Advertisment

ଧ୍ୱଂସାବଶେଷ ତଳେ ୯୪ ଘଣ୍ଟାର ସଂଘର୍ଷ, ପରିସ୍ରା ପିଇ ବଞ୍ଚିଥିଲେ

ତୁର୍କୀରୁ ଆଜି ଅର୍ଥାତ ୧୨୨ ଘଣ୍ଟା ପରେ ଦୁଇ ଜଣ ମହିଳାଙ୍କୁ ମଧ୍ୟ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୬୦ ଜଣଙ୍କୁଚ ଜୀବିତ ମାଟି ତଳୁ ବାହାର କରାଯାଇଥିବା ତୁର୍କୀର ଉପ ରାଷ୍ଟ୍ରପତି ସୂଚନା ଦେଇଛନ୍ତି।

author-image
Hemant Lenka
Turkey earthquake

Turkey earthquake

ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ପ୍ରଳୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟାର ୨୬ ହଜାର ପାର କରିଛି। ଏବେ ବି ହଜାର ହଜାର ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି। ଶତାବ୍ବୀର ସବୁଠାରୁ ବଡ଼ ଭୂକମ୍ପର ସମ୍ମୁଖୀନ ହୋଇଥିବା ତୁର୍କୀ ଓ ସିରିଆରେ ବିଶ୍ୱର ବିଭିନ୍ନ ଦେଶ ଉଦ୍ଧାର କାମରେ ଲାଗିଛନ୍ତି।

Advertisment

ଏଥିରୁ ଭାରତ ମଧ୍ୟ ବାଦ ପଡ଼ିନି। ଏନଡିଆରଏଫର ଏକାଧିକ ଟିମ ଓ ସନ୍ଧାନୀ କୁକୁର ମାଟିରେ ମିଶି ସାରିଥିବା ବଡ଼ବଡ଼ ବିଲଡିଂ ତଳକୁ ଜୀବନ ସନ୍ଧାନରେ ଲାଗି ପଡ଼ିଛନ୍ତି। ଏହିକ୍ରମରେ ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳେ ଦୀର୍ଘ ୯୪ ଘଣ୍ଟା ଧରି ଫସି ରହିଥିବା ଜଣେ ୧୭ ବର୍ଷୀୟ କିଶୋରଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି।

ତେବେ ଧ୍ୱଂସାବଶେଷ ତଳେ ପ୍ରାୟ ୪ ଦିନ ଧରି ଫସି ରହିଥିଲେ ମଧ୍ୟ କିଶୋର ଜଣଙ୍କ ହାର ମାନି ନଥିଲେ। ସେ ୪ ଦିନ କାଳ ନିଜ ପରିସ୍ରା ନିଜେ ପିଇ ବଞ୍ଚି ରହିଥିଲେ। ଏଥିସହ ପରିବାର ଲୋକଙ୍କ ଫୁଲକୁ ମଧ୍ୟ ସେ ଭୋକ ସମୟରେ ଖାଇବାକୁ ବାଧ୍ୟ ହୋଇଥିଲେ। ଉଦ୍ଧାର ହେବା ପରେ ସେ ଏବିସି ନ୍ୟୁଜକୁ ଏକଥା କହିଛନ୍ତି।

Advertisment

ଉଦ୍ଧାର ହୋଇଥିବା କିଶୋର ଜଣଙ୍କ ହେଲେ ଅଦନାନ ମୁହାମେତ କୋରକୁଟ। ସେ ଭୂକମ୍ପ ବେଳେ ତୁର୍କୀ ସ୍ଥିତ ଗାଜିଆନଟେପ ସହରେ ଥିବା ତାଙ୍କ ଘରେ ଶୋଇଥିଲେ। ଉକ୍ତ ଘରରେ ତାଙ୍କ ପରିବାର ଲୋକ ମଧ୍ୟ ଥିଲେ। ଭୂକମ୍ପ ଯୋଗୁ ତାଙ୍କ ଘର ଭୁଶୁଡ଼ି ପଡ଼ିଥିଲା ଓ ପରିବାରର ଅନ୍ୟ ସମସ୍ତଙ୍କ ସହ ସେ ମଧ୍ୟ ମାଟି ତଳେ ଚାପି ହୋଇ ରହିଯାଇଥିଲେ। ସୋମବାର ଠାରୁ ସେ ମାଟି ତଳେ ଫସି ରହିଥିଲେ ହେଁ ବଞ୍ଚିବାର ଆଶା ଛାଡ଼ି ନଥିଲା।

ଉଦ୍ଧାରକାରୀ ଦଳ ସର୍ଚ୍ଚ ଅପରେସନ କରିବା ବେଳେ ଅଦନାନ ସେମାନଙ୍କ ସ୍ୱର ଶୁଣିଥିଲେ। ହେଲେ ଉଦ୍ଧାରକାରୀ ଟିମ୍‌ ଯେ ତାଙ୍କ ଚିତ୍କାର ଶୁଣି ପାରିବେ, ସେ ଆଶା ତାଙ୍କର ନଥିଲା। ସେ ବାରମ୍ବାର ଚିତ୍କାର କରିଥିଲେ ମଧ୍ୟ କେହି ବି ତାଙ୍କୁ ଉଦ୍ଧାର କରି ନଥିଲେ। କିନ୍ତୁ ୪ ଦିନ ପରେ ତାଙ୍କୁ ସୁରକ୍ଷିତ ଭାବେ ମାଟି ତଳୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଅଦନାନଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ପତ୍ତା ମିଳିନି।

ଅନ୍ୟପକ୍ଷରେ ତୁର୍କୀରୁ ଆଜି ଅର୍ଥାତ ୧୨୨ ଘଣ୍ଟା ପରେ ଦୁଇ ଜଣ ମହିଳାଙ୍କୁ ମଧ୍ୟ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୬୦ ଜଣଙ୍କୁଚ ଜୀବିତ ମାଟି ତଳୁ ବାହାର କରାଯାଇଥିବା ତୁର୍କୀର ଉପ ରାଷ୍ଟ୍ରପତି ସୂଚନା ଦେଇଛନ୍ତି।

Earthquake Turkey Earthquake