Advertisment

Bangladesh Election: ମୋଦିଙ୍କ ପାଖକୁ ଆସିଲା ନିମନ୍ତ୍ରଣ, ଫେବୃଆରୀ ୧୭ରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ତାରିକ

ପ୍ରଧାନମନ୍ତ୍ରୀ ଓ ତାଙ୍କକ କ୍ୟାବିନେଟର ଅନ୍ୟ ସଦସ୍ୟମାନେ ସାଧାରଣତଃ ବାଂଲାଦେଶର ରାଷ୍ଟ୍ରପତି ଭବନ ବଙ୍ଗଭବନର ଦରବାର ହଲରେ ଶପଥ ଗ୍ରହଣ କରନ୍ତି। କିନ୍ତୁ ଏଥର ଶପଥ ପାଠ ଉତ୍ସବ ଜାତୀୟ ସଂସଦ ଭବନର ସାଉଥ ପ୍ଲାଜାରେ ହେବ।

Tariq

ତାରିକ ଓ ପ୍ରଧାନମନ୍ତ୍ରୀ ମୋଦି

Advertisment

ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନ(Bangladesh Election)ରେ ବାଜିମାତ କରିଥିବା ବାଂଲାଦେଶ ନାଶନାଲିଷ୍ଟି ପାର୍ଟି ବା ବିଏନପି ଦେଶରେ ସରକାର ଗଠନ କରିବାକୁ ଯାଉଛି। ବିଏନପି ସରକାର ଗଠନ କରିବାକୁ ଯାଉଥିବା ବେଳେ ଦଳର ମୁଖିଆ ତାରିକ ରହମନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।

Advertisment

ଆସନ୍ତା ୧୭ ତାରିଖରେ ତାରିକଙ୍କ ସହ ବାଂଲାଦେଶର ନୂଆ କ୍ୟାବିନେଟ ସଦସ୍ୟମାନେ ଶପଥ ଗ୍ରହଣ କରିବେ। ତାରିଖ ମଙ୍ଗଳବାର ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଆସିଛି ନିମନ୍ତ୍ରଣ। 

ବିଏନପି ପକ୍ଷରୁ ମୋଦିଙ୍କ ସମେତ ଦକ୍ଷିଣ ଏସିଆ ରାଷ୍ଟ୍ର ମୁଖ୍ୟମାନଙ୍କୁ ତାରିକଙ୍କ ଶପଥ ପାଠ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। ବିଏନପିର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ବିଏନପି ଅଧ୍ୟକ୍ଷ ତାରିକ ରହମନଙ୍କ ସମେତ ତାଙ୍କ କ୍ୟାବିନେଟ ମଙ୍ଗଳବାର ଶପଥ ଗ୍ରହଣ କରିବେ। ଶପଥ ପାଠ ସାମରୋହକୁ ଦକ୍ଷିଣ ଏସିଆ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି।

Advertisment

ଅଧିକାଂଶ ନିମନ୍ତ୍ରଣ ପତ୍ର ପଠା ଯାଇ ସାରିଛି। ତେବେ ସପ୍ତାହନ୍ତ ଛୁଟି ଥିବାରୁ ନିମନ୍ତ୍ରଣ ପତ୍ର ପହଞ୍ଚିବାରେ ବିଳମ୍ବ ହେଉଛି। ତେଣୁ କେଉଁ ସବୁ ଦେଶର ପ୍ରଧାନମନ୍ତ୍ରୀମାନେ ଶପଥ ପାଠ ଉତ୍ସବ ପାଇଁ ଉପଲବ୍ଧ ରହୁଛନ୍ତି, ତା’ ଦେଖିବାର ଅଛି ବୋଲି ବିଏନପି ସଦସ୍ୟ ଜଣଙ୍କ କହିଛନ୍ତି। 

ପ୍ରଧାନମନ୍ତ୍ରୀ ଓ ତାଙ୍କକ କ୍ୟାବିନେଟର ଅନ୍ୟ ସଦସ୍ୟମାନେ ସାଧାରଣତଃ ବାଂଲାଦେଶର ରାଷ୍ଟ୍ରପତି ଭବନ ବଙ୍ଗଭବନର ଦରବାର ହଲରେ ଶପଥ ଗ୍ରହଣ କରନ୍ତି। କିନ୍ତୁ ଏଥର ଶପଥ ପାଠ ଉତ୍ସବ ଜାତୀୟ ସଂସଦ ଭବନର ସାଉଥ ପ୍ଲାଜାରେ ହେବ।

ବାଂଲାଦେଶ ସରକାରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ଯେ ଏଥର ଅଧିକ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ତେଣୁ ଦରବାର ହଲରେ ଏତେ ସଂଖ୍ୟକ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ନାହିଁ। ତେଣୁ ଶପଥ ପାଠ ଉତ୍ସବ ଜାତୀୟ ସଂସଦ ଭବନର ସାଉଥ ପ୍ଲାଜାରେ ଆୟୋଜନ କରାଯିବ।

ଦକ୍ଷିଣ ଏସିଆର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି। ସେମାନେ ଶପଥ ପାଠ ଉତ୍ସବରେ ଯୋଗ ଦେବେ କି ନାହିଁ, ସେକଥା ସୋମବାର ସୁଦ୍ଧା ନିଶ୍ଚିତ କରିବେ। ଯଦି ପ୍ରଧାନମନ୍ତ୍ରୀମାନେ ଆସି ପାରିବେ ନାହିଁ, ତା’ହେଲେ ସେମାନେ ନିଜ ନିଜର ପ୍ରତିନିଧିମାନଙ୍କୁ ପଠା ପାରନ୍ତି। କିଛି ଦେଶର ବୈଦେଶିକ ମନ୍ତ୍ରୀ ସମ୍ଭବତଃ ଶପଥ ପାଠ ଉତ୍ସବରେ ସାମିଲ ହୋଇ ପାରନ୍ତି ବୋଲି ସେ କହିଛନ୍ତି। 

ଐତିହାସିକ ବିଜୟ ପରେ ତାରିକ ରହମନ କ୍ୟାବିନେଟ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବହୁତ କମ ସଂଖ୍ୟକ ନେତା କ୍ୟାବିନେଟରେ ସାମିଲ ହେବେ। ପରବର୍ତ୍ତୀ ଅବସ୍ଥାରେ ରହମନ ତାଙ୍କ କ୍ୟାବିନେଟକୁ ସଂପ୍ରସାରଣ କରିବେ। 

Bangladesh Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe