Advertisment

ପାକିସ୍ତାନର ଏୟାରଷ୍ଟ୍ରାଇକରେ ୮ ମୃତ, ତାଲିବାନର କାଉଣ୍ଟର ଆଟାକ

ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆଟାକିଂ ମୁଡକୁ ଚାଲି ଆସିଛି। ପାକିସ୍ତାନ ଭଳି ତାଲିବାନ ମଧ୍ୟ ସୀମାରେ କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛି।

author-image
Hemant Lenka
Taliban

Taliban

ଅଶାନ୍ତ ହୋଇପଡ଼ିଛି ପାକିସ୍ତାନ-ଆଫଗାନିସ୍ତାନ ସୀମା। ପାକିସ୍ତାନ ଯୁଦ୍ଧ ବିମାନ ଆଫଗାନିସ୍ତାନରେ ପଶି ୨ଥର ଏୟାରଷ୍ଟ୍ରାଇକ କରିଛି। ଏଥିରେ ୮ ଜଣ ଆଫଗାନିସ୍ତାନବାସୀଙ୍କ ମୃତ୍ୟୁ ଘଟିଛି।

Advertisment

ଏହାପରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆଟାକିଂ ମୁଡକୁ ଚାଲି ଆସିଛି। ପାକିସ୍ତାନ ଭଳି ତାଲିବାନ ମଧ୍ୟ ସୀମାରେ କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛି।

ପାକିସ୍ତାନ ପକ୍ଷରୁ ଖୋସ୍ତ ଓ ପାକଟିକା ଅଞ୍ଚଳରେ ଏୟାରଷ୍ଟ୍ରାଇକ କରାଯାଇଥିଲା। ଏଥିରେ ୩ ଜଣ ଛୋଟ ପିଲା ଓ ୫ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାପରେ ତାଲିବାନ ପକ୍ଷରୁ ପାକିସ୍ତାନ ମିଲିଟାରୀ ଉପରେ କାଉଣ୍ଟର ଆଟାକ କରାଯାଇଛି ବୋଲି ରୟଟର୍ସକୁ ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

Advertisment

ଏୟାର ଷ୍ଟ୍ରାଇକର ଜବାବରେ ସୀମାନ୍ତରେ ମୁତୟନ ପାକିସ୍ତାନୀ ଟ୍ରୁପ୍ସ ଉପରେ ଆକ୍ରମଣ କରାଯାଇଛି। ପାକଟିଆ ପ୍ରଦେଶରୁ ତାଲିବାନ ୩ଟି ମୋର୍ଟାଲ ଶେଲ୍‌ ପାକିସ୍ତାନର ବୋରକି ଅଞ୍ଚଳକୁ ମାଡ଼ କରିଛି। ଏହା ମଧ୍ୟରୁ ଗୋଟିଏ ମୋର୍ଟାଲ ସରକାରୀ ସ୍କୁଲ ନିକଟରେ ପଡ଼ିଛି।

ଏହାପୂର୍ବରୁ ତାଲିବାନ ସରକାରର ମୁଖପାତ୍ର ଜୈବୁଲ୍ଲା ମୁଜାହିଦ କହିଥିଲେ ଆଫଗାନର ଅଞ୍ଚଳକୁ ବ୍ୟବହାର କରି କେହି ବି ସୁରକ୍ଷାରେ ବୁଝାମଣା କରିପାରିବେ ନାହିଁ। ଇସଲାମିକ ଇମିରାଟ ଅଫ ଆଫଗାନିସ୍ତାନ ଏଥିପାଇଁ କେବେ ହେଲେ କାହାକୁ ଅନୁମତି ଦେଇ ପାରିବ ନାହିଁ।

ଅନ୍ୟପକ୍ଷରେ ପାକିସ୍ତାନ ସେନା କହିଛି ଯେ ସେମାନେ ଆଫଗାନିସ୍ତାନ ସୀମାକୁ ଲାଗିଥିବା ଉତ୍ତର ୱାଜିରିସ୍ତାନରେ ଅପରେସନ କରିଛନ୍ତି। ପାକିସ୍ତାନ ପକ୍ଷରୁ କରାଯାଇଥିବା ଅପରେସନରେ ୮ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

ଆକ୍ରମଣ ଓ ପ୍ରତି ଆକ୍ରମଣ ପୂର୍ବରୁ ଆଫଗାନ ସୀମାରେ ଆତଙ୍କବାଦୀ ହମଲା ହୋଇଥିଲା। ଏଥିରେ ୭ ଜଣ ପାକିସ୍ତାନ ସୈନ୍ୟ ପ୍ରାଣ ହରାଇଥିଲେ। ହମଲା ପଛରେ ଆଫଗାନ ଆତଙ୍କୀଙ୍କ ହାତ ଥିବା ଅଭିଯୋଗ କରି ପାକିସ୍ତାନ ଏୟାରଷ୍ଟ୍ରାଇକ କରିଥିଲା।

Pakistan Taliban Recapture Afghanistan Taliban Taliban Attack