ ଉପରେ ବି ସମସ୍ତଙ୍କ ନଜର ରହିଛି। 

୨୦୨୧ରୁ ତାଲିବାନ ଆଫଗାନିସ୍ତାନରେ ଶାସନ କରୁଥିଲେ ହେଁ ବିଶ୍ୱ ମଞ୍ଚଳରେ ଏହାକୁ ସ୍ୱୀକୃତି ମିଳିନାହିଁ। ଭାରତ ମଧ୍ୟ ବିଧିବଦ୍ଧ ଭାବେ ତାଲିବାନ ସରକାରକୁ ସ୍ୱୀକୃତି ଦେଇନାହିଁ। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଭାରତ ସରକାର କୂଟନୀତିକ ଅଫିସକୁ ବନ୍ଦ କରି ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିଥିଲେ। କିନ୍ତୁ ୨୦୨୨ ଶେଷ ଭାଗରେ ଭାରତ ସରକାର କାବୁଲରେ ଗୋଟିଏ ଟେକିକାଲ ଦୂତାବାସ ଖୋଲିଛନ୍ତି। ମାନବୀୟ ସହାୟତା ପାଇଁ ଏପରି ପତଦକ୍ଷେପ ନିଆଯାଇଛି। 

ଭାରତ ସମେତ ଏଯାଏ କୌଣସି ରାଷ୍ଟ୍ର ତାଲିବାନକୁ ସ୍ୱୀକୃତି ଦେଇ ନଥିଲେ ହେଁ ଚଳିତ ବର୍ଷ ଜୁଲାଇରେ ରୁଷ ପ୍ରଥମ ରାଷ୍ଟ୍ର ଭାବେ ତାଲିବାନ ଶାସନକୁ ସ୍ୱୀକୃତି ଦେଇଛି।

India Taliban