Advertisment

୨ ହତ୍ୟାକାରୀଙ୍କୁ ସର୍ବସମ୍ମୁଖରେ ମିଳିଲା ମୃତ୍ୟୁଦଣ୍ଡ

ଏମାନଙ୍କ ମୃତ୍ୟୁଦଣ୍ଡ ଉପରେ ତାଲିବାନର ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁନ୍ଦଜାଦା ମୋହର ମାରିଥିଲେ।

Taliban

Taliban

Advertisment

ସର୍ବସମ୍ମୁଖୀ ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛି ତାଲିବାନ। ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଜଣ ବ୍ୟକ୍ତିଙ୍କୁ ପୂର୍ବ ଆଫଗାନିସ୍ତାନର ଗୋଟିଏ ଫୁଟବଲ ଷ୍ଟାଡିୟମ ଭିତରେ ତାଲିବାନ ପକ୍ଷରୁ ଗୁଳି କରି ମୃତ୍ୟୁଦଣ୍ଡ ଦିଆଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଘଜନି ସହରରେ ଥିବା ଫୁଟବଲ ଷ୍ଟାଡିୟମରେ ୨ ଜଣଙ୍କୁ ଏକାଧିକ ଗୁଳି କରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ଏମାନଙ୍କ ମୃତ୍ୟୁଦଣ୍ଡ ଉପରେ ତାଲିବାନର ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁନ୍ଦଜାଦା ମୋହର ମାରିଥିଲେ।

ଏହାକୁ ସୁପ୍ରିମକୋର୍ଟର ଅଧିକାରୀ ଅତିକ୍ୟୁଲ୍ଲା ଡାରୱିଶ ସମସ୍ତଙ୍କୁ ପଢ଼ି ଶୁଣାଇ ଥିଲେ। ଏହି ଦୁଇ ଜଣ ବ୍ୟକ୍ତି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨ ବର୍ଷର ବିଚାର ପରେ ସେମାନଙ୍କ ମୃତ୍ୟୁଦଣ୍ଡରେ ମୋହର ମରାଯାଇଛି।

Advertisment

ମୃତ୍ୟୁଦଣ୍ଡର କାର୍ଯ୍ୟକାରୀକୁ ଦେଖିବା ପାଇଁ ହଜାର ହଜାର ପୁରୁଷ ଲୋକ ଷ୍ଟାଡିୟମ ଭିତରେ ଉପସ୍ଥିତ ଥିଲେ। ଦୁଇ ଦୋଷୀଙ୍କ ପରିବାର ଲୋକ ମଧ୍ୟ ଷ୍ଟାଡିୟମ ଭିତରେ ରହିଥିଲେ। ସେମାନେ ଏପରି ମୃତ୍ୟୁଦଣ୍ଡକୁ ନିନ୍ଦା କରି କ୍ଷମା ଆବେଦନ କରିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା। ହେଲେ ସେମାନେ ମନା କରି ଦେଇଥିଲେ।

Afganistan Taliban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe