Advertisment

Bangladesh polls: ମା’ଙ୍କ ଆସନରେ ନିର୍ବାଚନ ଲଢ଼ିବେ ତାରିକ ରହମାନ

ତାରିକ ରହମାନ ହେଉଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ। ଗତ ସପ୍ତାହରେ ସେ ବାଂଲାଦେଶ ଫେରିବା ପରେ ଡିସେମ୍ବର ୨୭ରେ ଦେଶରେ ମତାଧିକାର ସାବ୍ୟସ୍ତ କରିବାକୁ ଆବେଦନ କରିଛନ୍ତି।

author-image
Hemant Lenka
BNP

ତାରିକ ରହମାନ

ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନ ଦେଶର ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ। ଦୀର୍ଘ ୧୭ ବର୍ଷର ନିର୍ବାସନ ପରେ ବାଂଲାଦେଶକୁ ଫେରିଥିବା ରହମାନ ଦୁଇଟି ଆସନ(ଢାକା -୧୭ ଓ ବୋଗ୍ରା-୬)ରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

Advertisment

ତାରିକ ରହମାନ ହେଉଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ। ଗତ ସପ୍ତାହରେ ସେ ବାଂଲାଦେଶ ଫେରିବା ପରେ ଡିସେମ୍ବର ୨୭ରେ ଦେଶରେ ମତାଧିକାର ସାବ୍ୟସ୍ତ କରିବାକୁ ଆବେଦନ କରିଛନ୍ତି। ସେହିପରି ଢାକା ୧୭ ଆସନରୁ ମଧ୍ୟ ସେ ନାମାଙ୍କନ ଦାଖଲ କରି ସାରିଛନ୍ତି। 

ଢାକା ୧୭ ଆସନ ପୂର୍ବରୁ ଆବାମୀ ଲିଗର ବରିଷ୍ଠ ନେତା ମହମ୍ମଦ ଏ ଅରାଫତଙ୍କ ପାଖରେ ରହିଥିଲା। ସେ ଶେଖ ହସିନାଙ୍କ ସରକାରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଶେଖ ହସିନା ବିକ୍ଷୋଭ ଯୋଗୁ ଦେଶ ଛାଡ଼ିବା ପରେ ଅରାଫତଙ୍କ ଅଡ଼ୁଆ ବଢ଼ିଛି।

Advertisment

ଅଗଷ୍ଟ ୧୨ରେ ବାଂଲାଦେଶ(Bangladesh) ଆର୍ଥିକ ଗୁଇନ୍ଦା ୟୁନିଟ ପକ୍ଷରୁ ଅରାଫତ ଓ ତାଙ୍କ ପତ୍ନୀଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ କହିଥିଲା। ସେହିପରି ଅରାଫତଙ୍କ ନାଁରେ ଏକାଧିକ ମାମଲା ମଧ୍ୟ ରୁଜୁ କରାଯାଇଛି। ଏବେ ତାରିକ ରହମାନ ଏହି ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। 

ଅନ୍ୟପକ୍ଷରେ ବୋଗ୍ରା-୬ ଆସନରୁ ମଧ୍ୟ ତାରିକ ରହମାନ ନିର୍ବାଚନ ଲଢ଼ିବେ। ଏହା ଏକଦା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଗଡ଼ ଭାବେ ପରିଚିତ ରହିଥିଲା। କିନ୍ତୁ ୨୦୨୩ ଉପ ନିର୍ବାଚନରେ ଆବାମୀ ଲିଗର ରାଗେବୁଲ ରିପୁ ଏଠାରେ ବିଜୟୀ ହୋଇଥିଲେ। ହସିନା ସରକାର ପତନ ହେବାର ୬ ମାସ ପରେ ହୋଇଥିବା ନିର୍ବାଚନରେ ରିପୁ ବାଜିମାତ କରିଥିଲେ।

ବିଜୟ ସତ୍ତ୍ୱେ ୟୁନୁସ ସରକାରଙ୍କୁ ବିରୋଧ କରିବା ଯୋଗୁ ରିପୁଙ୍କୁ ବାଂଲାଦେଶ ଆତଙ୍କବାଦୀ ନିରୋଧ ସ୍କ୍ୱାଡ ଆରଏବି ଗିରଫ କରିଥିଲା। ଗିରଫ ପରେ ତାଙ୍କ ନାଁରେ ହତ୍ୟା ଠାରୁ ଆରମ୍ଭ କରି ୧୩ଟି ମାମଲା କରାଯାଇଥିଲା। ଜେଲରେ ଥିବା ବେଳେ ରିପୁ ହୃଦଘାତର ଶିକାର ହୋଇଥିଲେ। 

Bangladesh