Advertisment

Afghanistan: ଅକଳରେ ଆତଙ୍କୀସ୍ତାନ, ଭାରତ ପରେ ପାକିସ୍ତାନକୁ ପାଣି ବନ୍ଦ କରିବ ଆଫଗାନିସ୍ତାନ

ସୁପ୍ରିମ ଲିଡର ମୌଲବୀ ହିବାତୁଲ୍ଲା ଅଖୁଣ୍ଡଜାଦାଙ୍କ ପକ୍ଷରୁ କୁନାର ନଦୀରେ ଯଥାଶୀଘ୍ର ଡ୍ୟାମ ନିର୍ମାଣ କରିବାକୁ ନିର୍ଦ୍ଦେଶ ଆସିଛି। ନିକଟରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଭୟଙ୍କର ସାମରିକ ଲଢ଼େଇ ହୋଇଥିଲା।

author-image
Hemant Lenka
Pakistan

ପାଣି ରୋକିବ ତାଲିବାନ

ଅଡ଼ୁଆରେ ଆତଙ୍କୀସ୍ତାନ ପାକିସ୍ତାନ। ଭାରତ ପରେ ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନ(Pakistan) ବିରୋଧରେ ବଡ଼ ପଦକ୍ଷେପ ନେବାକୁ ଯୋଜନା କରିଛି। ଭାରତ ଭଳି ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ବନ୍ଦ କରିବ ପାଣି। ତାଲିବାନ ସରକାର ଏକାଧିକ ଡ୍ୟାମ ନିର୍ମାଣ କରିବ ଓ ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣି( Water) ଉପରେ କଟକଣା ଲଗାବ ବୋଲି ଯୋଜନା କରୁଛି। ଆଫଗାନିସ୍ତାନର ସୂଚନା ମନ୍ତ୍ରଣାଳୟ ପକ୍ଷରୁ ଏପରି ସୂଚନା ମିଳିଛି। 

Advertisment

ତାଲିବାନ(Taliban)ର ସୁପ୍ରିମ ଲିଡର ମୌଲବୀ ହିବାତୁଲ୍ଲା ଅଖୁଣ୍ଡଜାଦାଙ୍କ ପକ୍ଷରୁ କୁନାର ନଦୀରେ ଯଥାଶୀଘ୍ର ଡ୍ୟାମ ନିର୍ମାଣ କରିବାକୁ ନିର୍ଦ୍ଦେଶ ଆସିଛି। ନିକଟରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଭୟଙ୍କର ସାମରିକ ଲଢ଼େଇ ହୋଇଥିଲା। ଏଥିରେ ଶତାଧିକ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ଏହାପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗିଛି। ଯୁଦ୍ଧ ବିରତି ଲାଗୁ ହୋଇଥିବା ବେଳେ ତାଲିବାନ ସରକାର ପକ୍ଷରୁ ଡ୍ୟାମ ନିର୍ମାଣ ଯୋଜନା ଆରମ୍ଭ ହୋଇଛି। ପାଣି ଉପରେ ଆଫଗାନର ପ୍ରଥମ ଅଧିକାର ରହିଥିବା ତାଲିବାନ ସରକାର ସ୍ପଷ୍ଟ କରିଛନ୍ତି। 

ପାକିସ୍ତାନ ସହ ଜଳ ଭାଗ ବଣ୍ଟାକୁ ନେଇ ଭାରତ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଆଫଗାନିସ୍ତାନ ଅନୁସରଣ କରିଛି। ଏପ୍ରିଲ ୨୨ ପହଲଗାମ ନରସଂହାର ପରେ ଭାରତ ସରକାର ପାକିସ୍ତାନ ସହ କରିଥିବା ସିନ୍ଧୁ ଜଳ ଚୁକ୍ତିକୁ ନିଲମ୍ବିତ କରି ଦେଇଛନ୍ତି। ଏହି ଚୁକ୍ତି ଅନୁସାରେ ଭାରତ ପକ୍ଷରୁ ପାକିସ୍ତାନକୁ ପାଣି ଛଡ଼ା ଯାଉଥିଲା। ଚୁକ୍ତି ନିଲମ୍ବିତ ହୋଇ ରହିଥିବାରୁ ଭାରତ ସରକାର ଜଳ ପ୍ରବାହକୁ ନେଇ ପାକିସ୍ତାନକୁ କୌଣସି ପ୍ରକାରର ସୂଚନା ଦେଉ ନାହାନ୍ତି। ସିନ୍ଧୁ ନଦୀ ଜଳ ପ୍ରବାହ ଉପରେ ଭାରତ ସରକାର ସଂପୂର୍ଣ୍ଣ ରୋକ ଲଗାଇବାକୁ ଡ୍ୟାମ ମଧ୍ୟ ନିର୍ମାଣ କରିବେ ବୋଲି ଜଣାପଡ଼ିଛି। 

Advertisment

ଏସବୁ ଭିତରେ ଆଫଗାନର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସୁପ୍ରିମ ଲିଡର ଅଖୁଣ୍ଡଜାଦା କୁନାର ନିଦୀରେ ଡ୍ୟାମ ନିର୍ମାଣ ଯଥା ଶୀଘ୍ର କରିବାକୁ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଘରୋଇ କମ୍ପାନୀଗୁଡ଼ିକ ସହ ଚୁକ୍ତି କରିବାକୁ ମଧ୍ୟ ସେ କହିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଲଣ୍ଡନ ଭିତ୍ତିକ ଆଫଗାନ ସାମ୍ବାଦିକ ସାମି ୟୁସଫଜାଇ କହିଛନ୍ତି, “ଭାରତ ପରେ ଆଫଗାନିସ୍ତାନ ଏବେ ପାକିସ୍ତାନର ଜଳ ସପ୍ଲାଏ ଉପରେ କଟକଣା ଲଗାଇବ। ବିଦେଶୀ କମ୍ପାନୀଗୁଡ଼ିକୁ ଅପେକ୍ଷା କରିବା ପରବର୍ତ୍ତେ ସୁପ୍ରିମ ଲିଡର ଘରୋଇ କମ୍ପାନୀଗୁଡ଼ିକ ସହ ଡ୍ୟାମ ନିର୍ମାଣ ଚୁକ୍ତି କରିବାକୁ କହିଛନ୍ତି।” 

ଉତ୍ତରପୂର୍ବ ଆଫଗାନିସ୍ତାନରେ ଥିବା ହିନ୍ଦୁ କୁଶ ପାହାଡ଼ରୁ ୪୮୦ କିମି ଲମ୍ବା କୁନାର ନଦୀ ବାହାରିଛି। ପାକିସ୍ତାନ ସୀମା ବୋରଗିଲ ପାସ୍ ନିକଟରେ ଏହା ରହିଛି। କୁନାର ଓ ନଙ୍ଗାରହରର ଦେଇ ଏହା ପାକିସ୍ତାନର ଖାୟବର ପାଖତୁନଖ୍ୱାକୁ ଅତିକ୍ରମ କରିଛି। ଶେଷରେ ଜଲାଲାବାଦ ଠାରେ କାବୁଲ ନଦୀରେ ଏହା ମିଶିଛି। ପାକିସ୍ତାନରେ କୁନାର ନଦୀ ଚିତ୍ରାଲ ନଦୀ ନାଁରେ ପରିଚିତ। 

କୁନାର ନଦୀ ପ୍ରବାହିତ ହେଉଥିବା କାବୁଲ ନଦୀ ହେଉଛି ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଥିବା ସବୁଠାରୁ ବଡ଼ ଓ ଅଧିକ ପାଣି ଥିବା ସୀମା ପାର ନଦୀ। କାବୁଲ ନଦୀ ଅଟକ ନିକଟରେ ସିନ୍ଧୁ ନଦୀରେ ମିଶିଛି। ଏହି ନଦୀ ଜଳ ଉପରେ ପାକିସ୍ତାନର ଜଳ ସେଚନ ଓ ଅନ୍ୟ ଆବଶ୍ୟକ କାମ ଗୁଡ଼ିକ ନିର୍ଭର କରେ। କୁନାର ନଦୀରେ ଜଳ ପ୍ରବାହ ହ୍ରାସ ପାଇଲେ, ଏହାର ପ୍ରଭାବ ସିନ୍ଧୁ ଉପରେ ପଡ଼ିବ। ଏଥିଯୋଗୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ପ୍ରଭାବିତ ହେବ। 

ପାକିସ୍ତାନକୁ ଅକଳ ପକାଇବା ପାଇଁ ୨୦୨୧ରେ ଆଫଗାନକୁ ଦାଖଲ କରିଥିବା ତାଲିବାନ(Taliban Recapture Afghanistan) ଡ୍ୟାମ ନିର୍ମାଣ କରିବାକୁ ଯୋଜନା କରିଛି।  

Pakistan Taliban Recapture Afghanistan Taliban Water