Advertisment

Bangladesh: ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ ରହମନ

ଭାରତର ପ୍ରତିନିଧିତ୍ୱ ଲୋକସଭା ବାଚସ୍ପତି ଓମ ବିର୍ଲା କରିଛନ୍ତି। ବାସ୍ତବରେ ବାଂଲାଦେଶର ବିଦାୟୀ ଅନ୍ତରୀଣ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶପଥ ପାଠ ଉତ୍ସବ ପାଇଁ ନିମନ୍ତ୍ରଣ କରିଥିଲେ।

author-image
Hemant Lenka
Tariq

ରାଷ୍ଟ୍ରପତିଙ୍କ ସହ ତାରିକ

ବାଂଲାଦେଶ(Bangladesh)ର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଏନପି ଅଧ୍ୟକ୍ଷ ତାରିକ ରହମନ। ତାଙ୍କ ସହ ଆଉ ୧୩ ଜଣ କ୍ୟାବିନେଟ ସଦସ୍ୟ ଭାବେ ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଢାକା ସ୍ଥିତି ଜାତୀୟ ସଂସଦ ବିଲଡିଂରେ ତାରିକ ଓ ଅନ୍ୟମାନଙ୍କୁ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ଶପଥ ପାଠ କରାଇଛନ୍ତି। ଜାତୀୟ ସଂସଦ କମ୍ପ୍ଲେକ୍ସର ସାଉଥ ପ୍ଲାଜାରେ ଅନୁଷ୍ଠିତ ଶପଥ ପାଠ ଉତ୍ସବରେ ପ୍ରାୟ ୧୨ଶହ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ।

Advertisment

ଭାରତର ପ୍ରତିନିଧିତ୍ୱ ଲୋକସଭା ବାଚସ୍ପତି ଓମ ବିର୍ଲା କରିଛନ୍ତି। ବାସ୍ତବରେ ବାଂଲାଦେଶର ବିଦାୟୀ ଅନ୍ତରୀଣ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶପଥ ପାଠ ଉତ୍ସବ ପାଇଁ ନିମନ୍ତ୍ରଣ କରିଥିଲେ। କିନ୍ତୁ ତାଙ୍କ ବଦଳରେ ବାଚସ୍ପତି ବିର୍ଲା ଶପଥ ପାଠ ଉତ୍ସବରେ ସାମିଲ ହୋଇଛନ୍ତି। 

ଆଜି ୧୩ ଜଣ ସାଂସଦ କ୍ୟାବିନେଟ ସଦସ୍ୟ ଭାବେ ଶପଥ ନେଇଥିବା ବେଳେ ତାରିକଙ୍କ ଟିମରେ  ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୨୪ ଜଣ ରାଷ୍ଟ୍ର ମନ୍ତ୍ରୀ ରହିବେ। ଏମାନଙ୍କ ମଧ୍ୟରେ ଜଣେ ବୌଦ୍ଧ ଓ ଜଣେ ହିନ୍ଦୁ ମଧ୍ୟ ରହିବେ ବୋଲି ଜଣାପଡ଼ିଛି।

Advertisment

ଫେବୃଆରୀ ୧୨ରେ ଅନୁଷ୍ଠିତ ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନରେ ତାରିକଙ୍କ ବିଏନପି ଏକାକୀ ୨୯୭ରୁ ୨୦୯ଟିରେ ବିଜୟ ହୋଇଛି। ଜମାତ ଇ ଇସଲାମୀ ୬୮ଟି ଆସନ ପାଇଛି। ବିକ୍ଷୋଭ ଯୋଗୁ ୨୦୨୪ ଅଗଷ୍ଟ ମାସରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶେଖ ହସିନା ଦେଶ ଛାଡ଼ିଥିଲେ। ଏହାପରେ ବାଂଲାଦେଶରେ ପ୍ରଥମ ନିର୍ବାଚନ ହୋଇଛି। ଏହି ନିର୍ବାଚନରେ ହସିନାଙ୍କ ଦଳ ଆବାମୀ ଲିଗକୁ ଲଢ଼ିବାକୁ ଅନୁମତି ମିଳି ନଥିଲା। 


ଆଜିର ଶପଥ ପାଠ ଉତ୍ସବ ପୂର୍ବରୁ ବିଏନପି ପକ୍ଷରୁ ଦିନ ୧୧.୩୦ରେ ସଂସଦ ବିଲଡିଂରେ ଦଳୀୟ ସାଂସଦଙ୍କ ବୈଠକ ବସିଥିଲା। ଏହି ବୈଠକରେ ତାରିକ ରହମନ ବିଏନପି ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲା। ଏହାପରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ତାରିକ ହେଉଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ। ଡିସେମ୍ବର ୩୦ରେ ଖାଲେଦାଙ୍କ ଦେହାନ୍ତ ହୋଇଥିଲା। ସେହିପରି ତାରିକଙ୍କ ବାପା ହେଉଛନ୍ତି ବିଏନପିର ପ୍ରତିଷ୍ଠାତା ତଥା ବାଂଲାଦେଶର ଦିବଙ୍ଗତ ରାଷ୍ଟ୍ରପତି ଜୈଉର ରହମନ।

ହସିନାଙ୍କ ଶାସନ ସମୟରେ ତାରିକ ୨୦୦୭ରେ ଗିରଫ ହୋଇଥିଲେ। ସେହିପରି ୨୦୦୮ରୁ ସେ ନିର୍ବାଚନ ଦଣ୍ଡ ଭୋଗିଥିଲେ। ଦୀର୍ଘ ୧୭ ବର୍ଷ କାଳ ନିର୍ବାଚନ ଦଣ୍ଡ ଭୋଗିବା ପରେ ୨ ମାସ ତଳେ ଲଣ୍ଡନରୁ ବାଂଲାଦେଶ ଫେରିଥିଲେ ତାରିକ। ଏବେ ସେ ପ୍ରଥମଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। 

Bangladesh